ଆହତ କ୍ରିକେଟରଙ୍କୁ ପିଠିରେ ଉଠାଇ ନେଲେ ସାଥି ଖେଳାଳି

ଇସଲାମାବାଦ: ଏବେ ସୋସିଆଲ ମିଡ଼ିଆରେ ଏମିତି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିବା ପରେ ସମସ୍ତଙ୍କର ଗୋଟିଏ କଥା ସାଥୀ ହେବ ତ ଏମିତି । ନିକଟରେ ପାକିସ୍ତାନର ଜଣେ କ୍ର୍ରିକେଟର ମ୍ୟାଚ ସମୟରେ ଆହତ ହେବାରୁ ତାଙ୍କର ଜଣେ ସାଥୀ ଖେଳାଳି ତାଙ୍କୁ ପିଠିରେ ଉଠାଇ ହସ୍‌ପିଟାଲ ନେଉଥିବା ଦେଖିବାକୁ ମିଳିଛି । ଖେଳାଳିଙ୍କ ଏପରି ଉଦ୍ୟମକୁ ଚାରିଆଡ଼େ ପ୍ରଶଂସା କରାଯାଇଛି ।

ମ୍ୟାଚ ସମୟରେ ଆହତ ହେଲେ ବୋଲର ଶାଦାବ ଖାନ୍‌

ବିଶ୍ୱକପ ପରେ ଜାତୀୟ ଟି-୨୦ କପରେ ପାକିସ୍ତାନର ଅନେକ ଅନ୍ତର୍ଜାତୀୟ କ୍ରିକେଟର ଅଂଶଗ୍ରହଣ କରିଛନ୍ତି । କରାଚିର ୟୁବିଏଲ୍ ସ୍ପୋର୍ଟସ୍ କମ୍ପେ୍ଲକ୍ସ ଗ୍ରାଉଣ୍ଡରେ ସିଆଲକୋଟ ଏବଂ ରାୱଲପିଣ୍ଡି ମଧ୍ୟରେ ଜାତୀୟ ଟି-୨୦ର ଏକ ମ୍ୟାଚ୍ ଖେଳାଯାଉଥିôଲା । ମ୍ୟାଚ ସମୟରେ ରାୱଲପିଣ୍ଡି ବୋଲର ତଥା ଟିମର ଉପ-ଅଧିନାୟକ ଶାଦାବ ଖାନ୍ ଆହତ ହୋଇଯାଇଥିଲେ । ପଡ଼ିଆରେ ଛଟପଟ ହେଉଥିବା ବେଳେ ଷ୍ଟ୍ରେଚର ଆସିବା ବିଳମ୍ବ ହେବାରୁ ଦଳର ଜଣେ ଅତିରିକ୍ତ ଖେଳାଳି ତାଙ୍କୁ ତାଙ୍କ ପିଠିରେ ଉଠାଇ ପଡ଼ିଆ ବାହାରକୁ ନେଉଥିବାର ଦେଖାଯାଇଥିଲା ।

ଆହତ ଖେଳାଳିଙ୍କୁ ଷ୍ଟ୍ରେଚର ଯୋଗାଇବାକୁ ବୋର୍ଡ଼ ପାଖରେ ନାହିଁ ଅର୍ଥ

ଏହାର ଏକ ଭିଡିଓ ଭାଇରାଲ ହେବା ପରେ ଆହତ ଖେଳାଳିଙ୍କୁ ଷ୍ଟ୍ରେଚର ଯୋଗାଇବା ପାଇଁ ବୋର୍ଡ ପାଖରେ ପର୍ଯ୍ୟାପ୍ତ ଅର୍ଥ ନ ଥିବା ଲୋକେ ଥଟ୍ଟା କରିଛନ୍ତି । ଏହି ସମୟର ଏକ ଭିଡିଓ ସେୟାର କରି କ୍ରିକଡେନର ପ୍ରତିଷ୍ଠାତା ଫରିଦ ଖାନ ଲେଖିଛନ୍ତି, ‘ଆମେ ୧୯୮୦ ଦଶକରେ ଅଛୁ କି? ସେମାନେ କିପରି ଶାଦାବ ଖାନଙ୍କୁ ପଡ଼ିଆ ବାହାରକୁ ନେଉଛନ୍ତି? ପିସିବିର ଷ୍ଟ୍ରେଚର ନାହିଁ କି? ୟୁବିଏଲ କମ୍ପେ୍ଲକ୍ସ କରାଚିରେ ହିଁ ଅଛି, ସୁକ୍କୁର (ସିନ୍ଧ ପ୍ରଦେଶର ଦୂର ସହର)ରେ ନୁହେଁ ।

Hadab khan taken off field in bizarre manner watchShadab Khan injured
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami