ଏହି ଦୁଇଟି ୨ ଟଙ୍କିଆ କଏନ୍ ଯଦି ଆପଣଙ୍କ ପାଖରେ ଅଛି,ତେବେ ପାଇ ପାରିବେ ୧୦ ଲକ୍ଷ ଟଙ୍କା

ଆପଣ ଅନେକ ସମୟରେ ଶୁଣିଥିବେ ଯେ, ପୁରୁଣା ମୁଦ୍ରା ବଦଳରେ ଲକ୍ଷ ଲକ୍ଷ ଟଙ୍କା ମିଳୁଛି । ତେବେ କେବେ ଭାବିଛନ୍ତି କି ପୁରୁଣା କଏନ ପାଇଁ କିଏ ଏତେ ଟଙ୍କା ଖର୍ଚ୍ଚ କରେ ଓ କାହିଁକି କରେ ? । ଅନେକ ଲୋକଙ୍କର ପୁରୁଣା ସାମଗ୍ରୀ ସଂଗ୍ରହ କରିବା ସୌକ ଥାଏ । ଏହି ସୌକ୍ ପୁରା କରିବା ପାଇଁ ସେମାନେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି । ସେମାନଙ୍କ ପାଖରେ ପୁରୁଣା ସାମଗ୍ରୀ ବା ଆଣ୍ଟିକ୍ କଲେକ୍ସନ ରହିଥାଏ । ଆଣ୍ଟିକ୍ କଲେକ୍ଟର ହିଁ ପୁରୁଣା ସାମଗ୍ରୀ ପାଇଁ ଭଲ ମୁଲ୍ୟ ଦେଇଥାନ୍ତି । ସେହିଭଳି ଲୋକଙ୍କ ମଧ୍ୟରୁ କିଛି ପୁରୁଣା ମୁଦ୍ରା ସଂଗ୍ରହ କରିବାର ସୌକ ରଖନ୍ତି । ପୁରୁଣା ମୁଦ୍ରା ସଂଗ୍ରହକାରୀ ହିଁ ଏଭଳି ମୁଦ୍ରାକୁ କିଣିଥାନ୍ତି ।

ଆଗରୁ ପ୍ରଚଳିତ ଥିବା ଅନେକ ମୁଦ୍ରା ଏବେ ଆଉ ପ୍ରଚଳନରେ ନାହିଁ । ସେହିଭଳି ଅଚଳ ମୁଦ୍ରାକୁ କିଣିବାକୁ କଲେକ୍ଟର ଭଲ ଟଙ୍କା ଦେଇଥାନ୍ତି । ଆଜି ଆମେ ଆପଣଙ୍କୁ ସେହିଭଳି ଦୁଇଟି ଦୁଇଟଙ୍କିଆ କଏନ ବାବଦରେ କହିବୁ, ଯାହା ଯଦି ଆପଣଙ୍କ ପାଖରେ ଥିବ ତେବେ ଆପଣ ସହଜରେ ୧୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ପାଇ ପାରିବେ । ଅର୍ଥାତ ଗୋଟିଏ ୨ ଟଙ୍କିଆ କଏନକୁ ଆପଣ ୫ ଲକ୍ଷ ଟଙ୍କାରେ ବିକ୍ରି କରିପାରିବେ

କେମିତି ହେବା ଦରକାର ୨ ଟଙ୍କିଆ ମୁଦ୍ରା ?

ଇ କମର୍ସ ୱେବସାଇଟ୍ କ୍ୱିକରରେ ଏଭଳି ୟୁନିକ୍ ମୁଦ୍ରା ସେଲ ହୋଇଥାଏ । ଏହିଭଳି ଗୋଟିଏ ମୁଦ୍ରା ହେଉଛି ୨ ହଜାର ମସିହାରେ ବଜାରକୁ ଆସିଥିବା ଦୁଇ ଟଙ୍କିଆ ମୁଦ୍ରା । ଏହି ମୁଦ୍ରା ପଛ ପଟେ ଭାରତର ମାନଚିତ୍ର ଥିଲା ଓ ମାନଚିତ୍ର ଉପରେ ଜାତୀୟ ପତାକା ଥିଲା । ଏହାର ଦୁଇ ପାର୍ଶ୍ୱରେ ହିନ୍ଦିରେ ରାଷ୍ଟ୍ରୀୟ ଏକତା ଓ ଇଂରାଜୀରେ ନ୍ୟାସନାଲ ଇଣ୍ଟିଗ୍ରେସନ ଲେଖାଥିଲା । ଯଦି ଆପଣଙ୍କ ପାଖରେ ଏଭଳି ମୁଦ୍ରା ଅଛି ତେବେ ବଦଳରେ ଆପଣ ଲକ୍ଷାଧିକ ଟଙ୍କା ଆୟ କରିପାରିବେ । କ୍ୱିକର ଡଟ୍ କମରେ ଏହି ମୁଦ୍ରାର ଦାମ ୫ ଲକ୍ଷ କୁହାଯାଇଛି । ସେହିଭଳି ୧୯୯୪ରେ ବଜାରକୁ ଆସିଥିବା ଗୋଟିଏ ଦୁଇ ଟଙ୍କିଆ ମୁଦ୍ରାର ମୁଲ୍ୟ ୫ ଲକ୍ଷ ଟଙ୍କା ରହିଛି ।

୧୦ ଲକ୍ଷରୁ ଅଧିକ ମଧ୍ୟ ହୋଇପାରେ ମୁଲ୍ୟ !

୨ ଟଙ୍କାର ମୁଦ୍ରାର ମୂଲ୍ୟ ୫ ଲକ୍ଷ ଟଙ୍କାରୁ ମଧ୍ୟ ଅଧିକ ହୋଇପାରେ । ଏହି ୱେବସାଇଟ୍ କେବଳ ସେଲର ଓ ବାୟରଙ୍କ ମଧ୍ୟରେ ସେତୁ ଭଳି କାମ କରିଥାଏ । କିଣିବା ବାଲା ଓ ବିକ୍ରି କଲା ବାଲାଙ୍କ ଉପରେ ମୁଦ୍ରାର ମୂଲ୍ୟ ନିର୍ଭର କରିଥାଏ । ବିକ୍ରିକାରୀ ଯଦି ଅଧିକ ଟଙ୍କା ଦାବି କରନ୍ତି ଓ କ୍ରୟକାରୀ ଅଧିକ ଦେବାକୁ ରାଜି ହୁଅନ୍ତି ତେବେ ମୁଦ୍ରାର ମୂଲ୍ୟ ମଧ୍ୟ ବଢିପାରେ । ଯଦି ଆପଣଙ୍କ ପାଖରେ ଏହି ଦୁଇଟି ୨ ଟଙ୍କିଆ କଏନ୍ ଅଛି ତେବେ ଆପଣ ସହଜରେ ୧୦ ଲକ୍ଷ ଟଙ୍କା ରୋଜଗାର କରିପାରିବେ

ଯଦି ଏହି ଦୁଇଟି କଏନ୍ ଅଛି ତେବେ କ’ଣ କରିବେ ? କେମିତି ବିକିବେ ?

ଯଦି ଆପଣଙ୍କ ପାଖରେ ଏହି ଦୁଇଟି କଏନ ଅଛି ତେବେ ପ୍ରଥମେ ନିଜକୁ ଏକ ଅନଲାଇନ୍ ବିକ୍ରେତା ଭାବେ ପଂଜିକୃତ କରିବାକୁ ପଡିବ । ଆପଣ ନିଜ ଘରେ ବସି ଅତି ସହଜରେ ଏହା କରିପାରିବେ । ଏହାର ପୁରା ସୂଚନା କ୍ୱିକର ଡଟକମରେ ମିଳିଯିବ । ନିମ୍ନରେ ଦିଆଯାଇଥିବା ଲିଙ୍କକୁ କ୍ଲିକ୍ କରି ଆପଣ ସବୁ ସୂଚନା ପାଇ ପାରିବେ https://www.quikr.com/home-lifestyle/2-rupee-coin-for-sale-quantity-2-jalandhar/p/355893515ସେଠାରେ ଆପଣଙ୍କୁ ନିଜ ନାମ, ଠିକଣା, ଫୋନ୍ ନମ୍ବର ଦେବାକୁ ପଡିବ । ଆକାଉଣ୍ଟ ତିଆରି କରିବା ପରେ ୟୁଜର ଆଇଡି ଓ ପାସୱାର୍ଡ ଦେଇ ଲଗଇନ୍ କରନ୍ତୁ ।

ଏହି ୱେବସାଇଟରେ ଦୁଇ ପ୍ରକାରର ଅପସନ୍ ଥାଏ । ମୁଦ୍ରା କିଣିବା ପାଇଁ ବାୟ ନାଓ (Buy Now) ଓ ମୁଦ୍ରା ବିକ୍ରି କରିପାଇଁ ମେକ୍ ଅନ୍ ଅଫର Make an Offer ବିକଳ୍ପ ରହିଥାଏ । ଯଦି ବିକ୍ରି କରିବାକୁ ଚାହୁଁଛନ୍ତି ତେବେ ମେକ୍ ଅନ୍ ଅଫର ଉପରେ କ୍ଲିକ୍ କରନ୍ତୁଯଦି କିଣିବାକୁ ଚାହୁଁଛନ୍ତି ତେବେ ବାୟ ନାଓକୁ ବାଛନ୍ତୁ । ଆପଣ ନିଜ ପାଖରେ ଥିବା ମୁଦ୍ରାର ଫଟୋ ଉଠାଇ ୱେବସାଇଟରେ ଅପଲୋଡ୍ କରନ୍ତୁ । ଏହିଭଳି ଭାବେ ଆପଣ ନିଜ ପାଖରେ ଥିବା ପୁରୁଣା କଏନରୁ ଭଲ ଅର୍ଥ ରୋଜଗାର କରିପାରିବେ ।

2 rupee coin୨ ଟଙ୍କିଆ କଏନ5 lakhs rupees for a 2 rupee coin୫ ଲକ୍ଷ ଟଙ୍କାantique collectionbuy nowcreate user id and passworde commerce website quikrmake an offerold coinquikr dot comregister as online seller in quikrseller and buyerunique coins sellingଅନଲାଇନ୍ ବିକ୍ରେତା ଭାବେ ପଂଜିକୃତଆଣ୍ଟିକ୍ କଲେକ୍ସନଇ କମର୍ସ ୱେବସାଇଟ୍ କ୍ୱିକରକ୍ୱିକର ଡଟ୍ କମପୁରୁଣା ମୁଦ୍ରାବାୟ ନାଓମେକ୍ ଅନ୍ ଅଫରୟୁଜର ଆଇଡି ଓ ପାସୱାର୍ଡୟୁନିକ୍ ମୁଦ୍ରା ସେଲସେଲର ଓ ବାୟର
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami