ସାମୟିକ କଳା ଓ କ୍ରୀଡ଼ା ଶିକ୍ଷକଙ୍କ ପାରିଶ୍ରମିକ ୧୦ ହଜାର ଟଙ୍କାକୁ ବୃଦ୍ଧି

ଭୁବନେଶ୍ୱର: ବଢିଲା ରାଜ୍ୟର ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଥିବା ସାମୟିକ କଳା ଓ କ୍ରୀଡ଼ା ଶିକ୍ଷକଙ୍କ ପାରିଶ୍ରମିକ । ଏନେଇ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ଏହି ଶିକ୍ଷକମାନେ ୭ ହଜାର ଟଙ୍କା ପାଉଥିଲେ । ଏବେ ୧୦ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏଣିକି ସେମାନଙ୍କ ମାସିକ ପାରିଶ୍ରମିକ ବର୍ଷକୁ ୧୦ ମାସ ପରିବର୍ତ୍ତେ ପୁରା ୧୨ ମାସ ପାଇଁ ପାଇବେ ବୋଲି ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ମାସିକ ୨୪ଟି ପରିୟଡ ପରିବର୍ତ୍ତେ ୩୦ଟି ପିରିୟଡରେ ଶିକ୍ଷା ପ୍ରଦାନ କରିବେ । ଏହାସହିତ ଅନ୍ୟ ସରକାରୀ କର୍ମଚାରୀମାନଙ୍କ ପରି ମହିଳା କଳା ଓ କ୍ରୀଡ଼ା ପ୍ରଶିକ୍ଷକମାନେ ଆବଶ୍ୟକସ୍ଥଳେ ମାତୃତ୍ୱ ଛୁଟି ମଧ୍ୟ ପାଇପାରିବେ ।

ସମସ୍ୟା ନେଇ ୫ଟି ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଶିକ୍ଷକ

୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଜିଲ୍ଲା ଗସ୍ତ ଅବସରରେ ସେମାନେ ସେମାନଙ୍କ ଅସୁବିଧା ସଂପର୍କରେ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ୪୬୦୫ ଜଣ କଳା ଶିକ୍ଷକ-ଶିକ୍ଷୟତ୍ରୀ ଉପକୃତ ହେବେ । ରାଜ୍ୟର କେତେକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପିଲାମାନଙ୍କ କଳା ଓ ଶାରୀରିକ ଶିକ୍ଷା ତାଲିମ ଦେବା ପାଇଁ ସାମୟିକ କଳା ଓ କ୍ରୀଡ଼ା ଶିକ୍ଷକ ନିୟୋଜିତ କରାଯାଇଛି ।

Increased remuneration of part-time arts and sports teachersteachers salary increased
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami