ସାମନ୍ଥାଙ୍କ ବିବାହ ବିଛେଦ ପାଇଁ କେଉଁ ସୁପରଷ୍ଟାରଙ୍କୁ ଦାୟୀ କଲେ କଙ୍ଗନା, କାହାକୁ କହିଲେ ‘ତଲାକ୍ ଏକ୍ସପର୍ଟ୍’

ତେଲୁଗୁ ଫିଲ୍ମର ସୁପରଷ୍ଟାର ଯୋଡି ନାଗା ଚୈତନ୍ୟ ଓ ସାମନ୍ଥାଙ୍କ ୪ ବର୍ଷର ସମ୍ପର୍କରେ ପୂର୍ଣ୍ଣଛେଦ ପଡିଛି । ଉଭୟ ପରସ୍ପରର ସହମତିରେ ବିଛେଦ ପାଇଁ ରାଜି ହୋଇଛନ୍ତି । ଏନେଇ ଚୈତନ୍ୟ ଓ ସାମନ୍ଥା ସୋସିଆଲ ମିଡିଆରେ ପୋଷ୍ଟ କରି ନିଜ ଫ୍ୟାନଙ୍କୁ ସୂଚନା ଦେଇଛନ୍ତି । ଉଭୟଙ୍କ ପୋଷ୍ଟ ଏକ ପ୍ରକାର ଥିଲା । ଉଭୟ ପୁରୁଣା ସମ୍ପର୍କକୁ ପଛରେ ରଖି ଆଗକୁ ବଢିବାକୁ ଚାହୁଁଛନ୍ତି ବୋଲି ପୋଷ୍ଟରେ ଉଲ୍ଲେଖ କରିଛନ୍ତି । କିନ୍ତୁ ଏହାରି ଭିତରେ ବଲିଉଡର କଣ୍ଟ୍ରୋଭର୍ସୀ କ୍ୱିନ୍ କଙ୍ଗନା ରାନାୱତ୍ ଏମିତି ଗୋଟିଏ ଟିପ୍ପଣୀ କରିଛନ୍ତି ଯାହା ଆଗକୁ ବଡ଼ ବିବାଦ ନେବାର ସମ୍ଭାବନା ରହିଛି ।

ସାମନ୍ଥାଙ୍କ ବିବାହ ବିଛେଦ ପାଇଁ ସେ ବଲିଉଡର ଜଣେ ସୁପରଷ୍ଟାରଙ୍କୁ ଦାୟୀ କରିଛନ୍ତି । ତିନି ଖାନଙ୍କ ମଧ୍ୟରୁ ଜଣେ ଏହି ଖାନ୍ ନିକଟରେ ନିଜର ଦ୍ୱିତୀୟ ପତ୍ନୀଙ୍କୁ ଛାଡ଼ପତ୍ର ଦେଇ ଚର୍ଚ୍ଚା ଭିତରକୁ ଆସିଥିଲେ । କଙ୍ଗନା ସୋସିଆଲ ମିଡିଆରେ କରିଥିବା ଏକ ପୋଷ୍ଟରେ ଦାବି କରିଛନ୍ତି ଯେ, ଏହି ତଲାକ ଏକ୍ସପର୍ଟ ସୁପରଷ୍ଟାରଙ୍କ ସହିତ ନାଗା ଚୈତନ୍ୟ ମିଶିବା ପରେ ଛାଡ଼ପତ୍ର ନେଇଛନ୍ତି ।

କଙ୍ଗନା ଲେଖିଛନ୍ତି ଯେ, ବଲିଉଡର ଡିଭୋର୍ସ ଏକ୍ସପର୍ଟ ଭାବେ ଜଣାଶୁଣା ସୁପରଷ୍ଟାର, ଯାହାଙ୍କ ପାଇଁ ସ୍ତ୍ରୀଙ୍କୁ ଛାଡପତ୍ର ଦେବା ଖୁବ୍ ସାଧାରଣ କଥା, ତାଙ୍କ ସଂସ୍ପର୍ଶରେ ଆସି ଏତେ ଜଲଦୀ ନିଜ ସଂମ୍ପର୍କକୁ ନାଗା ଚୈତନ୍ୟ ଭାଙ୍ଗି ଦେଇଛନ୍ତି । କଙ୍ଗନା କାହାରି ନାଁ ନ ଧରି ଫ୍ୟାନ୍ସଙ୍କୁ ସଂଙ୍କେତ ଦେଇ ବୁଝିଯିବାକୁ ଏହି ପୋଷ୍ଟ ମାଧ୍ୟମରେ ସୂଚନା ଦେଇଛନ୍ତି..

କେବଳ ଏତିକି ନୁହେଁ କଙ୍ଗନା ଛାଡପତ୍ରକୁ ନେଇ ନିଜର ବିଚାରଧାରାକୁ ବି ପରିପ୍ରକାଶ କରିଛନ୍ତି । କଙ୍ଗନା କହିଛନ୍ତି ଆମ ଦେଶରେ ଏବେ ଦିନକୁ ଦିନ ଛାଡପତ୍ରର ସଂଖ୍ୟା ବୃଦ୍ଧି ପାଉଛି । ଆଉ ଏଥିରେ ଅଧିକାଂଶ ସମୟରେ ପୁରୁଷମାନେ ହିଁ ଦାୟୀ । ପୁରୁଷ ମାନେ ନାରୀଙ୍କୁ ନିଜ ପାଦର ଚପଲ ସଦୃଶ ତୁଳନା କରନ୍ତି । ତେଣୁକରି ଏହିଭଳି ଚିନ୍ତାଧାରା ରଖୁଥିବା ପୁରୁଷଙ୍କ ଠାରୁ ଦୂରରେ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ଯେଉଁ ପୁରୁଷମାନେ କପଡା ବଦଳାଇବା ଭଳି ନାରୀ ମାନଙ୍କୁ ନିଜ ଜୀବନରୁ ବଦଳାଇଥାନ୍ତି, ସେମାନେ କେବେ ବି କାହାରି ପାଇଁ ଯୋଗ୍ୟ ନୁହନ୍ତି । ଛାଡପତ୍ର ଭଳି ଖରାପ ସଂସ୍କୃତି ଆମ ଭାରତବର୍ଷରେ ବୃଦ୍ଧି ପାଇଁ ସେ ଏହିଭଳି ମୁର୍ଖ ପୁରୁଷମାନଙ୍କୁ ଦାୟୀ କରିଛନ୍ତି । କଙ୍ଗନାଙ୍କ ଏହିଭଳି ପୋଷ୍ଟ ସୋସିଆଲ ମିଡିଆରେ ଖୁବ୍ ହଇଚଇ ସୃଷ୍ଟି କରିଛି ।

୨ଶହ କୋଟି ନେବାକୁ ମନା କଲେ ସାମନ୍ଥା

ଅନ୍ୟପଟେ ଭରଣପୋଷଣ ବାବଦକୁ ନାଗା ଚୈତନ୍ୟ ସାମନ୍ଥାଙ୍କୁ ୨୦୦ କୋଟି ଟଙ୍କା ଯାଚିଥିଲେହେଲେ ସାମନ୍ଥା ଭରଣପୋଷଣ ବାବଦ ପ୍ରାପ୍ୟକୁ ଗ୍ରହଣ କରିବେ ନାହିଁ ବୋଲି ମନା କରିଦେଇଥିଲେ..ଏମିତିକି ଚୈତନ୍ୟଙ୍କ ପରିବାର ଠାରୁ ବି ପଇସାଟିଏ ବି ନେବେ ନାହିଁ ବୋଲି ସାମନ୍ଥା କହିଥିଲେ। ତାଙ୍କ ନିଜ ପରିଶ୍ରମରେ ସେ ଟଙ୍କା କମାଇପାରିବେ ତେଣୁକରି ସେ ଏହି ବିବାହ-ବିଚ୍ଛେଦରୁ ଅର୍ଥ ଚାହାନ୍ତି ନାହିଁ ବୋଲି ସ୍ଥିର କରିଥିବା କଥା ଜଣାଇଛନ୍ତି।

200 crores samantha refuses4 year relation come to en end୪ ବର୍ଷର ସମ୍ପର୍କରେ ପୂର୍ଣ୍ଣଛେଦ ପଡିଛିAamir khan divorces kiran raobollywood divorce expertbollywoods controversy queen kangna ranautdivorce expertdivorces in India increasingkangna blames bollywood superstar for samantha marriage separationkangna ranautsamantha and naga chaitanya divorce newstelugu film superstar samantha and naga chaitanyaଏହି ତଲାକ ଏକ୍ସପର୍ଟ ସୁପରଷ୍ଟାରଛାଡପତ୍ର ଭଳି ଖରାପ ସଂସ୍କୃତି ଆମ ଭାରତବର୍ଷରେ ବୃଦ୍ଧି ପାଇଁତେଲୁଗୁ ଫିଲ୍ମର ସୁପରଷ୍ଟାର ଯୋଡି ନାଗା ଚୈତନ୍ୟ ଓ ସାମନ୍ଥାନାଗା ଚୈତନ୍ୟ ସାମନ୍ଥାଙ୍କୁ ୨୦୦ କୋଟି ଟଙ୍କା ଯାଚିଥିଲେବଲିଉଡର କଣ୍ଟ୍ରୋଭର୍ସୀ କ୍ୱିନ୍ କଙ୍ଗନା ରନୱାତବଲିଉଡର ଜଣେ ସୁପରଷ୍ଟାରଙ୍କୁ ଦାୟୀବଲିଉଡର ଡିଭୋର୍ସ ଏକ୍ସପର୍ଟବିବାହ-ବିଚ୍ଛେଦରୁ ଅର୍ଥ ଚାହାନ୍ତି ନାହିଁ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami