ମହଙ୍ଗା ପଡ଼ିଲା କାନ୍ଥବାଡ଼ରେ ବିଜ୍ଞାପନ ଲଗାଇବା

ଭୁବନେଶ୍ୱର: ଏଣିକି ଟୁଲେଟ୍ ଲଗାଉଥିଲେ ସାବଧାନ । କାନ୍ଥବାଡ଼ରେ ଟୁଲେଟ୍ ଲଗାଇଲେ ଭରିବେ ଜରିମାନା । କାନ୍ଥ କିମ୍ବା ବିଦ୍ୟୁତ୍ ଖୁଣ୍ଟରେ ମଧ୍ୟ ଟୁଲେଟ୍ ଲଗାଇ ପାରିବେ ନାହିଁ । କାରଣ ଏହି ଟୁଲେଟ୍ ବିଜ୍ଞାପନ ଲଗାଇ ୩ ସଂସ୍ଥା ୫୦ ହଜାରଟଙ୍କା ଲେଖାଏ ଜରିମାନା ଭରିଛନ୍ତି । ବିଏମ୍‌ସି ଏହି ଟଙ୍କା ନୟାପଲ୍ଲୀ ଅଞ୍ଚଳର ୩ ସଂସ୍ଥାଠାରୁ ଆଦାୟ କରିଛି । ଏହାସହ ବିଜ୍ଞାପନ ଲଗାଇଥିବା ସଂସ୍ଥା ନାମରେ ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଛି ।

କାନ୍ଥବାଡ଼ରେ ଲାଗିବନି ଟୁଲେଟ୍‌

ସହଜରେ ଘର ଭଡ଼ା ଲଗାଇବା ପାଇ ଘର ମାଲିକମାନେ କାନ୍ଥବାଡ଼ ଓ ଇଲେକ୍ଟ୍ରି ଖୁଣ୍ଟରେ ଟୁଲେଟ ଲଗାଉଛନ୍ତି । କିଛି ସଂସ୍ଥା ଓ ଘର ମାଲିକ ଭଡ଼ା ଦେବା ପାଇଁ କାନ୍ଥ ବା ବିଦ୍ୟୁତ ଖୁଣ୍ଟ ଓ ସରକାରୀ ଜାଗାରେ ଟୁଲେଟ୍ ଲେଖି ମାରୁଛନ୍ତି । ଏହା ସହରର ସୌନ୍ଦର୍ଯ୍ୟ ନଷ୍ଟ କରୁଛି । ଏ ନେଇ ବିଏମସି ଲୋକମାନଙ୍କୁ ପୂର୍ବରୁ ସଚେତନ କରିଥିଲା । ଏବେ ୩ ସଂସ୍ଥାଠାରୁ ସରକାରୀ ଜାଗାରେ ଟୁଲେଟ୍ ମାରିବା ଅଭିଯୋଗରେ ବିଏମସି ୫୦ ହଜାର ଟଙ୍କା ଲେଖାଏ ଜରିମାନା ଆଦାୟ କରିଛି । ହେଲେ ଜଣେ ବ୍ୟକ୍ତି ନିଜ ଘର ଭଡ଼ା ଲଗାଇବାକୁ ଚାହିଁଲେ ସେ ନିଜ ଘର ଆଗରେ ଟୁଲେଟ୍ ମାରିପାରିବ ବୋଲି କୁହାଯାଇଛି ।

If you install a toilettoletyou will be fined
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami