ଦେଶରେ ପୁଣି ସକ୍ରିୟ ହେଲେ ଆତଙ୍କବାଦୀ

ନୂଆଦିଲ୍ଲୀ : ଗତ କିଛିଦିନ ହେବ ଦେଶରେ ଆତଙ୍କବାଦୀ ଆକ୍ରମଣ ଘଟଣା ସାମ୍ନାକୁ ଆସୁଛିଦେଶର ୩ଟି ସ୍ଥାନ ଉପରେ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ବର୍ତ୍ତମାନ ରାମ ମନ୍ଦିର ମଧ୍ୟ ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଥିବାନେଇ ସୂଚନା ମିଳିଛି । ରାମ ମନ୍ଦିର ଉପରେ ଆତଙ୍କବାଦୀ ଆକ୍ରମଣର ଧମକ ସାମ୍ନାକୁ ଆସିଛି। ପାକିସ୍ତାନରୁ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ରାମ ମନ୍ଦିର ଉପରେ ଆକ୍ରମଣର ଅଡିଓ ଚେତାବନୀ ଦେଇଛନ୍ତି। ଏହି ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ସୂଚନା ପାଇବାପରେ ପୋଲିସ ପ୍ରଶାସନ ସତର୍କ ହୋଇପଡିଛି। ମନ୍ଦିର ପରିସରର ସୁରକ୍ଷା ମଧ୍ୟ ବୃଦ୍ଧି କରାଯାଇଛି।

ସୂଚନାଯୋଗ୍ୟ, ଅଯୋଧ୍ୟାରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଠାରେ ଏକ ‘ନ୍ୟାସନାଲ ସିକ୍ୟୁରିଟି ଗାର୍ଡ’ (ଏନଏସଜି) ହବ ନିର୍ମାଣ କରାଯାଉଛି। ଏହା ଦେଶର ଷଷ୍ଠ ହବ ହେବ । ଏହାପୂର୍ବରୁ ଚେନ୍ନାଇ, ହାଇଦ୍ରାବାଦ, ମୁମ୍ବାଇ ଏବଂ ଦେଶର ଅହମ୍ମଦାବାଦରେ ଏନଏସଜି ହବ ରହିଥିଲା।

ବର୍ତ୍ତମାନ ଅଯୋଧ୍ୟାରେ ମଧ୍ୟ ଏନଏସଜି ହବ ପ୍ରସ୍ତୁତହେଉଛି । ସୁରକ୍ଷା କାରଣକୁ ଧ୍ୟାନରେ ରଖି ଏହି ହବ ପ୍ରସ୍ତୁତ କରାଯାଇଛି। ଏହି ବିଷୟରେ ନୂତନ ଅପଡେଟଗୁଡିକ ଶୀଘ୍ର ଆସିବାକୁ ଯାଉଛି। ଏଠାରେ ଏନ.ଏସ.ଜି ହବ ନିର୍ମାଣ ପରେ ବ୍ଲାକ କମାଣ୍ଡୋ ମଧ୍ୟ ନିୟୋଜିତ ହେବ।

atanki sangathan jaish-e-mohammad ki dhamkiayodhya ram mandir \ayodhya ram mandir newsjaish e muhammad letter to indian railwayjaish e muhammad threaten letterjaish-e-mohammadjaish-e-mohammad campRam mandirram mandir ayodhyaram mandir ayodhya construction updateram mandir construction updateram mandir in ayodhyathe hindu analysisthe hindu analysis todaythe hindu editorialthe indian express editoria disussionthreat to blow up ram temple
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami