ବନ୍ଧୁକ ଦେଖାଇ ମହିଳାଙ୍କୁ କଲେ ପ୍ରପୋଜ୍‌, ଭିଡିଓ ଭାଇରାଲ

କଲମ୍ବିଆ: ସାଧାରଣତଃ କିଛି ଲୋକ ନିଜ ପ୍ରେମିକ କିମ୍ବା ପ୍ରେମିକାଙ୍କୁ ଫୁଲ ବା ମୁଦିି ଦେଇ ପ୍ରପୋଜ କରିଥାନ୍ତି । କିନ୍ତୁ ଏବେ କଲମ୍ବିଆର ଜଣେ ଯୁବକ ନିଜ ଗାର୍ଲଫ୍ରେଣ୍ଡଙ୍କୁ କିଛି ଭିନ୍ନ ଅନ୍ଦାଜରେ ପ୍ରପୋଜ କରିଛନ୍ତି । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଡକାୟତଙ୍କ ମେଳରେ ପ୍ରେମିକାଙ୍କୁ ପ୍ରପୋଜ କଲେ ପ୍ରେମିକ

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, କିଛି ଲୋକ ମୁହଁରେ କପଡା ବାନ୍ଧି ଦିନ ଦ୍ୱି ପ୍ରହରେ ଏକ ନିଛାଟିଆ ରାସ୍ତାରେ ଗୋଟିଏ କାରକୁ ଅଟକାଉଛନ୍ତି । କାରରୁ ଜଣେ ମହିଳାଙ୍କୁ ବନ୍ଧୁକ ଦେଖାଇ ବାହାରକୁ ବାହାରିବା ପାଇଁ କହୁଛନ୍ତି । ମହିଳାଜଣକ ଭୟଭୀତ ହୋଇ କାରକୁ ବାହାରୁଛନ୍ତି । ରାସ୍ତାଘାଟ ବି ଶୂନଶାନ ଥିଲା । ଏଥିପାଇଁ ସେ କାହାକୁ ସାହାଯ୍ୟ ବି ମାଗି ପାରୁ ନ ଥିଲେ । ହଠାତ୍ ସେହି ଡକାୟତଙ୍କ ମଧ୍ୟରୁ ଜଣେ ଆଣ୍ଠେଇ ବସି ମହିଳାଙ୍କୁ ମୁଦି ଦେଇ ପ୍ରପୋଜ କରୁଛନ୍ତି । ଯାହାକୁ ଦେଖି ମହିଳାଜଣକ ବି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । କାରଣ ସେହି ଯୁବକ ଜଣକ ତାଙ୍କ ପ୍ରେମିକ ଥିଲେ । ଭିନ୍ନ ଢଙ୍ଗରେ ପ୍ରପୋଜ କରିବା ପାଇଁ ସେ ଏପରି ଲୁଟପାଟ୍‌ର ନାଟକ ରଚିଥିଲେ । ପରେ ମହିଳାଜଣକ ଘଟଣା କଣ ବୁଝିବାକୁ ଡେରି ହୋଇ ନ ଥିଲା । ମହିଳାଜଣକ ଖୁସି ହୋଇ ତାଙ୍କ ପ୍ରେମିକଙ୍କୁ ଚୁମ୍ବନ ଦେଇଥିଲେ । ଆଖପାଖରେ ଥିବା ନକଲି ଡକାୟତମାନେ ତାଳି ବଜାଇଥିଲେ । ଘଟଣାଟିର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏପରି ଭିନ୍ନ ଢଙ୍ଗର ପ୍ରପୋଜ ଷ୍ଟାଇଲକୁ ଦେଖି ଲୋକେ ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

A different kind of proposeHe proposed to a woman with a gun.viral video
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami