ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଜେନରାଲ ପରଭେଜ୍ ମୁଶାରଫଙ୍କ ଦୁବାଇରେ ନିଧନ ହୋଇଯାଇଛି । ଦୁବାଇରେ ଆତ୍ମନିର୍ବାସନରେ ଥିବା ପରଭେଜ୍ ମୁଶାରଫଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି । ୟୁଏଇ (ମିଳିତ ଆରବ ଏମିରଟ)ର ଏକ ଆମେରିକୀୟ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ସେ ଆମାଇଲାଇଡୋସିସ୍ ରୋଗରେ ପୀଡିତ ଥିଲେ ।ଶୁକ୍ରବରା ଦିନ ତାଙ୍କର ମୃତ୍ୟୁ ହୋଇଥିବା ପାକିସ୍ତାନୀ ମିଡିଆ ସୂତ୍ରରୁ ପ୍ରକାଶ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,୨୩ ବର୍ଷ ତଳେ ହିଁ ମୁଶାରଫଙ୍କ ଅନ୍ତ ହୋଇଥାନ୍ତା । କେବଳ ଭାଗ୍ୟ ତାଙ୍କୁ ବଂଚାଇ ଦେଇଥିଲା ।
ଦୁବାଇରେ ରହୁଥିଲେ ମୁଶାରଫ
କ୍ଷମତାରୁ ବିଦା ହେବା ପରେ ମୁଶାରଫ ଦୁବାଇରେ ରହୁଥିଲେ । ୧୯୯୯ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଗାଦିଚ୍ୟୁତ କରି ସେ କ୍ଷମତା ଦଖଲ କରିଥିଲେ । ୨୦୦୮ରେ ସେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ସେ ଦେଶ ଛାଡି ଦେଇଥିଲେ ।
କାରଗିଲ ଯୁଦ୍ଧ ପଛର ଖଳନାୟକ
ଜେନରାଲ ପରଭେଜ୍ ମୁଶରଫ ପାକ୍ ସେନା ମୁଖ୍ୟ ଥିବା ବେଳେ କାରଗିଲ ଷଡ଼ଯନ୍ତ୍ର ହୋଇଥିଲା । ଭାରତୀୟ ପ୍ରଧାନମନ୍ତ୍ରୀ ବସ ଯୋଗ ଲାହୋର ଯାତ୍ରା କରିଥିଲେ । ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ଥିଲା ଏହି ଯାତ୍ରାର ଲକ୍ଷ୍ୟ । କିନ୍ତୁ ସେହି ସମୟରେ ମୁଶାରଫ ନିଜ ସହକର୍ମୀଙ୍କ ସହିତ ମିଶ କାରଗିଲ ଷଡ଼ଯନ୍ତ୍ର କରିଥିଲେ । କାରଗିଲ ଯୁଦ୍ଧରେ ପାକିସ୍ତାନୀ ସେନା ପଛଘୁଞ୍ଚା ଦେବାକୁ ବାଧ୍ୟ ହୋଇଥିଲା । ଯୁଦ୍ଧ ପରେ ମୁଶାରଫଙ୍କୁ ବରଖାସ୍ତା କରିବାକୁ ନୱାଜ ସରିଫ ଉଦ୍ୟମ କରିଥିଲେ । ତେବେ ଶ୍ରୀଲଙ୍କା ଗସ୍ତରେ ଥିବା ମୁଶାରଫ ନିଜ ବିଶ୍ୱସ୍ତଙ୍କ ସହାୟତାରେ ଓଲଟା ସାମରିକ ବିଦ୍ରୋହ ଜରିଆରେ କ୍ଷମତା ଦଖଲ କରିଥିଲେ ।2008 ଅଗଷ୍ଟ ୧୨ ତାରିଖରେ ମୁଶାରଫ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ
ଭାରତରୁ ଯାଇଥିଲେ ମୁଶାରଫଙ୍କ ପରିବାର । ଭାରତ ବିରୋଧୀ ମୁଶାରଫଙ୍କ ପରିବାର ୧୯୪୭ରେ ପାକିସ୍ତାନ ପଳାୟନ କରିଥିଲା । ଏହାର ୪ ବର୍ଷ ପୂର୍ବରୁ ଅର୍ଥାତ ୧୯୪୩ରେ ମୁଶାରଫଙ୍କ ଜନ୍ମ ଦିଲ୍ଲୀରେ ହୋଇଥିଲା । ଦିଲ୍ଲୀରୁ ଯାଇ ପାକିସ୍ତାନରେ ମୁଶାରଫଙ୍କ ପରିବାର ରହିଥିଲା ।
23 ବର୍ଷ ତଳେ ହୋଇଯାଇଥାନ୍ତା ମୁଶାରଫଙ୍କ କମ ତମାମ୍,ଯଦି ସେଦିନ…
୭୯ ବର୍ଷ ବୟସରେ କାରଗିଲ ଯୁଦ୍ଧର ମୁଖ୍ୟ ଖଳନାୟକ ପରଭେଜ୍ ମୁଶାରଫଙ୍କ ଦେହାନ୍ତ ହୋଇଯାଇଛି । ଆମାଇଲାଇଡୋସିସ୍ ରୋଗରେ ପୀଡିତ ଥିବା ମୁଶାରଫ ଯନ୍ତ୍ରଣାଦାୟକ ମୃତ୍ୟୁ ପାଇଛନ୍ତି । ତାଙ୍କ ଶରୀରର ସବୁ ଅଙ୍ଗ କାମ କରିବା ବନ୍ଦ କରିଦେଇଥିଲା । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଯଦି ମୁଶାରଫଙ୍କ ଭାଗ୍ୟ ସାଥ୍ ଦେଇନଥାନ୍ତା ତେବେ ୨୩ ବର୍ଷ ତଳେ ତାଙ୍କ କାମ ତମାମ ହୋଇଯାଇଥାନ୍ତା । ଆଉ ତାଙ୍କ ଶରିର ହୁଏତ ମିଳିନଥାନ୍ତା । ଏହି ଘଟଣା ହେଉଛି କାରଗିଲ ଯୁଦ୍ଧ ସମୟର । କାରଗିଲ ଯୁଦ୍ଧର ଭିଲେନ୍ ମୁଶାରଫ ଜୁନ୍ ୨୪,୧୯୯୯ରେ ଏଲଓସିର ଗୁଲେଟରି ସେକ୍ଟରରେ ଥିଲେ । ସେହିଦିନ ତାଙ୍କ ସହିତ ତତ୍କାଳୀନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ମଧ୍ୟ ଥିଲେ । ସେହି ସମୟରେ ଦୁଇଟି ଜାଗୁଆର ଭାରତୀୟ ଲଢୁଆ ବିମାନ ଏଲଓସିରେ ପାକ୍ ଟାର୍ଗେଟ୍ ଉପରେ ବୋମା ମାଡ଼ କରୁଥିଲେ । ଦୁଇଟି ବିମାନ ମଧ୍ୟରୁ ଗୋଟିକର କାମ ଥିଲା ଟାର୍ଗେଟ୍ ଉପରେ ଲେଜର ପକାଇ ଲକ୍ କରିବା । ଆର ବିମାନ ଟାର୍ଗେଟ ଉପରେ ବୋମା ମାଡ଼ କରିଥାନ୍ତା । ଟାର୍ଗେଟ୍ ଲକ୍ ହେଲା କିନ୍ତୁ ବୋମା ଦୁରରେ ପଡ଼ିଲା । ଆଉ ବଂଚିଯାଇଥିଲେ ମୁଶାରଫ । ନହେଲେ ୨୩ ବର୍ଷ ତଳେ ମୁଶାରଫ କାହାଣୀର ଅନ୍ତ ହୋଇଥାନ୍ତା ।