ଭାରତରେ ଚିତାଙ୍କ ବଂଶ ଲୋପ ପାଇଁ କାହିଁକି ଜଣେ ରାଜା ଏବେ କାଠଗଡ଼ାରେ ?

ମଧ୍ୟପ୍ରଦେଶର କ୍ରୁନୋ ନ୍ୟାସନାଲ ପାର୍କ ହୋଇଛି ଆଫ୍ରିକାରୁ ଆସିଥିବା ଚିତାଙ୍କ ନୂଆ ଘର । ଆଶା କରାଯାଉଛି ସେଇଠୁ ଆରମ୍ଭ ହେବ ଇତିହାସର ନୂଆ ଏକ ଅଧ୍ୟାୟ । କିନ୍ତୁ ଇତିହାସର ଫର୍ଦ୍ଦ ଲେଉଟାଇଲେ ସାମ୍ନାକୁ ଆସେ ଆଉ ଏକ କାହାଣୀ ମଧ୍ୟପ୍ରଦେଶରେ ହିଁ ଲେଖାଯାଇଥିଲା ଭାରତୀୟ ଚିତାଙ୍କ ଅନ୍ତର ଅଧ୍ୟାୟ ୭୦ ବର୍ଷ ତଳେ ଭାରତର ଶେଷ ଚିତା ମଧ୍ୟପ୍ରଦେଶର ଗୋଟିଏ ଜଙ୍ଗଲରେ ଶିକାରୀ ଗୁଳିର ଶିକାର ହୁଏ । ଆଉ ଏହା ସହିତ ଭାରତୀୟ ଜଙ୍ଗଲରୁ ଚିତା ପ୍ରଜାତି ଲୋପ ପାଇଥିଲା ଶହ ଶହ ବର୍ଷ ଧରି ଚିତାଙ୍କୁ ପାଳି ଶିକାରର ଶୌକ ପୁରଣ କରୁଥିଲେ ଭାରତର ରାଜା ମହାରାଜ । ଆଉ ଘଟଣାଚକ୍ରରେ ଭାରତୀୟ ଜଙ୍ଗଲର ଶେଷ ତିନି ଚିତା ମଧ୍ୟ ଜଣେ ରାଜାଙ୍କ ଗୁଳିର ଶିକାର ହୋଇଥିଲେ । ଆସନ୍ତୁ ଜାଣିବା କେମିତି ଭାରତର ଶେଷ ତିନି ଚିତା ଶିକାରୀ ଗୁଳିର ଶିକାର ହୋଇଥିଲେ ।

ଜଣେ ରାଜା ଯିଏ ଦୁରଦ୍ରଷ୍ଟା ଥିଲେ କିନ୍ତୁ ଚିତାକୁ ଲୋପ କରିଦେଲ !

୧୯୪୭ କିମ୍ବା ୧୯୪୮ ମସିହାରେ ଭାରତର ଜଙ୍ଗଲରେ ଥିବା ଶେଷ ୩ ଜଙ୍ଗଲି ଚିତା ଶିକାରୀ ଗୁଳିରେ ପ୍ରାଣ ହରାଇଥିଲେ୧୯୪୭ କେହି କେହି ୧୯୪୮ରେ ଭାରତର ଶେଷ ୩ ଚିତା ଶିକାରି ଗୁଳିରେ ଟଳି ପଡ଼ିଥିଲେ ବୋଲି ଦାବି କରନ୍ତି । ଏହି ବର୍ଷ ସବୁଦିନ ପାଇଁ ଇତିହାସ ପାଲଟି ଯାଇଥିଲେ ଭାରତୀୟ ଚିତା । ଗୋଟିଏ ପ୍ରଜାତି ପୃଥିବୀ ପୃଷ୍ଠରୁ ଲୋପ ପାଇଯାଇଥିଲାଶିକାରୀ ଥିଲେ ଜଣେ ରାଜା । ଦେଶ ସ୍ୱାଧୀନ ହୋଇ ସାରିଥିଲା କିନ୍ତୁ ରାଜାଙ୍କ ହାତରୁ ପୁରା କ୍ଷମତା ଯାଇଥିଲା । ଶେଷ ଭାରତୀୟ ଚିତାକୁ ଗୁଳି କରିଥିବା ରାଜାଙ୍କ ନାମ ଥିଲା ରାମାନୁଜ ପ୍ରତାପ ସିଂହ ଦେବ କୋରିୟା ରାଜ୍ୟର ରାଜା ରାମାନୁଜ ଦେଶର ଶେଷ ତିନି ଚିତାଙ୍କୁ ଗୁଳି କରିଥିଲେତିନି ମୃତ ଚିତାଙ୍କ ସହିତ ତାଙ୍କର ଫଟୋ ଏବେ ଖୁବ ଭାଇରାଲ ହେଉଛି । ଟ୍ରୋଲର୍ସ ରାଜପରିବାରକୁ ଏଥିପାଇଁ ଟ୍ରୋଲ୍ କରୁଛନ୍ତି ଶେଷ ଚିତାର ରକ୍ତଛିଟା ରାଜ ପରିବାର ଉପରେ ପଡିଛି, ଭାରତୀୟ ଚିତାଙ୍କ ଅନ୍ତ ପାଇଁ ଏହି ପରିବାରକୁ ଦାୟୀ କରାଯାଉଛି । ଚିତା ଶିକାରର ସେହି ଐତିହାସିକ ଫଟୋ ଏବେ ବମ୍ବେ ନେଚୁରାଲ ହିଷ୍ଟ୍ରି ସୋସାଇଟି ପାଖରେ ରହିଛି । କିନ୍ତୁ ରାଜ ପରିବାର ଏହାକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି । ରାଜପରିବାରର କହିବା ହେଉଛି ଲୋକଙ୍କ ଅନୁରୋଧରେ ରାଜା ଚିତା ଶିକାର କରିଥିଲେ । କାରଣ ବୈକୁଣ୍ଠପୁର ନିକଟରେ ଥିବା ଗାଁରେ ଚିତାବାଘକୁ ନେଇ ଆତଙ୍କ ସୃଷ୍ଟି ହୋଇଥିଲା । ଏହି ଚିତା ବାଘ ଗୃହପାଳିତ ପଶୁ ମାରିବ ସହିତ ଲୋକଉଙ୍କ ଉପରେ ଆକ୍ରମଣ କରୁଥିଲେ । କୁହାଯାଏ ଯେ, ଲୋକଙ୍କଠାରୁ ଅଭିଯୋଗ ପାଇବା ପରେ ରାଜା ବୈକୁଣ୍ଠପୁରରେ ପହଂଚିଥିଲେ । ସେଠାରେ ସେ ଅନ୍ତିମ ତିନି ଚିତାଙ୍କୁ ଶିକାର କରିଥିଲେରାଜାଙ୍କ ଗୁଳିରେ ମରିଥିବା ତିନି ଚିତାଙ୍କ ମଧ୍ୟରୁ ଗୋଟିକର ମୁଣ୍ଡକୁ ବସ୍ତର ରାଜା ପ୍ରବୀର ଚନ୍ଦ୍ର ଭଂଜଦେବଙ୍କୁ ଉପହାର ଭାବେ ଦିଆଯାଇଥିଲା । ବସ୍ତର ରାଜ ମହଲରେ ଏବେ ମଧ୍ୟ ସେହି ଚିନ୍ତାର ମୁଣ୍ଡ ରହିଛି ।

କିଏ ଥିଲେ ରାଜା ରାମାନୁଜ ପ୍ରତାପ ସିଂହଦେବ ?

୧୯୦୧ରେ ଜନ୍ମିତ ରାଜା ରାମାନୁଜ ମାତ୍ର ୯ ବର୍ଷରେ ସିଂହାସନ ଆରୋହଣ କରିଥିଲେ । ସେ ନିଜ ସମୟଠାରୁ ଢେର ଆଗରେ ଥିଲେ । ନିଜ ରାଜ୍ୟରେ ସେ ବୟସ୍କ ଶିକ୍ଷାକୁ ବାଧ୍ୟତାମୁଳକ କରିଥିଲେ । ସହରରେ ସମସ୍ତେ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ପଢିବା ବାଧ୍ୟତାମୁଳକ କରିଥିଲେ ଏହି ରାଜା । ବ୍ରିଟେନରୁ ଶିକ୍ଷାଲାଭ କରି ଫେରିଥିବା ଏହି ରାଜା ବେସ ଆଧୁନିକ ଥିଲେ । ନିଜ ସମୟଠାରୁ ଢେର ଆଗର ଚିନ୍ତା କରିପାରୁଥିଲେ । କିନ୍ତୁ ସମ୍ଭବତଃ ଜଂଗଲ ଓ ଜନ୍ତୁଙ୍କୁ ନେଇ ସେ ଏତେଟା ଦୁରଦ୍ରଷ୍ଟା ନଥିଲେ । ଫଳରେ ତାଙ୍କରି ହାତରେ ମରିଥିଲେ ଭାରତର ଅନ୍ତିମ ଚିତା । ଏହି ରାଜା ଜଙ୍ଗଲ ଭିତରେ ରହୁଥିବା ନିଜ ପ୍ରଜାଙ୍କ ଅସୁବିଧା ଜାଣିବାକୁ ଫୋନ୍ ଲାଇନ୍ ମଧ୍ୟ ବିଛାଇଥିଲେ ଗଡ଼ଜାତ ମିଶ୍ରଣ ପରେ ରାମାନୁଜଙ୍କ ରାଜ୍ୟ ସେଣ୍ଟ୍ରାଲ ପ୍ରୋଭିନ୍ସ ବା ଆଜିର ମଧ୍ୟପ୍ରଦେଶରେ ସାମିଲ ହୋଇଥିଲା । ପରେ ଛତିଶଗଡରେ ତାଙ୍କ ରାଜ୍ୟ ସ୍ଥାନ ପାଇଥିଲା ୧୯୫୪ ମସିହାରେ ରାଜା ରାମାନୁଜଙ୍କ ମୃତ୍ୟୁ ହୋଇଥିଲା । ନିଜ ରାଜ୍ୟରେ ପ୍ରଜା ହିତକର କାର୍ଯ୍ୟ ପାଇଁ ରାଜାଙ୍କ ଆଜି ଯେତିକି ମନେ ପକାଯାଏ ନାହିଁ ସେତିକି ତାଙ୍କୁ ଚିତାବଂଶ ଲୋପକାରୀ ଭାବେ ମନେ ପକାଯାଏ । ସୋସିଆଲ ମିଡିଆର ଯୁଗରେ ଏବେ ଲୋକ ଖୋଜି ଖୋଜି ତାଙ୍କ ଫଟୋ ଭାଇରା କରୁଛନ୍ତି । ଯେଉଁ ଫଟୋରେ ରାଜାଙ୍କୁ ଅନ୍ତିମ ତିନି ଚିତାଙ୍କ ସହିତ ଦେଖିବାକୁ ମିଳିଥାଏରାଜା କୋର୍ଟ୍,ହ୍ୟାଟ୍ ପିନ୍ଧି ହାତରେ ବନ୍ଧୁକ ଧରି ତିନି ମୃତ ଚିତାଙ୍କ ସହି ଫଟୋ ପୋଜ୍ ଦେଇଥିଲେ । ଜାଣିନଥିଲେ ଦିନେ ଇତିହାସ ଏଥିପାଇଁ ତାଙ୍କୁ ଉତ୍ତର ମାଗିବ

ରାଜା ମହାରାଜାଙ୍କ ସୌକ,ଚିତାର କାଳ

ଭାରତରେ ଚିତାଙ୍କୁ ପୋଷା ମନାଇ ଶିକାରରେ ବ୍ୟବହାରର ଇତିହାସ ଢେର ପୁରୁଣା । ଏହା ଇସଲାମିକ୍ ଶାସକଙ୍କ ଆଗମନ ସହିତ ଅଧିକ ହୋଇଥିଲା । ଚିତାଙ୍କୁ ପୋଷା ମନେଇବା ପାଇଁ ବାଦଶାହା ମାନଙ୍କ ଇଛା ବି ସେମାନଙ୍କ ବିଲୁପ୍ତିର କାରଣ ଥିଲା । ମୋଗଲ ସମ୍ରାଟ ଆକବର ପାଖରେ ୯ ହଜାର ପୋଷା ଚିତା ଥିଲେ । ଜାହାଙ୍ଗିର ପାଖରେ ମଧ୍ୟ ଥିଲେ ହଜାର ସଂଖ୍ୟାରେ ଚିତା । ଏହି ଧାରା ବ୍ରିଟିଶ ଶାସନ ପର୍ଯ୍ୟନ୍ତ ଜାରି ରହିଥିଲାରାଜାମାନେ ଚିତାକୁ ପୋଷା ମନାଉଥିଲେ । ଆଉ ଚିତାକୁ ନେଇ ଖେଳୁଥିଲେ ଶିକାର ଖେଳ । ପ୍ରାକୃତିକ ପରିବେଶରୁ ଦୁରରେ ଏହି ଚିତାଙ୍କ ମଧ୍ୟରେ ପ୍ରଜନନ ନାମକୁ ମାତ୍ର ଥିଲାରାଜାରାଜୁଡାଙ୍କ ପାଖରେ ଶିକୁଳି ବନ୍ଧା ଚିତା ଥିଲେ କିନ୍ତୁ ଜଙ୍ଗଲ ଚିତା ଶୂନ୍ୟ ହେବାରେ ଲାଗିଥିଲା । ଶେଷରେ ରାମାନୁଜଙ୍କ ଗୁଳି ପୁରା ପ୍ରଜାତିକୁ ଲୋପ କରିଦେଲା

cheetah madhya pradeshcheetah story in indiachita in india newschita in madhya pradeshindia cheetah newsindia cheetah updatekuno national park madhya pradesh cheetahmadhya pradesh cheetahmaharaja ramanuj pratap singh deomaharaja ramanuj pratap singh deo cheetahModi government
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami