ସବୁ ଦୂତାବାସରେ କ’ଣ ପାଇଁ ରହିଥାନ୍ତି ଜଣେ ଗୁଇନ୍ଦା ଅଧିକାରୀ?

କାନାଡା ଓ ଭାରତ ମଧ୍ଯରେ କୂଟନୈତିକ ସ୍ତରରେ ପୂର୍ଣ୍ଣଯୁଦ୍ଧ ଚାଲିଛି କହିଲେ ଭୁଲ ହେବନାହିଁକାନାଡା ଭାରତୀୟ ଦୂତାବାସର ଜନୈକ କୂଟନୈତିକ ଅଧିକାରୀଙ୍କୁ ନିଜ ଦେଶରୁ ବହିଷ୍କାର କରିବା ପରେ ଭାରତ ସମାନ ପଦକ୍ଷେପ ନେଇଥିଲା । ଭାରତ ପ୍ରତ୍ଯୁତ୍ତରରେ କାନାଡାର ଜଣେ କୂଟନୈତିକ ଅଧିକାରୀଙ୍କୁ ୫ ଦିନରେ ଭାରତ ଛାଡ଼ିବାକୁ ଚରମବାଣୀ ଶୁଣାଇଛି । ଆଗରୁ ଭାରତ ଓ ପାକିସ୍ତାନ ମଧ୍ଯରେ କୂଟନିତୀଜ୍ଞଙ୍କୁ ବହିଷ୍କାର କରିବାର ଖେଳ ଚାଲୁଥିଲା । ଏବେ ଦରିଆପରି କାନାଡା ସହିତ ଭାରତର ସେହିଭଳି ଖେଳ ଚାଲିଛି । ସାଧାରଣତଃ ବହିଷ୍କୃତ ହୋଇଥିବା କୂଟନୀତିଜ୍ଞଙ୍କ ବିରୋଧରେ ଗୋଟିଏ ଦେଶ ଗୁଇନ୍ଦା ଗତିବିଧିରେ ଲିପ୍ତଥିବା ଅଭିଯୋଗ ଆଣି ଏଭଳି କରିଥାଏ । ଯାହାକି କାନାଡା କରିଛି । କାନାଡା ସଂସଦରେ ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ସିଧାସଳଖ ଭାରତ ବିରୋଧରେ ଜଣେ ଖଲିସ୍ତାନୀ ବିଛିନ୍ନତାବାଦୀ ନେତାଙ୍କ ହତ୍ଯାରେ ସାମିଲ ହେବା ଅଭିଯୋଗ ଆଣିଥିଲେ । ଏହି ମାମଲାର ତଦନ୍ତ ଚାଲିଛି ବୋଲି ସେ କହିଥିଲେ । ତାଙ୍କର ବୟାନ ପରେପରେ କାନାଡା ଜଣେ ବରିଷ୍ଠ ଭାରତୀୟ କୂଟନୀତିଜ୍ଞଙ୍କୁ ଦେଶ ଛାଡି ଚାଲିଯିବାକୁ କହିଥିଲା । ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଗୋଟିଏ ଦୂତାବାସରେ ଜଣେ ଗୁଇନ୍ଦା ଅଧିକାରୀ କାହିଁକି ରହିଥାନ୍ତି ? କେମିତି ରହିଥାନ୍ତି ଓ ତାଙ୍କ କାମ କ’ଣ ହୋଇଥାଏ । ଆସନ୍ତୁ ଜାଣିବା ଏସବୁ ପ୍ରଶ୍ନର ଉତ୍ତର

ଦୂତାବାସ କ’ଣ ?

ଦୂତାବାସରେ ଗୁଇନ୍ଦା ଅଧିକାରୀଙ୍କ କାମ କ’ଣ ଜାଣିବା ଆଗରୁ ଜାଣନ୍ତୁ ଦୂତାବାସ କ’ଣ । କୌଣସି ବିଦେଶୀ ରାଷ୍ଟ୍ରରେ ନିଜ ଦେଶର ସ୍ୱାର୍ଥର ପ୍ରତିନିଧିତ୍ୱ ଗୋଟିଏ ଦୂତାବାସ କରିଥାଏ । ଦୂତାବାସ ଯେଉଁ ଘରେ ଥାଏ ସେହି ଘରକୁ ଏକ ସାର୍ବଭୌମ ଅଂଚଳ ଭାବେ ଗ୍ରହଣ କରାଯାଏ । ଅର୍ଥାତ କାନାଡାରେ ଥିବା ଭାରତୀୟ ଦୂତାବାସ କାନାଡାରେ ଥାଇ ମଧ୍ଯ ସାର୍ବଭୌମ । ଏହି ଦୂତାବାସ ମଧ୍ଯକୁ କାନାଡା ସୁରକ୍ଷାକର୍ମୀ ବିନା ଅନୁମତିରେ ପ୍ରବେଶ କରିପାରିବେ ନାହିଁ । ତେଣୁ ଅନେକ ସମୟରେ ଦେଖାଯାଇଥାଏ ଯେ, ଗୋଟିଏ ଦେଶର ରାଜନୈତିକ କର୍ମୀ ନିଜ ସୁରକ୍ଷା ପାଇଁ ଆଉ ଗୋଟିଏ ଦୂତାବାସ ମଧ୍ଯରେ ଆଶ୍ରୟ ନେଇଥାନ୍ତି । ଦୂତାବାସ ମଧ୍ଯରେ ଜଣେ ବ୍ଯକ୍ତି ଲୁଚି ରହିଥିବା ଜାଣି ମଧ୍ଯ ସେଠାକାର ସରକାର ସେହି ଦୂତାବାସର କୋଠା ମଧ୍ଯକୁ ପ୍ରବେଶ କରିପାରିବେ ନାହିଁ । ଯଦି କୌଣସି ଦେଶ ଜୋରଜବରଦସ୍ତ ଅନ୍ୟଗୋଟିଏ ଦେଶର ଦୂତାବାସ ମଧ୍ଯକୁ ପ୍ରବେଶ କରେ ତେବେ ଏହା ସେହି ଦେଶର ସୀମା ମଧ୍ଯକୁ ପ୍ରବେଶ ଭଳି ହେବ । ଉଦାହରଣ ଭାବେ ଯଦି ଭାରତୀୟ ସେନା କିମ୍ବା ପୋଲିସ ଯଦି ପାକିସ୍ତାନୀ ଦୂତାବାସ ମଧ୍ଯ ବଳପୂର୍ବକ ପ୍ରବେଶ କରିବେ ତେବେ ପାକିସ୍ତାନ ଏହାକୁ ନିଜ ଉପରେ ଆକ୍ରମଣ ବୋଲି ଗ୍ରହଣ କରିବ । ଅନ୍ତର୍ଜାତୀୟ ଚୁକ୍ତି ଅନୁସାରେ ଗୋଟିଏ ଦେଶର ଦୂତାବାସ ମଧ୍ଯକୁ ଆଉ ଗୋଟିଏ ଦେଶ ବଳପୂର୍ବକ ଅଧିକାର କରିପାରିବ ନାହିଁ ।

ଦୂତାବାସରେ ଗୁଇନ୍ଦା ଅଧିକାରୀଙ୍କ କାମ କ’ଣ ?

କୌଣସି ଦୂତାବାସରେ ଖୁଲମଖୁଲା ଗୋଟିଏ ଦେଶ ନିଜ ଗୁଇନ୍ଦା ଅଧିକାରୀଙ୍କୁ ନିଯୁକ୍ତ କରିନଥାନ୍ତି । ଗୁଇନ୍ଦା ଅଧିକାରୀ ମାନଙ୍କୁ କଭର ପୋଷ୍ଟିଂ ଅର୍ଥାତ ଅନ୍ଯ କୌଣସି ପୋଷ୍ଟର ନାମ ଦେଇ ପୋଷ୍ଟିଂ କରାଯାଏ । ଫଳରେ ସେମାନେ କୂଟନୈତିକ ସଂରକ୍ଷଣ ପାଇଥାନ୍ତି । ଅର୍ଥାତ ସେମାନଙ୍କ ବିରୋଧରେ ହୋଷ୍ଟ୍ କଣ୍ଟ୍ରି ବା ଯେଉଁ ଦେଶରେ ଦୂତାବାସ ରହିଛି ସେହି ଦେଶ କୌଣସି କାର୍ଯ୍ଯାନୁଷ୍ଠାନ ନେଇ ପାରିବେ ନାହିଁ । ଅଧିକରୁ ଅଧିକ ତାଙ୍କୁ ଅବାଞ୍ଛିତ ବ୍ଯକ୍ତି ଭାବେ ଘୋଷଣା କରି ନିଜ ଦେଶରୁ ବିତାଡିତ କରିବା ପାଇଁ ଆଦେଶ ଜାରି କରିପାରିବେ । ଯାହା କାନାଡା ଓ ଭାରତ କରିଥିଲେଦୂତାବାସରେ ଥିବା ଗୁଇନ୍ଦା ଅଧିକାରୀ ନିଜ ଦେଶର ସ୍ୱାର୍ଥ ପାଇଁ କାମ କରିଥାନ୍ତି । ସେମାନେ ନିଜ ଦେଶ ପାଇଁ ସୂଚନା ସଂଗ୍ରହ କରନ୍ତି । ତେବେ ନିଜେ ସିଧାସଳଖ କୌଣସି କାର୍ଯ୍ଯରେ ନିୟୋଜିତ ହୁଅନ୍ତି ନାହିଁ । ସେମାନେ ଏଥିପାଇଁ ସେହି ଦେଶର କୌଣସି ବ୍ଯକ୍ତିଙ୍କର ସାହାଯ୍ଯ ନିଅନ୍ତି । ସବୁ ଦେଶର ଦୂତାବାସରେ ଏଭଳି ଜଣେ ଗୁଇନ୍ଦା ଅଧିକାରୀ ଥାନ୍ତି । ଯିଏ ଛଦ୍ମନାମ ଓ ଛଦ୍ମ ପଦବୀରେ କାମ କରନ୍ତି । ଆଉ ଉଣାଅଧିକେ ସବୁ ଦେଶ ଏହା ଜାଣିଛନ୍ତି । କିନ୍ତୁ ସେପର୍ଯ୍ଯନ୍ତ ବରଦାସ୍ତ କରନ୍ତି ଯେପର୍ଯ୍ୟନ୍ତ ସେମାନଙ୍କ ସ୍ୱାର୍ଥ ବିରୋଧରେ କିଛି କାର୍ଯ୍ୟ ହୁଏନାହିଁ କିମ୍ବା ସେମାନଙ୍କ ମାଟିରେ ଅନ୍ଯ ଦେଶ ବିରୋଧରେ ଷଡ଼ଯନ୍ତ୍ର ହୁଏନାହିଁ ।

ଭାରତରେ ଥିବା ଦୂତାବାସରେ ବିଦେଶୀ ଗୁଇନ୍ଦା ଅଛନ୍ତି କି ?

ଏହାର ଉତ୍ତର ହେଉଛି ହଁ । ଆମେରିକାଠାରୁ ଋଷ ଓ ପାକିସ୍ତାନ ସବୁଦେଶର ଦୂତାବାସରେ ଗୁଇନ୍ଦା ଅଧିକାରୀ ରହିଛନ୍ତି । ସେମାନେ ନିଜ ସୂତ୍ର ଦ୍ୱାରା ନିଜ ଦେଶର ସ୍ୱାର୍ଥ ପାଇଁ ସୂଚନା ଏକାଠି କରନ୍ତି । ଏହି ଗୁଇନ୍ଦା ଅଧିକାରୀମାନେ ଡିପ୍ଲୋମାଟିକ୍ ଇମ୍ୟୁନିଟି ବା କୂଟନୈତିକ ସଂରକ୍ଷଣର ଆବରଣ ଭିତରେ ଅପରେଟ୍ କରନ୍ତି । ଅନେକ ସମୟରେ ଗୋଟିଏ ତୃତୀୟ ଦେଶ ଏଭଳି ଗତିବିଧିର କେନ୍ଦ୍ର ହୋଇଯାଏ । ଯେମିତି ନେପାଳ । ନେପାଳର କାଠମାଣ୍ଡୁରେ ଥିବା ଚୀନ୍ ଓ ପାକିସ୍ତାନୀ ଦୂତାବାସ ଭାରତ ବିରୋଧୀ ଗତିବିଧିର କେନ୍ଦ୍ର । କୁହାଯାଏ ଯେ,ନେପାଳରେ ସବୁଠାରୁ ଅଧିକ ଭାରତ ବିରୋଧୀ କୂଟନୈତିକ ସଂରକ୍ଷଣ ପ୍ରାପ୍ତ ଗୁଇନ୍ଦା କାମ କରୁଛନ୍ତି । ଚୀନ୍ ଓ ପାକିସ୍ତାନର ଗୁଇନ୍ଦା କାଠମାଣ୍ଡୁରେ ଥିବା ନିଜ ଦେଶର ଦୂତାବାସରୁ ଅପରେଟ୍ କରିଥାନ୍ତି ।

canadian prime minister accuses indiacanadian prime minister on khalistanhardeep singh nijjar death newshardeep singh nijjar shot in surreyindia canada conflictindia canada issueindia canada latest newsindia canada newsindian embassy in canadajustin trudeau on hardeep nijjarjustin trudeau on hardeep nijjar speechjustin trudeau on khalistankhalistani killed in canada pak reactionkhalistani killed in canada rawkhalistani terrorist newsmodi vs justin trudeauwhy khalistan is being killedwhy khalistani leader killedwhy khalistani protesting against india
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami