ଭବିଷ୍ୟତର ଆର୍ଥିକ ଚିନ୍ତାକୁ କେମିତି ମନ ଭିତରୁ ହଟାଇବେ ?

ଟଙ୍କା ବଂଚିବା ପାଇଁ ନିହାତି ଆବଶ୍ୟକଶିକ୍ଷାଠାରୁ ସ୍ୱାସ୍ଥ୍ୟ ସବୁ ପାଇଁ ଦରକାର ହୋଇଥାଏ ଟଙ୍କାଟଙ୍କା ଯଦି ପାଖରେ ଅଛି ତେବେ ଜୀବନର କିଛି ସମସ୍ୟାର ମୁକାବିଲା ପାଇଁ ମନରେ ସାହସ ଆସିପାରେ । ଆମେ ସମସ୍ତେ ଟଙ୍କା ସଂଚୟ କରିବାକୁ ଚାହୁଁ । ଆମେ ସମସ୍ତେ ଭବିଷ୍ୟତକୁ ସୁରକ୍ଷିତ କରିବାକୁ ଉଦ୍ୟମ କରୁ । କିନ୍ତୁ ସେହି ଏକା ସମୟରେ ପ୍ରାୟତଃ ଆମ ମନକୁ ଅର୍ଥ ସଂପର୍କିତ କିଛି ଭୟ କବଳିତ କରିଥାଏ । ଆଜି ଆମେ ସେହିଭଳି କିଛି ଚିନ୍ତା ଓ ତାର ନିରାକରଣ ବାବଦରେ ଆଲୋଚନା କରିବା ।

‘ମୁଁ ଚାକିରି ହରାଇବି’

ଯଦି ଆପଣ ନିଜ ଚାକିରିକୁ ନେଇ ଚିନ୍ତିତ ଅଛନ୍ତି ତେବେ ସମ୍ଭାବନା ଥାଇ ପାରେ ଯେ, ଆପଣ ଏସଂପର୍କରେ ନିଜ ବସଙ୍କଠାରୁ କିମ୍ବା ସହକର୍ମୀଙ୍କଠାରୁ ସୂଚନା ପାଇଛନ୍ତି ଅଥବା ଆପଣଙ୍କ ସେକ୍ଟରରେ ଛଟେଇ ଚାଲିଛି । ଏଭଳି ପରିସ୍ଥିତିରେ ଆପଣଙ୍କୁ ଏହି ଆଶଙ୍କାର ମୁକାବିଲା କରିବାକୁ ପଡିବ ।

ଏହାର ମୁକାବିଲା କେମିତି କରିବେ ?

ନିଜ ସହ ସଚ୍ଚୋଟ ହୁଅନ୍ତୁ । ଆପଣଙ୍କ ଆଶଙ୍କାର କାରଣ କଣ ,ପ୍ରଥମେ ତାକୁ ଖୋଜନ୍ତୁ । ଯଦି ଆପଣଙ୍କ ଖରାପ ପ୍ରଦର୍ଶନ ଏହାର ଗୋଟିଏ କାରଣ,ତେବେ ନିଜ ବସଙ୍କ ସହ କଥା ହୁଅନ୍ତୁ ଓ ନିଜ ପ୍ରଦର୍ଶନରେ ସୁଧାର ଆଣନ୍ତୁ । ନିଜ ସ୍କିଲ ବଢାଇବା ଉଦ୍ୟମ ଜାରି ରଖନ୍ତୁ । ଯଦି କାରଣ ଆପଣ ନିଜେ ନୁହନ୍ତି କିନ୍ତୁ ସେକ୍ଟରରେ ଚାଲିଥିବା ମାନ୍ଦାବସ୍ଥା ତେବେ ନିଜକୁ ମଲ୍ଟିଟାସ୍କିଂ କରନ୍ତୁ । କିମ୍ବା ଛଟେଇ ନୋଟିସ ମିଳିବା ପୂର୍ବରୁ ନିଜ ପାଇଁ ଚାକିରି ଖୋଜନ୍ତୁ । ଏଭଳି ପରିସ୍ଥିତି ପାଇଁ ଏମର୍ଜନସୀ ଫଣ୍ଡ୍ ତିଆରି କରନ୍ତୁ ।

‘ଷ୍ଟକ୍ ମାର୍କେଟରେ ବଡ କ୍ଷତି ହେବ’

ଏହା ଗୋଟିଏ ସାମାନ୍ୟ ଭୟ ବିଶେଷକରି ନୁଆକରି ଶେୟାର ମାର୍କେଟରେ ନିବେଶ କରୁଥିବା ନିବେଶକାରୀଙ୍କ ଭିତରେ ଏହି ଭୟ ଅଧିକ ଥାଏ । ସେମାନଙ୍କ ମନରେ ସବୁବେଳେ ଭୟ ଥାଏ ଯେ, କାଳେ ଆମ ଟଙ୍କା ଡୁବିଯିବ

ଏମିତିରେ କଣ କରିବେ

ଯଦି ଆପଣଙ୍କୁ ନିବେଶର ତରିକା ଜଣା ନାହିଁ କିମ୍ବା ଆପଣ ଆଗରୁ ମାର୍କେଟରେ ନିବେଶ ହରାଇଛନ୍ତି ତେବେ ସବୁଠାରୁ ଭଲ ଉପାୟ ହେଉଛି ସିଧାସଳଖ ଶେୟାରରେ ଟଙ୍କା ନଲଗାଇ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରନ୍ତୁ । କିନ୍ତୁ ଯଦି ଆପଣ ଶେୟାରରେ ଟ୍ରେଡିଂ କରିବାକୁ ଚାହୁଁଛନ୍ତି ତେବେ ବନ୍ଧୁ ଓ ସଂପର୍କୀୟଙ୍କ ଟିପ୍ସ ଉପରେ ବାଜି ଲଗାଇବାରୁ ବଂଚନ୍ତୁ । ସବୁବେଳେ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ । ଆପଣଙ୍କ ପାଇଁ ସବୁଠୁ ଭଲ ହେବ ଲମ୍ବା ଅବଧିର ନିବେଶ ଓ ମାର୍କେଟର ଉତ୍ଥାନ ପତନ ଦ୍ୱାରା ପ୍ରଭାବିତ ନେହେବା ।

କରଜ ଜଲାରେ ଫଶିବା ଡର

ଉଧାର କରି କିଣିବାରୁ ଏହି ଡର ଜନ୍ମ ନେଇଥାଏ ଉଧାର ଅଭ୍ୟାଶ ଦ୍ୱାରା ଅନେକ କରଜ ସୃଷ୍ଟି ହୋଇଥାଏ । ଏଥିଭିତରୁ କିଛି ବଡ ଇଏମଆଇ ସହ କିଛି ଲମ୍ବା ଅବଧିର ଲୋନ୍ ହୋଇଥାନ୍ତି । ତେଣୁ ଆପଣଙ୍କୁ କରଜ ଜାଲରୁ ନମୁକୁଳି ପାରିବା ଡର ସବୁବେଳେ ଭୟଭୀତ କରାଇଥାଏ ।

ଏହାର ମୁକାବିଲା କେମିତି କରିବେ

ଏହି ଡରରୁ ମୁକ୍ତି ପାଇବାର ସବୁଠୁ ଭଲ ଉପାୟ ହେଉଛି ସବୁବେଳେ ଏହା ସୁନିଶ୍ଚିତ କରନ୍ତୁ ଯେ, ଆପଣଙ୍କ କରଜ ଯେମିତି ଆପଣଙ୍କ ଆୟର 50 ପ୍ରତିଶତରୁ ଅଧିକ ହେବ ନାହିଁ । ଯଦି ଆପଣ ଆଗରୁ ବଡ ଲୋନ୍ ନେଇଛନ୍ତି ତେବେ ଆଉ ଲୋନ୍ ନିଅନ୍ତୁ ନାହିଁ । ବର୍ତ୍ତମାନ ଚାଲିଥିବା ଲୋନ୍ ଶୁଝିବା ପାଇଁ ଉଦ୍ୟମ କରନ୍ତୁକ୍ରେଡିଟ୍ କାର୍ଡ,ପର୍ସନାଲ ଲୋନ୍ ଶୁଝି ସାରିବା ପରେ ଅନ୍ୟ ଲୋନକୁ ଶୁଝିବା ଆରମ୍ଭ କରନ୍ତୁ ।

‘‘ରିଟାୟରମେଣ୍ଟ କାଳରେ ମୋ ପାଖରେ ପର୍ଯ୍ୟାପ୍ତ ଫଣ୍ଡ୍ ନଥିବ’’

ପ୍ରାୟ 51 ପ୍ରତିଶତ ଲୋକଙ୍କ ଆଶଙ୍କା ଯେ, ଅବସର ପରେ ସେମାନଙ୍କ ପାଖରେ ଚଳିବା ପାଇଁ ପର୍ଯ୍ୟାପ୍ତ ଅର୍ଥ ନଥିବଏଚଏସବିସିର ଫ୍ୟୁଚର ଅଫ୍ ରିଟାୟରମେଣ୍ଟ ଷ୍ଟଡି କୁହେ ଯେ, 10 ଜଣରୁ 7 ଜଣ ଅବସରକାଳୀନ ଜୀବନ ପାଇଁ ନିଜ ପିଲାଙ୍କ ଉପରେ ଭରସା କରନ୍ତି । ଦେଶର 55 ପ୍ରତିଶତ ଚାକିରିଆ ଅବସର ପାଇଁ ଫଣ୍ଡ ତିଆରି କରୁଛନ୍ତି

ଏହାର ମୁକାବିଲା କେମିତି ?

ଯଦି ଆପଣଙ୍କୁ ଅବସରକାଳୀନ ଚିନ୍ତା ଡରାଉଛି ତେବେ ସଠିକ ବିକଳ୍ପରେ ନିବେଶ କରନ୍ତୁ ଆର୍ଥିକ ପରାମର୍ଶଦାତ୍ତାଙ୍କ ପରାମର୍ଶ ନେଇ ଏଭଳି ପ୍ଲାନରେ ନିବେଶ କରନ୍ତୁ,ଯାହା ମୁଦ୍ରାସ୍ଥିତିକୁ ମାତ୍ ଦେଇ ଆପଣଙ୍କ ପାଇଁ ଭଲ ଫଣ୍ଡ୍ ସୃଷ୍ଟି କରିପାରିବ । ଏହା ସହ ନିଜ ବର୍ତ୍ତମାନ ଆୟକୁ ବଢାଇ ରିଟାୟରମେଣ୍ଟ୍ ପାଇଁ ସଂଚୟ କରନ୍ତୁ

‘ସ୍ୱାସ୍ଥ୍ୟ ଖରାପ ହେଲେ ମୁଁ କଣ କରିବି’

ମେଡିକାଲ ଏମରଜେନ୍ସିରେ ଆପଣଙ୍କ ସଂଚୟ ସରିଯିବାର ଡର ମଧ୍ୟ ଗୋଟିଏ ବଡ ଭୟଗମ୍ଭୀର ରୋଗ ଓ ଦୁର୍ଘଟଣାର ଗୁରୁତର ଆଘାତାପ୍ରାପ୍ତ ହେବାରେ ଏଭଳି ହୋଇଥାଏ । ଅନେକ ମାମଲାରେ ବେସିକ୍ ହେଲ୍ଥ୍ ପଲିସି ପର୍ଯ୍ୟାପ୍ତ ହୋଇ ନଥାଏ ଏମିତିରେ କଣ କରିବେ ?

ଏଥିରୁ ବଂଚିବାର ଭଲ ଉପାୟ ହେଉଛି ପର୍ଯ୍ୟାପ୍ତ ବୀମା ନେବା । ଆପଣ 5 ଲକ୍ଷର ଗୋଟିଏ ବେସିକ୍ ପ୍ଲାନ୍ କିଣି ପାରିବେ ଓ ଏହାପରେ 15 ଲକ୍ଷ ଟଙ୍କାର ଟପ୍ ଅପ୍ ନେଇ ପାରିବେ । ଏହା 20 ଲକ୍ଷ ଟଙ୍କାର ବଡ ହେଲ୍ଥ ଇନସ୍ୟୁରାନ୍ସଠାରୁ ଶସ୍ତା ପଡିବ । ଏହାସହ ଦୁର୍ଘଟଣା ଜନିତ ଅକ୍ଷମତା ଓ କ୍ରିଟିକାଲ ଇଲନେସ୍ ବୀମା ପ୍ଲାନ୍ ମଧ୍ୟ କିଣିବା ଠିକ୍ ରହିବ ।

economic planning featuresfinancial managementfinancial planningfinancial planning and analysisfinancial planning and analysis jobfinancial planning and analysis salaryfinancial stress and depressionfinancial stress and mental healthfinancial stress meditationfinancial stress motivation
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami