ପ୍ରଧାନମନ୍ତ୍ରୀ ଓଡ଼ିଶା ବିଜେପିକୁ ବୁଷ୍ଟର ଡୋଜ୍ ଦେଉଛନ୍ତି: ପାଣ୍ଡିଆନ

 

ଭୁବନେଶ୍ୱର: ଯେଉଁଠି ବିଜେପି ହାରିବାର ଥାଏ, ସେଠାକୁ ବିଜେପିର ବଡ ବଡ଼ ନେତା ଯାଆନ୍ତି । ଓଡ଼ିଶା ବିଜେପିକୁ ବୁଷ୍ଟର ଡୋଜ୍ ଦେବାକୁ ଚାହୁଁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯେତେବେଳେ ହାରିବାର ଥାଏ ସେତେବେଳେ ବିଜେପି ମନ୍ଦିର କଥା କୁହେ, ଚର୍ଚ୍ଚ କଥା କୁହେ, ମସଜିଦ କଥା କୁହେ । ବିଜେପି କନ୍ଧମାଳରେ ଦଙ୍ଗା କରିଥିଲା । ବୋମା ଫୁଟାଇଥିଲା । ଏବେ ସେଠାରେ ଶାନ୍ତି ଅଛି ବୋଲି କହିଛନ୍ତି ବିଜେଡ଼ିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ।

ଜୁନ୍ ୯ରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଉତ୍ସବକୁ କରିବି ନିମନ୍ତ୍ରଣ

ଯିଏ ଓଡ଼ିଶାର ବିକାଶ ପାଇଁ କାମ କରୁଛନ୍ତି ତାଙ୍କୁ ଆପଣ କେବେ ବିଦା କରିପାରିବେ ନାହିଁ । ୨୦୧୯ରେ ମଧ୍ୟ ମୁଖ୍ୟମନ୍ତ୍ରୀ ବିଦା ହେବେ ବୋଲି କହିଥିଲେ, କିନ୍ତୁ ମୁଖ୍ୟମନ୍ତ୍ରୀ ପୁଣି ଶପଥ ନେଇଥିଲେ । ନିର୍ବାଚନ ପୂର୍ବରୁ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରନ୍ତୁ । ଜୁନ୍ ୧୦ ତାରିଖରେ ସରକାର ଗଠନ ପାଇଁ ଆପଣ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ଆପଣଙ୍କୁ ଉତ୍ତର ଦେଇ କହିଥିଲେ ଯେ, ବିଜେପିର ଦିନରେ ସ୍ୱପ୍ନ ଦେଖିବାର ଅଭ୍ୟାସ ଅଛି । ମୁଁ ଆପଣଙ୍କୁ ବିନମ୍ରତାର ସହିତ ଜୁନ୍ ୯ ତାରିଖରେ ଆମ ମୁଖ୍ୟମନ୍ତ୍ରୀଙ୍କ ଶପଥ ଉତ୍ସବକୁ ଆସିବାକୁ ନିମନ୍ତ୍ରଣ କରିବି । ଆଉ ସେଦିନ ଆପଣ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବାର ଘୋଷଣା କରିବେ ବୋଲି ମୋର ଆଶା ।

 

5t sachiba vk pandian5T Secretary VK Pandianvk Pandian's campaign
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami