ସେମିଫାଇନାଲ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଟି-୨୦ ବିଶ୍ୱକପର ସୁପର-୮ ରାଉଣ୍ଡରେ ଆଜି ଭାରତ- ବାଂଲାଦେଶ ମୁକାବିଲା ଦେଖିବାକୁ ମିଳିବ । ଆଣ୍ଟିଗୁଆରେ ରାତି ୮ଟାରେ ଏହି ମ୍ୟାଚ୍ ଖେଳାଯିବ । ଆଜିର ମ୍ୟାଚ୍ ଜିତି ସେମିଫାଇନାଲ୍ ସ୍ଥାନ ପକ୍କା କରିବ ଟିମ୍ ଇଣ୍ଡିଆ । ଅନ୍ୟପକ୍ଷରେ ବାଂଲାଦେଶ ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆଠୁ ପରାଜିତ ହେବା ପରେ ସୁପର-୮ରେ ପ୍ରଥମ ବିଜୟ ସନ୍ଧାନରେ ରହିବ ।
ଆସନ୍ତା ୨୪ ତାରିଖରେ ଅଷ୍ଟ୍ରେଲିଆକୁ ଭେଟିବ ଭାରତ। ଅଷ୍ଟ୍ରେଲିଆ ବିପକ୍ଷରେ ହେବ ରିୟଲ ଫାଇଟ୍ । ଏହା ପୂର୍ବରୁ ରୋହିତ-ବିରାଟ ଜଲୱା ଦେଖିବାକୁ ମିଳିପାରେ। ଏତେଟା ଫର୍ମରେ ନଥିବା ଏହି ଯୋଡି ବାଂଲାଦେଶ ବିପକ୍ଷରେ ଭଲ ପ୍ରଦର୍ଶନ କରିବା ନେଇ ଆଶା ରଖିଛନ୍ତି କ୍ରିକେଟ୍ ପ୍ରେମୀ।
ସୁପର-୮ ରାଉଣ୍ଡର ପ୍ରଥମ ମ୍ୟାଚରେ ଆଫଗାନିସ୍ତାନକୁ ୪୭ ରନରେ ପରାସ୍ତ କରିଥିଲା ଭାରତ । ଆଜି ଟି-୨୦ ବିଶ୍ୱକପ୍‌ରେ ଦୁଇଟି ମ୍ୟାଚ୍ ଖେଳାଯିବ। ଦ୍ୱିତୀୟ ମ୍ୟାଚ୍‌ରେ ବାଂଲାଦେଶ ସହ ମୁହାଁମୁହିଁ ହେବ ଭାରତ।

ଭାରତ ବନାମ ବାଂଲାଦେଶର ହେଡ-ଟୁ-ହେଡ ରେକର୍ଡ ବିଷୟରେ କହିବାକୁ ଗଲେ ଏହି ଦୁଇ ଦଳ ମୋଟ ୧୩ ଟି -୨୦ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତିଭାରତ ୧୨ ଟି ମ୍ୟାଚ ଜିତିଥିବାବେଳେ ବାଂଲାଦେଶ ମାତ୍ର ଗୋଟିଏ ମ୍ୟାଚ ଜିତିଛି । ଦୁଇ ଦଳ ମଧ୍ୟ ଏକ ଅଭ୍ୟାସ ମ୍ୟାଚ୍ ଖେଳିଥିଲେ, ଯାହା ଭାରତ ୬୦ ରନରେ ଜିତିଥିଲା ।

ଭାରତର ସମ୍ଭାବ୍ୟ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ରିଷଭ ପନ୍ତ (ୱିକେଟ୍ କିପର), ସୂର୍ଯ୍ୟକୁମାର ଯାଦବ, ଶିବମ୍ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଅକ୍ସର ପଟେଲ, କୁଲଦୀପ ଯାଦବ, ଜସପ୍ରୀତ ବୁମ୍ରା, ଅର୍ଶଦୀପ ସିଂ।

ବାଂଲାଦେଶର ସମ୍ଭାବ୍ୟ ଏକାଦଶ: ତନଜିଦ ହାସନ ତମିମ, ନାଜମୁଲ ହୁସେନ୍, ଲିଟନ୍ କୁମାର ଦାସ, ଶାକିବ ଅଲ ହାସନ, ତାହିଦ ହରିଦୟା, ମହମୁଦୁଲ୍ଲା, ଜାଖର ଅଲି, ରିଷାଦ ହୁସେନ୍, ଟାସ୍କିନ୍ ଅହମ୍ମଦ, ମୁସ୍ତାଫିଜୁର ରହମାନ ଏବଂ ତାନଜିମ୍ ଶାକିବ

icc t20 world cup 2024ind vs banind vs ban t20 world cup 2024india vs ban world cupindia vs bangladeshindia vs bangladesh dream11 teamindia vs bangladesh playing 11india vs bangladesh t20 wc 2024india vs bangladesh t20 world cup 2018india vs bangladesh t20 world cup 2024t20 world cupt20 world cup 2024t20 world cup 2024 ind vs bant20 world cup 2024 india vs bangladesht20 world cup 2024 india vs bangladesh playing 11
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami