ପାଣିରେ କାର ଡୁବିଲେ କିମ୍ବା ଖରାପ ହେଲେ କେମିତି କ୍ଲେମ୍ କରିବେ ବୀମା ?

ବର୍ଷା ଦିନେ ସହରରେ କୃତ୍ରିମ ବନ୍ୟା ସାମାନ୍ୟ କଥା । ଆଉ ଏବେ ସୋସିଆଲ ମିଡିଆର ଯୁଗରେ ଆପଣ ଏମିତି ଅନେକ ଚିତ୍ର ଫେସବୁକରେ ଦେଖୁଥିବେ ଯେଉଁଥିରେ କାର ପାଣିରେ ବୁଡିଯାଇଥିବ କିମ୍ବା ପାଣି ପସିଯିବାରୁ କାର ଖରାପ ହୋଇ ଯାଇଥିବ । ଏମିତିରେ ଅନେକଙ୍କ ମନରେ ପ୍ରଶ୍ନ ଉଠିଥାଏ ଯେ, ବର୍ଷା ପାଣିରେ ଯଦି କାର ବୁଡିଯାଏ କିମ୍ବା ପାଣି ପସିବା ଯୋଗୁ ଯଦି କାର ଖରାପ ହୋଇଯାଏ ତେବେ ଏଥିପାଇଁ ବୀମା ଟଙ୍କା ମିଳେ କି ନାହିଁ ?

ଆସନ୍ତୁ ଜାଣିବା ବର୍ଷାରେ ଯଦି ଗାଡି ଖରାପ ହୋଇଯାଏ ତେବେ ଏଥିପାଇଁ କ’ଣ ନିୟମ ରହିଛି । ଏହା ସହିତ ଅନେକ ସମୟରେ ପ୍ରବଳ ବର୍ଷା ପବନ ଯୋଗୁ ଗାଡି ଉପରେ ଗଛ ପଡିଯାଇଥାଏ, ଏଭଳି ପରିସ୍ଥିତିରେ ଏହି ପ୍ରଶ୍ନ ଅଧିକ ମହତ୍ୱ ରଖେ । ଏମିତିରେ ଆସନ୍ତୁ ଜାଣିବା ବୀମା ଅର୍ଥଦାବି ବେଳେ କେଉଁ କେଉଁ ପ୍ରସଙ୍ଗକୁ ଧ୍ୟାନରେ ରଖିବେ ।

ବର୍ଷା ପାଇଁ ଗାଡ଼ି ଖରାପ ହେଲେ ବୀମା କ୍ଲେମ୍ କରି ହେବ କି ?

ବୀମା କମ୍ପାନୀ ବନ୍ୟା ଓ ଅନ୍ୟ ପ୍ରାକୃତିକ ଆପଦାରେ ମଧ୍ୟ କ୍ଲେମ୍ ରାଶି ଦେଇଥାନ୍ତି । ତେବେ ଏଥିପାଇଁ ଆପଣଙ୍କୁ ମୋଟର ବିମା କରିବା ପୂର୍ବରୁ କିଛି କଥାକୁ ଧ୍ୟାନରେ ରଖିବାକୁ ପଡିବ । ବୀମା ନେବା ପୂର୍ବରୁ ନିଜ ଏଜେଣ୍ଟଙ୍କ ସହିତ ସ୍ପଷ୍ଟ ଭାବେ କଥା ହୁଅନ୍ତୁ । ଯାଣନ୍ତୁ ଯେ, କ’ଣ କ’ଣ ବୀମା ମଧ୍ୟରେ କଭର ହେଉଛି ଓ କ’ଣ କଭର ହେଉନାହିଁ । ଏହା ସହିତ ଆପଣ କିଛି ଅଧିକ ପ୍ରିମିୟମ ଦେଇ ମଧ୍ୟ କିଛି ସର୍ତ୍ତକୁ ଯୋଡି ପାରିବେ ।

ସର୍ତ୍ତ ସବୁ କ’ଣ ଥାଏ ?

ଆପଣଙ୍କ ପଲିସି ହିସାବରେ ସର୍ତ୍ତ ସବୁ ଅଲଗା ଅଲଗା ହୋଇଥାଏ । ଆପଣଙ୍କ ପଲିସିରେ ଯାହା ବି କଣ୍ଡିସନ କଭର ହେବାର ଥାଏ ତାହା ନିଶ୍ଚିତ ଭାବେ ଥାଏ ଓ ଏହାର କ୍ଲେମ୍ ଅନ୍ୟ ଇନସ୍ୟୁରାନ୍ସ ଭଳି କରାଯାଇଥାଏ । ପାଣିରେ ଗାଡି ଫସିବା ମାମଲାରେ ଆପଣଙ୍କୁ କିଛି କଥାର ଧ୍ୟାନ ରଖିବାକୁ ପଡିବ । ପାଣିରେ ଯଦି ଗାଡି ଅଛି ତେବେ ଗାଡିକୁ ଷ୍ଟାର୍ଟ କରନ୍ତୁ ନାହିଁ । ଅର୍ଥାତ ଇଂଜିନକୁ ବନ୍ଦ ରହିବାକୁ ଦିଅନ୍ତୁ । ଯଦି ଇଂଜିନ ମଧ୍ୟକୁ ପାଣି ପ୍ରବେଶ କରିଛି ତେବେ ଗାଡି ଚଲାନ୍ତୁ ନାହିଁ । ଏଭଳି ପରିସ୍ଥିତିରେ ଗାଡିକୁ ଅନ୍ୟ ଗାଡି ଦ୍ୱାରା ଟାଣିକରି ନେଇକି ଯାଆନ୍ତୁ । ଏହା ସହିତ ଟାଇମ୍ ଲିମିଟର ମଧ୍ୟ ଧ୍ୟାନ ରଖନ୍ତୁ । ଏହା ସହିତ ଗାଡି ପାଣି ଭିତରେ ଥିବା ବେଳ ପରିସ୍ଥିତିର ଫଟୋ କିମ୍ବା ଭିଡିଓ ତିଆରି କରି ରଖନ୍ତୁ । ଆହୁରି ମଧ୍ୟ ବୀମା କମ୍ପାନୀ ଯେଉଁ ସବୁ ଦସ୍ତାବିଜ୍ ମାଗିବେ ତାକୁ ପ୍ରସ୍ତୁତ ରଖନ୍ତୁ । ଏହା ପରେ କିଛି ସର୍ତ୍ତ ଆଧାରରେ ଆପଣଙ୍କ କ୍ଲେମ୍ ପାସ୍ ହୋଇଥାଏ ।

କେଉଁ ଭଳି ବୀମା ଦେବ କ୍ଲେମ୍ ରାଶି ?

ଯଦି ଆପଣ କମ୍ପ୍ରେହେନସିଭ୍ ବୀମା କରିଛନ୍ତି ତେବେ ହିଁ ଏଭଳି ପରିସ୍ଥିତିରେ ବୀମା ରାଶି ପାଇ ପାରିବେ । କମ୍ପ୍ରେହେନସିଭ୍ ପଲିସି ନେଇଥିଲେ ବର୍ଷା ଦିନେ ଆପଣଙ୍କ ଗାଡି ଉପରେ ଗଛ ପଡିଗଲେ କିମ୍ବା ଭୂସ୍ଖଳନ ଯୋଗୁ ଗାଡି କ୍ଷତିଗ୍ରସ୍ତ ହେଲେ ମଧ୍ୟ ଆପଣ ବୀମା ରାଶି କ୍ଲେମ୍ କରି ପାରିବେ । କେବଳ କମ୍ପ୍ରେହେନସିଭ୍ ପଲିସି ହିଁ ଏଭଳି ପରିସ୍ଥିତିରେ କ୍ଷତିର ଭରଣ କରିଥାଏ । ଥାର୍ଡ୍ ପାର୍ଟି ଇନସ୍ୟୁରାନ୍ସ କରିଥିଲେ ଆପଣ କ୍ଲେମ୍ କରିପାରିବେ ନାହିଁ ।

ଥାର୍ଡ୍ ପାର୍ଟି ବୀମାର କିଛି ଫାଇଦା ନାହିଁ

ବର୍ତ୍ତମାନ ସମୟରେ ସବୁ ଗାଡି ପାଇଁ ବୀମା ଅନିବାର୍ଯ୍ୟଥାର୍ଡ୍ ପାର୍ଟି ଇନସ୍ୟୁରାନ୍ସ ମଧ୍ୟ ଆଇନ ସମତଏମିତିରେ ଅଧିକାଂଶ ଲୋକ ଥାର୍ଡ୍ ପାର୍ଟି ବୀମା କରିଥାନ୍ତି । କିନ୍ତୁ ଏହି ବୀମା ପଲିସିରେ ପ୍ରାକୃତିକ ବିପତ୍ତି ଦ୍ୱାରା ହୋଇଥିବା କ୍ଷତିର ଭରଣ ହୋଇନଥାଏ । ତେଣୁ ଯଦି ଆପଣ ଏଭଳି ପରିସ୍ଥିତି ପାଇଁ ନିଜକୁ ପ୍ରସ୍ତୁତ ରଖିବାକୁ ଚାହାନ୍ତି ତେବେ ଥାର୍ଡ୍ ପାର୍ଟି ବୀମା ନକରି କମ୍ପ୍ରେହେନସିଭ୍ ବୀମା କରନ୍ତୁ ।

car damagedcar insurancecar submerged in watercomprehensive insurancecomprehensive policyhigh premium amountinsurance agentinsurance claiminsurance mandatoryinsured moneymotor insurancemotor insurance policynatural disasterthird party insuranceଅଧିକ ପ୍ରିମିୟମଏଜେଣ୍ଟକମ୍ପ୍ରେହେନସିଭ୍ ପଲିସିକମ୍ପ୍ରେହେନସିଭ୍ ବୀମାଥାର୍ଡ୍ ପାର୍ଟି ଇନସ୍ୟୁରାନ୍ସପାଣି ପସିଯିବାରୁ କାର ଖରାପପାଣିରେ କାର ଡୁବିଲେପ୍ରାକୃତିକ ବିପତ୍ତିବୀମା ଅନିବାର୍ଯ୍ୟବୀମା ଟଙ୍କାମୋଟର ବିମା
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami