ଓଡ଼ିଶା ଗସ୍ତରେ ଆସି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ପ୍ରଧାନମନ୍ତ୍ରୀ

ସାଲେପୁର: ପ୍ରଧାନମନ୍ତ୍ରୀଙ୍କୁ କଡ଼ା ଜବାବ ଦେଲେ ବିଜେଡ଼ିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ । ସାଲେପୁର ନିର୍ବାଚନୀ ସଭାସ୍ଥଳରୁ ପିଏମ ମୋଦିଙ୍କୁ କଡା ଜବାବ ଦେଇଛନ୍ତି ପାଣ୍ଡିଆନ । ପ୍ରଧାନମନ୍ତ୍ରୀ ମୋଦିଙ୍କ ତିନୋଟି ପ୍ରଶ୍ନର ଉତ୍ତର ରଖିଛନ୍ତି ପାଣ୍ଡିଆନ । ଚାଷୀଙ୍କ ଏମଏସପିରୁ ପିଏମ ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ଚାଷୀମାନଙ୍କୁ ଖୋଦ କେନ୍ଦ୍ର ସରକାର ଏମଏସପି ୨୩୦୦ଟଙ୍କା ଦେଉଥିବା ବେଳେ ଓଡିଶା ଗସ୍ତରେ ଆସି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ।

କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀଙ୍କ ଉପରେ ବର୍ଷିଲେ ପାଣ୍ଡଆନ

ନିର୍ବାଚନର ୧୦ ଦିନ ପୂର୍ବରୁ ଓଡିଶା ଆସି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବିଜେପି ନେତା । ୮ ବର୍ଷ ହେଲା ଏନଏଚ ୫୫ ରାସ୍ତା ମରାମତି କାମ ସରୁନି । ତଥାପି ଏଠି ଡବଲ ଇଞ୍ଜିନ ସରକାର ସ୍ପିଡ୍‌ରେ କାମ କରିବା କଥା ମୋଦି କହୁଥିବା କହି ସମାଲୋଚନା କରିଛନ୍ତି ପାଣ୍ଡିଆନ । ନିର୍ବାଚନ ପୂର୍ବରୁ ନିଜେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ପ୍ରଶଂସା କରୁଥିଲେ । କିନ୍ତୁ ଏବେ ନିର୍ବାଚନ ଆସିବାରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କ ଭାଷା ବଦଳିଯାଇଛି । ସେହିପରି କେନ୍ଦ୍ରାପଡା ଲୋକସଭା ସାଂସଦ ପ୍ରାର୍ଥୀଙ୍କ ଉପରେ ବର୍ଷିଛନ୍ତି ପାଣ୍ଡଆନ । ସେ କହିଛନ୍ତି ଯେଉଁ ହାତ ଖାଇବାକୁ ଦେଉଛି ସେ ହାତକୁ କାମୁଡୁଛନ୍ତି ପ୍ରାର୍ଥୀ ଜଣକ । ଏତିକି ଇସାରା ସେ ପ୍ରାର୍ଥୀ ବୁଝିଯିବେ ବୋଲି ସଭାସ୍ଥଳରେ କଟାକ୍ଷ କରିଛନ୍ତି ପାଣ୍ଡିଆନ ।

5T Secretary VK Pandianpandian replys on pm modivk pandian target pm
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami