ହେଡ କୋଚ ପାଇଁ ଗୌତମ ଗମ୍ଭୀର ଦେବେ ଇଣ୍ଟରଭ୍ୟୁ

ଭାରତୀୟ ପୁରୁଷ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ଭୂମିକା ପାଇଁ ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ଆଜି ଇଣ୍ଟରଭିୟୁ ଦେବେ । କୋଚ୍ ପଦ ପାଇଁ ଆବେଦନ କରିଥିବା ଏକମାତ୍ର ପ୍ରାର୍ଥୀ ହେଉଛନ୍ତି ଗମ୍ଭୀର । ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଚାଲିଥିବା ଟି -ଟ୍ବେଣ୍ଟି ବିଶ୍ୱକପ ପରେ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ଏହି ପଦବୀ ପାଇଁ ମେ ମଧ୍ୟଭାଗରେ ନିମନ୍ତ୍ରଣ କରିଥିଲା ଏବଂ ଆଇପିଏଲ୍ ଫାଇନାଲର ଗୋଟିଏ ଦିନ ପରେ ଅର୍ଥାତ ଶେଷ ତାରିଖ ୨୭ ମଇ ରହିଥିଲା।

ଗମ୍ଭୀର ମଧ୍ୟ କେ.କେ.ଆର. ର ମେଣ୍ଟର ଏବଂ ବର୍ତ୍ତମାନର ଆଇପିଏଲ୍ ଚାମ୍ପିଅନ୍ କୋଲକାତା ନାଇଟ୍ ରାଇଡର୍ସର ପରାମର୍ଶଦାତା ମଧ୍ୟ ଅଟନ୍ତି । ସୂଚନାଯୋଗ୍ୟ ଗତ ବର୍ଷ ଜୁଲାଇରେ ଅଗରକରଙ୍କୁ ନିଯୁକ୍ତ କରାଯାଇଥିଲା । ଅଗରକର ଦାୟିତ୍ୱ ଗ୍ରହଣ କଲାବେଳେ ଆଙ୍କୋଲା ପୂର୍ବରୁ ଚୟନକର୍ତ୍ତା ଥିଲେ ।
ବିସିସିଆଇର ଏକ ଉତ୍ସ ନିଶ୍ଚିତ କରିଛି, ‘ଆମେ ମୁଖ୍ୟ ପ୍ରଶିକ୍ଷକ ଏବଂ ଚୟନକର୍ତ୍ତା ପଦ ପାଇଁ ପ୍ରାର୍ଥୀମାନଙ୍କ ପାଇଁ ସାକ୍ଷାତକାର ଅଧିବେଶନ କରୁଛୁ। ସିଏସି ବିସିସିଆଇକୁ ଏହାର ସୁପାରିଶ ଦାଖଲ କରିବ ଏବଂ ଏହା ପରେ ବୋର୍ଡ ଏକ ସରକାରୀ ଘୋଷଣା କରିବ ।
ନୂତନ ପ୍ରଶିକ୍ଷକଙ୍କ କାର୍ଯ୍ୟକାଳ ଜୁଲାଇ ୨୦୨୪ ରୁ ଆରମ୍ଭ ହେବ ଏବଂ ଡିସେମ୍ବର ୩୧ , ୨୦୨୭ ପର୍ଯ୍ୟନ୍ତ ଚାଲିବ ଯାହା ପରବର୍ତ୍ତୀ ଓଡିଆଇ ବିଶ୍ୱକପ୍ ବର୍ଷ ଅଟେ ।

gautam gambhirgautam gambhir coachgautam gambhir head coachgautam gambhir head coach newsgautam gambhir india coachgautam gambhir india head coachgautam gambhir interviewgautam gambhir newsgautam gambhir team india coachgautam gambhir team india head coachindia head coachIndian cricket teamindian team head coachnew coach gautam gambhirteam Indiateam india coachteam india head coachteam india new coachteam india new head coach
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami