ହ୍ୟାଟ୍ରିକ୍ ବିଜୟହାସଲକରି ସୁପର-୮ରେ ପହଞ୍ଚିଲା ଟିମ୍ ଇଣ୍ଡିଆ

ଲଗାତାର ତୃତୀୟ ବିଜୟ ହାସଲ କରିବା ସହିତ ସୁପର-୮ରେ ପହଞ୍ଚିଲା ଟିମ୍ ଇଣ୍ଡିଆଆୟୋଜକ ଆମେରିକାକୁ ୭ ୱିକେଟ୍‌ରେ ହରାଇ ଭାରତ ଚଳିତ ଟି -୨୦ ବିଶ୍ୱକପରେ ହ୍ୟାଟ୍ରିକ୍ ବିଜୟ ହାସଲ କରିଛି । ତା’ ସହିତ ନିଜର ସ୍ଥାନକୁ ସୁପର-୮ରେ ସୁରକ୍ଷିତ କରି ନେଇଛି ।
ଗ୍ରୁପ୍‌-ଏରେ ସଂପ୍ରତି ଭାରତ ତିନିଟି ମ୍ୟାଚ୍‌ରୁ ତୃତୀୟ ବିଜୟ ପାଇ ପୂରା ୬ ପଏଣ୍ଟ୍‌ ସହ ଶୀର୍ଷ ସ୍ଥାନରେ ରହିଛି । ଅନ୍ୟପକ୍ଷରେ ଆମେରିକା ଚଳିତ ବିଶ୍ୱକପରେ ପ୍ରଥମଥର ପରାଜୟ ବରଣ କରିଛି । ନ୍ୟୁୟର୍କର କଠିନ ପିଚ୍‌ରେ ଆମେରିକା ବୁଧବାର ଭାରତକୁ ୧୧୧ ରନ୍‌ର ଲକ୍ଷ୍ୟ ଦେଇଥିଲା । ଯାହାକୁ ଟିମ୍ ଇଣ୍ଡିଆ ପ୍ରାରମ୍ଭିକ ଝଟ୍‌କା ସତ୍ତ୍ୱେ ୩ ୱିକେଟ୍ ହରାଇ ହାସଲ କରି ନେଇଥିଲା ।

ଭାରତୀୟ ବଂଶୋଦ୍ଭବ ବୋଲର ସୌରଭ ନେତ୍ରଭଲକର ହିଁ ଭାରତକୁ ୧୪ ବଲ୍ ଭିତରେ ଡବଲ ଝଟ୍‌କା ଦେଇଥିଲେ । ତୃତୀୟ ବଲ୍‌ରେ ବିରାଟ କୋହଲିଙ୍କୁ ଆଉଟ୍ କରି ଅବିସ୍ମରଣୀୟ ସଫଳତା ପାଇଥିଲେ। କୋହଲି ଖାତା ଖୋଲିବା ପୂର୍ବରୁ ଆଉଟ୍ ହେବା ଭାରତ ସହ ଆମେରିକୀୟ ପ୍ରଶଂସକଙ୍କୁ ବି ସ୍ତବ୍ଧ କରିଦେଇଥିଲା। ଅନ୍ୟତମ ମହାନ ତାରକା ରୋହିତ ଶର୍ମାଙ୍କୁ ବି ଶିକାରକରିଥିଲେ ସୌରଭ ।
କୋହଲି-ରୋହିତ ୧୦ ରନ୍ ଭିତରେ ପ୍ୟାଭିଲିୟନ ଫେରିବା ପରେ ଋଷଭ ପନ୍ତ ଲଢ଼ୁଆ ୨୦ ରନ୍ କରି ଭାରତ ପାଳିକୁ ଆଗେଇ ନେଇଥିଲେ। ଏହା ପରେ ସୂର୍ଯ୍ୟକୁମାର ୟାଦବ ୫୦ ରନ ଓ ଶିବମ ଦୁବେ ୩୧ ରନ ସ୍କୋରକରି ଭାରତକୁ ଲଗାତାର ତୃତୀୟ ବିଜୟ ଉପହାର ଦେଇଥିଲେ।

ଭାରତ ଟସ୍ ଜିତି ଆମେରିକାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଘରୋଇ ଦଳ କିନ୍ତୁ ପ୍ରଥମ ବଲ୍‌ରେ ୱିକେଟ୍ ହରାଇଥିଲା। ଅର୍ଶଦୀପ ସିଂହ ପ୍ରଥମ ଓଭରର ପ୍ରଥମ ଓ ଶେଷ ବଲ୍‌ରେ ୱିକେଟ୍ ନେବାସହିତ ଭାରତ ଚମତ୍କାର ଢଙ୍ଗରେ ଖେଳ ଆରମ୍ଭ କରିଥିଲା। ମଝିରେ ମଝିରେ ବ୍ୟାଟର୍‌ କିଛି କିଛି ଛକା, ଚୌକା ମାରି ନିଜ ପ୍ରଶଂସକଙ୍କୁ ଖୁସି ହେବାର ମୌକା ଦେଇଥିଲେ। ତେବେ ଭାରତୀୟ ବୋଲର ସେମାନଙ୍କ କାନ୍ଧରୁ ଚାପ ହଟିବାକୁ ଦେଇନଥିଲେ। ନିୟମିତ ଅବଧି ଓ ବ୍ୟବଧାନରେ ୱିକେଟ୍ କରାୟତ୍ତ କରି ଆମେରିକାକୁ ବଡ଼ ସ୍କୋର୍ କରିବାର କୌଣସି ସୁଯୋଗ ଦେଇନଥିଲେ ଭାରତୀୟ ବୋଲର । ଶେଷରେ ଆମେରିକା ୮ ୱିକେଟ୍ ବିନିମୟରେ ୧୧୦ ରନ୍‌ରେ ଅଟକି ଯାଇଥିଲା। ସେପଟେ ଆର. ଅଶ୍ଵିନୀଙ୍କ ରେକର୍ଡ ଭାଙ୍ଗି ଅର୍ଶଦୀପ ଟି-୨୦ ବିଶ୍ୱକପରେ ଭାରତ ପକ୍ଷରୁ ଶ୍ରେଷ୍ଠ ବୋଲିଂ ଚିତ୍ର ପାଇଥିଲେ।

biggest records in cricket historyblack day of australian cricket teamcricketcricket highlightscricket shortscricket t20 world cup 2024cricket team indiacricket world cupicc 2024 t20 world cupicc cricket world cupindia vs usa pakistan reactionindia vs usa resultindia vs usa t20 world cup 2024super 8 in t20 world cup 2024t20 world cupt20 world cup 2024t20 world cup 2024 livet20 world cup 2024 venuetop 10 unbreakable records in cricket historyunbreakable records in cricket historywest indies cricket teamworld cup 2024 schedule t20
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami