ବାତ୍ୟା ରୋକିବ ହେନ୍ତାଳ ବଣ, ବଜ୍ରପାତରୁ ବଞ୍ଚାଇବ ତାଳ ଗଛ

ଭୁବନେଶ୍ୱର : ବାତ୍ୟାରୁ ସୁରକ୍ଷା ଦେବ ହେନ୍ତାଳବଣ । ବଜ୍ରପାତରୁ ବଞ୍ଚାଇବ ବି ତାଳଗଛ । ଉପକୂଳ ଅଞ୍ଚଳଳରେ ହେନ୍ତାଳବଣ ବାତ୍ୟା ବିପକ୍ଷରେ ପ୍ରାକୃତିକ ସୁରକ୍ଷା ପ୍ରାଚୀର ଭାବେ କାର୍ଯ୍ୟ କରୁଛି । ସେଥିପାଇଁ ଘଞ୍ଚହେନ୍ତାଳ ଜଙ୍ଗଲ ସୃଷ୍ଟି କରିବାକୁ କୃଷି ଓ ଜଙ୍ଗଲ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛିି । ଏଥିସହ ବଜ୍ରପାତରେ ହେଉଥିବା ମୃତ୍ୟୁକୁ ରୋକିବା ପାଇଁ ବ୍ୟାପକ ତାଳଗଛ ରୋପଣ ଅଭିଯାନ ଆରମ୍ଭ କରିବାକୁ ପରାମର୍ଶ ଦିଆଯାଇଛି । ବିପର୍ଯ୍ୟୟ ପରିଚାଳନା ପାଇଁ ଗଠିତ ଷ୍ଟେଟ୍ ଏକ୍‌ଜିକ୍ୟୁଟିଭ କମିଟିର ତୃତୀୟ ବୈଠକରେ ଏହି ଦିଗରେ ଗୁରୁତ୍ୱାରୋପ କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ।

ବଜ୍ରପାତ ପ୍ରବଣ ଅଞ୍ଚଳରେ ଲଗାଯିବ ତାଳ ଗଛ

ବୈଠକରେ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ରାଜ୍ୟର ସବୁ ଅଞ୍ଚଳ, ଖାସ୍ କରି ବଜ୍ରପାତ ପ୍ରବଣ ଅଞ୍ଚଳରେ ଅଧିକରୁ ଅଧିକ ତାଳ ଗଛ ଲଗାଇବାକୁ କୃଷି ଏବଂ ଜଙ୍ଗଲ ଓ ପରିବେଶ ବିଭାଗକୁ କୁହାଯାଇଛି । ଏଥିସହ ସତର୍କ ଆପ୍ ଜରିଆରେ ବଜ୍ରପାତର ଆଗୁଆ ତଥା ସତର୍କ ସୂଚନା ଦେବାକୁ ପ୍ରସ୍ତାବ ଦେଇଛି ଓସଡମା । ବାର୍ଷିକ ୫୦ ଲକ୍ଷ ଟଙ୍କା ବ୍ୟୟରେ ଆର୍ଥ ନେଟୱର୍କ ଓ ପୁନେ ସ୍ଥିତ ଆଇଟିଏମ୍ ସହଯୋଗରେ ଏହି ଆପ୍ କାର୍ଯ୍ୟକାରୀ ହେବ ବୋଲି ପ୍ରସ୍ତାବ ଦିଆଯାଇଛି । କେବଳ ଏତିକି ନୁହେଁ, ପୁରୀ, କୋଣାର୍କ, ଗୋପାଳପୁର ଓ ପାରାଦୀପ ସମେତ ୬ଟି ଉପକୂଳ ଜିଲ୍ଲାର ୨୪ଟି ଚିହ୍ନଟ ସୁନାମି ପ୍ରବଣ ଗାଁରେ ଇଣ୍ଡିଆନ୍ ଓସେନ୍ ସୁନାମୀ ରେଡି ପ୍ରୋଗ୍ରାମ୍ କାର୍ଯ୍ୟକାରୀ କରିବାକୁ ମଧ୍ୟ ପ୍ରାୟ ୧୩ ଲକ୍ଷ ୨୧ ହଜାର ଟଙ୍କାର ଏକ ପ୍ରସ୍ତାବ ଓସଡମା ପକ୍ଷରୁ ଦିଆଯାଇଛି । ବାତ୍ୟାର ମୁକାବିଲା ପାଇଁ ପ୍ରଭାବଶାଳୀ ପ୍ରାକୃତିକ ସୁରକ୍ଷା ବ୍ୟବସ୍ଥା ଭାବରେ ଉପକୂଳ ରକ୍ଷଣାବେକ୍ଷଣରେ ସହାୟକ ହେଉଥିବା ହେନ୍ତାଳବନକୁ ଗୁରୁତ୍ୱ ଦିଆଯାଇଛି । ସେହିପରି ବଜ୍ରପାତକୁ ରୋକିବା ପାଇଁ ତାଳ ବୃକ୍ଷରୋପଣ ବ୍ୟାପକ କରାଯିବ । ୨୦୨୩-୨୪ ଆର୍ଥିକ ବର୍ଷରେ ବ୍ୟାପକ ଝାଉଁ ବୃକ୍ଷ ରୋପଣ ଉପରେ ମଧ୍ୟ ଯୋଜନା ପ୍ରସ୍ତୁତ କରାଯାଇଛି ।

hental forest will protect against cyclone storm newshentanbana newsodisha news
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami