ଅଷ୍ଟ୍ରେଲିଆରେ ଅଭ୍ୟାସ କରିବେ ଓଡ଼ିଆ ପୁଅ କିଶୋର

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ଅଭ୍ୟାସ କରିବେ ଓଡ଼ିଆ ପୁଅ କିଶୋର ଜେନା । ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪କୁ ଦୃଷ୍ଟିରେ ରଖି ଭାରତୀୟ ଆଥ୍‌ଲେଟଙ୍କୁ ବିଦେଶରେ ଅଭ୍ୟାସ କରିବାକୁ ଅନୁମତି ଦେଇଛି କ୍ରୀଡ଼ା ମନ୍ତ୍ରଣାଳୟ । ଗୁରୁବାର ଓଡ଼ିଆ ଜାଭେଲିନ୍ ଥ୍ରୋୟର କିଶୋର ଜେନାଙ୍କୁ ଅଷ୍ଟ୍ରେଲିଆରେ ପ୍ରସ୍ତୁତି ପାଇଁ ଅନୁମତି ମିଳିଛି । ସେହିପରି ଟୋକିଓ ଅଲିମ୍ପିକ୍ସ ପଦକ ବିଜୟିନୀ ମୀରାବାଈ ଚାନୁଙ୍କୁ ଆମେରିକାରେ ରହି ଅଭ୍ୟାସ କରିବା ପାଇଁ ଅନୁମତି ମିଳିଛି ।

ଦୀର୍ଘ ୭୮ ଦିନ ଧରି କରିବେ ଅଭ୍ୟାସ

ଏସିଆନ୍ ଗେମ୍ସ ରୌପ୍ୟ ପଦକ ବିଜେତା କିଶୋର ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟରେ ଅଭ୍ୟାସ କରିବେ । ସେ ଦୀର୍ଘ ୭୮ ଦିନ ଧରି ସେଠାରେ ଅଭ୍ୟାସ କରିବେ । କିଶୋରଙ୍କ ସହ ତାଙ୍କ କୋଚ୍‌, ଫିଜିଓ ଥେରାପିଷ୍ଟ ମଧ୍ୟ ଅଷ୍ଟ୍ରେଲିଆ ଯାତ୍ରା କରିବେ । ଅନ୍ୟପକ୍ଷରେ ଆହତ ଥିବା ମୀରାବାଈ ଚାନୁ ଆମେରିକାର ସେଣ୍ଟ୍ ଲୁଇସ୍‌ରେ ଅଭ୍ୟାସ କରିବେ । ଡାକ୍ତର ଆରୋନ୍ ହର୍ଷିଗ୍ ଓ ମୁଖ୍ୟ କୋଚ୍ ବିଜୟ କୁମାର ଶର୍ମାଙ୍କ ତତ୍ତ୍ୱାବଧାନରେ ଚାନୁ ଅଭ୍ୟାସ କରିବେ ।

Javelin thrower Kishore JenaKishor jena will practice in australia
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami