ବାହା ହେଲେ ମିଳିବ ୫୧ ହଜାର

ବିବାହ କଲେ ମିଳିବ ଆର୍ଥିକ ସହାୟତା । ଏଣିକି ବାହାହେଲେ ବାହାଘର ଖର୍ଚ୍ଚ ବହନ କରିବେ ସରକାର । ଦେଶର ନାଗରିକମାନଙ୍କ ପାଇଁ ସରକାର ବିଭିନ୍ନ ପ୍ରକାରର ଯୋଜନା ଜାରି କରିଛନ୍ତି । ବିଭିନ୍ନ ବର୍ଗର ଲୋକମାନଙ୍କ ଆବଶ୍ୟକତାକୁ ନେଇ ବିଭିନ୍ନ ଯୋଜନା ପ୍ରଣୟନ କରିଥାନ୍ତି । ଏଥିରେ ଅଧିକାଂଶ ଯୋଜନା ଗରିବ ଲୋକମାନଙ୍କ ବିକାଶ ବା ସେମାନଙ୍କୁ ସୁବିଧା ସୁଯୋଗ ଯୋଗାଇଦେବା ନିମନ୍ତେ ଲାଗୁ ହୋଇଥାଏ । ଏଭଳି ଲୋକମାନଙ୍କୁ ସରକାର ଯଥାସମ୍ଭବ ସହାୟତା କରିବାକୁ ଚେଷ୍ଟା କରିଥାନ୍ତି ସରକାର । ଏହିଭଳି ଏକ ଯୋଜନାରେ ବିବାହ କରିବା ପାଇଁ ସହାୟତା ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର । ଗରିବ ଶ୍ରେଣୀର ଲୋକମାନେ ନିଜ ଝିଅ ବିବାହ ସମୟରେ ସରକାରଙ୍କ ଏହି ଯୋଜନାରେ ଟଙ୍କା ପାଇପାରିବେ । ସୂଚନା ଅନୁସାରେ, ଉତ୍ତରପ୍ରଦେଶରେ ରାଜ୍ୟ ସରକାରଙ୍କ ଦ୍ୱାରା ଗରିବ ନିରାଶ୍ରିତ ଲୋକମାନଙ୍କୁ ମୁଖ୍ୟମନ୍ତ୍ରୀ ସାମୂହିକ ବିବାହ ଯୋଜନା ଅଧୀନରେ ବିବାହ କରାଇବା ପାଇଁ ୫୧ ହଜାର ଟଙ୍କା ପ୍ରଦାନ କରାଯାଉଛି । ତେବେ ଏହି ଟଙ୍କା ଏକାସାଙ୍ଗରେ ହିତାଧିକାରୀଙ୍କୁ ଦିଆଯାଏ ନାହିଁ । ଏହି ଯୋଜନା ଅଧୀନରେ ବିବାହ ପରେ ସରକାରଙ୍କ ଦ୍ୱାରା ଗରିବ କନ୍ୟାଙ୍କ ଆକାଉଣ୍ଟରେ ୩୧ ହଜାର ଟଙ୍କା ଜମା କରାଯାଏ । ଏହାପରେ ବିବାହ ପାଇଁ ବ୍ୟବହୃତ ଜିନିଷ କିଣିବା ଖର୍ଚ୍ଚରେ ଆଉ ୧୦ ହଜାର ଟଙ୍କା ମିଳିଥାଏ । ସେହିପରି ୬ ହଜାର ଟଙ୍କା ବିବାହ ସମାରୋହ ସଜାଇବା ପାଇଁ ପ୍ରଦାନ କରିଥାନ୍ତି ସରକାର । ତେବେ କେବଳ ପ୍ରକୃତ ହିତାଧିକାରୀ ହିଁ ଏହି ଯୋଜନାର ଲାଭ ଉଠାଇପାରିବେ । ୟୁପିରେ ମୁଖ୍ୟମନ୍ତ୍ରୀ ସାମୂହିକ ବିବାହ ଯୋଜନାରେ ବିବାହ କରିବା ପାଇଁ ୫୧ ହଜାର ଟଙ୍କା ସମସ୍ତଙ୍କୁ ଦିଆଯିବନାହିଁ । କେବଳ ଉତ୍ତରପ୍ରଦେଶର ମୂଳ ନିବାସୀମାନେ ହିଁ ଏହି ଯୋଜନାର ଫାଇଦା ପାଇପାରିବେ । ତେବେ ବାର୍ଷିକ ୨ ଲକ୍ଷ ଟଙ୍କାରୁ କମ୍ ଆୟ ଥିବା ପରିବାର ହିଁ ଏହି ଯୋଜନାର ଲାଭ ପାଇବା ପାଇଁ ଯୋଗ୍ୟ ହୋଇପାରିବେ । ଅନୁସୂଚିତ ଜାତି ବା ଓବିସି ସମୁଦାୟର ହିତାଧିକାରୀ ମାନଙ୍କର ଜାତିଗତ ପ୍ରମାଣପତ୍ର ଥିଲେ , ସେମାନେ ଏହାର ଫାଇଦା ଉଠାଇପାରିବେ । ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ସାମୂହିକ ବିବାହ ଯୋଜନା ଅନୁସାରେ, କନ୍ୟାଙ୍କ ବୟସ ୧୮ ବର୍ଷ ଏବଂ ଯୁବକଙ୍କ ବୟସ ୨୧ ହୋଇଥିବା ଆବଶ୍ୟକ । ତେବେ ଏହି ଯୋଜନା ଉତ୍ତରପ୍ରଦେଶ ସମେତ ମଧ୍ୟପ୍ରଦେଶରେ ମଧ୍ୟ ପ୍ରଚଳିତ ହେଉଛି । ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ କଲ୍ୟାଣୀ ବିବାହ ସହାୟତା ଯୋଜନା ଅନୁସାରେ, ବିବାହରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି ।

51000 for girls51000 shagundahej ka saman 51000 delhigovernment schemes for girls marriage in indiagovt job for exservicemanhow to apply for mvsy 2021how to apply for vivah anudanmarriage ribbon cuttingmust-haves for filmmakersonline apply for vivaah shagun yojnaribbon cuttingshadi ka sara saman 51000shadi ka sara saman 61000the way for uthe way for youtools for filmmakers
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami