ଅଟୋରେ ଆସି ଭୋଟ୍ ଦେଲେ କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ୱର: ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଛି । ମତଦାନ ସାବ୍ୟସ୍ତ କରିଛନ୍ତି ବରିଷ୍ଠ ବିଜେଡି ନେତା ତଥା ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ସେ ଏକ ଅଟୋରେ ଆସି ମତଦାନ କେନ୍ଦ୍ରରେ ପହଞ୍ଚି ଧାଡ଼ିରେ ଛିଡ଼ା ହୋଇଥିଲେ । ଏହାପରେ ଧାଡ଼ିରେ ଯାଇ ନିଜର ମତଦାନ ସାବ୍ୟସ୍ତ କରିଥିଲେ ।

 ବହୁ ସଂଖ୍ୟାରେ ଭୋଟ ଦିଅନ୍ତୁ କଲେ ଅନୁରୋଧ

ଭୋଟ ଦେବା ଲାଗି ସେ ସକାଳୁ ସକାଳୁ ଏକ ଅଟୋରେ ଆସି ଭୁବନେଶ୍ୱର ୟୁନିଟ୍‌-୬ର ୪୪ ନମ୍ବର ବୁଥରେ ପହଞ୍ଚିଥିଲେ । ପରେ ଲମ୍ବା ଲାଇନରେ ଛିଡା ହୋଇଥିଲେ । ପରେ ନିଜର ମତଦାନ ସାବ୍ୟସ୍ତ କରିଥିଲେ ପାଣ୍ଡିଆନ୍ । ଭୋଟ ଦେବା ପରେ ପ୍ରତିକ୍ରିୟା ଦେଇ ପାଣ୍ଡିଆନ କହିଛନ୍ତି ଯେ, ସମସ୍ତେ ଆସି ବହୁ ସଂଖ୍ୟାରେ ଭୋଟ ଦିଅନ୍ତୁ । ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ହୁଅନ୍ତୁ । ଅଟୋ ଚାଳକ ସଂଘର ଅନୁରୋଧ ରକ୍ଷା କରି ଅଟୋରେ ଭୋଟ ଦେବାକୁ ଯାଇଥିଲେ ପାଣ୍ଡିଆନ୍ । ସୁଜାତା ପାଣ୍ଡିଆନ ମଧ୍ୟ ୪୪ ନମ୍ବର ବୁଥରେ ମତାଧିକାର ସାବ୍ୟସ୍ତ କରିଥିଲେ ।

5T Secretary VK Pandianbjd leader vk pandiankartik pandian voted in auto
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami