ଆଫଗାନିସ୍ତାନରେ ଫସିଛି ଭାରତର ଏତିକି ଟଙ୍କା, ଜାଣନ୍ତୁ କେଉଁଠି କେତେ ନିବେଶ କରିଛି ଭାରତ

ତାଲିବାନ କବଜାର ଆଫଗାନିସ୍ତାନତାଲିବାନ ମାନେ ପାକିସ୍ତାନ । ପାକିସ୍ତାନ ମାନେ ଭାରତର ସ୍ୱାର୍ଥ ପ୍ରତି ବିପଦ । ୨୦୦୧ରେ ତାଲିବାନ ସରକାର ପତନ ପରେ ଭାରତ ଉପରେ ସେଠାକୁ ସେନା ପଠାଇବାକୁ ଆମେରିକାର ଚାପ ଥିଲା । କିନ୍ତୁ ତତ୍କାଳୀନ ଅଟଳ ବିହାରୀ ବାଜପାୟୀ ସରକାର ବିରୋଧୀ ଦଳଙ୍କୁ ବିଶ୍ୱାସକୁ ନେଇ ଆଫଗାନିସ୍ତାନକୁ ସେନା ପଠାଇ ନଥିଲା । ଭାରତ ସିଧାସଳଖ ଆଫଗାନିସ୍ତାନରେ ସାମରିକ ହସ୍ତକ୍ଷେପ କରିବାକୁ ଚାହିଁନଥିଲା । ଏହା ବଦଳରେ ଭାରତ ଆଫଗାନିସ୍ତାନର ପୁର୍ନନିର୍ମାଣରେ ଭାଗିଦାର ହୋଇଥିଲା । ଭାରତ ଆଫଗାନିସ୍ତାନରେ ସ୍କୁଲ, କଲେଜଠାରୁ ବନ୍ଧ ଓ ରାସ୍ତା ନିର୍ମାଣ କାମରେ ନିଜକୁ ସାମିଲ କରି ଆଫଗାନିସ୍ତାନୀଙ୍କ ହୃଦୟ ଜିତିଥିଲା । କିନ୍ତୁ ତାଲିବାନର କ୍ଷମତାକୁ ଆସିବା ସହିତ ଭାରତର ନିବେଶ ଉପରେ ଏବେ ବିପଦର କଳାବାଦଲ ଛାଇଗଲାଣି । ତେବେ ଭାରତ ଆଫଗାନିସ୍ତାନରେ କେତେ ଟଙ୍କା ନିବେଶ କରିଥିଲାକେଉଁ କେଉଁ କ୍ଷେତ୍ରରେ ଏହି ନିବେଶ ଥିଲା ? ଆଫଗାନିସ୍ତାନରେ ଭାରତର ମୋଟ ନିବେଶ ହେଉଛି ୨୩ ହଜାର କୋଟି ଟଙ୍କା । ଏହା ବାଦ ଭାରତ ବାମିୟାନ ସହରରେ ୭୦ହଜାର କୋଟି ଟଙ୍କା ନିବେଶ କରିବାକୁ ରାଜି ହୋଇଥିଲା । ଏବେ କିନ୍ତୁ ତାଲିବାନ କ୍ଷମତାକୁ ଆସିବା ପରେ ସେହି ନିବେଶର ସମ୍ଭାବନା ବହୁତ କମ ଅଛି ।

ବନ୍ଧଠାରୁ ସ୍କୁଲ

ଭାରତ ଆଫଗାନିସ୍ତାନର ଭିତ୍ତିଭୂମି ନିର୍ମାଣରେ ଅଧିକ ଟଙ୍କା ନିବେଶ କରିଥିଲା । ସ୍କୁଲ ଠାରୁ ନଦୀ ବନ୍ଧ ଏବଂ ବିଦ୍ୟୁତ୍ ସବଷ୍ଟେଶନ ଭାରତ ସେଠାରେ ପ୍ରତିଷ୍ଠା କରିଥିଲା । ୨୦୨୦ ବେଳକୁ ଆଫଗାନିସ୍ତାନ ଓ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ୧ ଶହ କୋଟି ଡଲାର ଥିଲା । ୨୦୨୦ ଜେନେଭା କନଭେନସନରେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଥିଲେ ଯେ, ଆଫଗାନିସ୍ତାନର ଏଭଳି କୌଣସି ସ୍ଥାନ ନାହିଁ ଯେଉଁଠି ଭାରତ ପହଂଚି ନାହିଁ । ଏବେ ଭାରତ ଦ୍ୱାରା ନିର୍ମିତ ଭିତ୍ତିଭୂମିର କ’ଣ ହେବ ତାହା ଏକ ବଡ ପ୍ରଶ୍ନ ।

ସଲମା ଡ୍ୟାମ୍

ହେରାତ ପ୍ରଦେଶରେ ଭାରତ ସଲମା ଡ୍ୟାମ୍ ତିଆରି କରୁଛି । ୪୨ ମେଗାୱଟ୍ କ୍ଷମତା ବିଶିଷ୍ଟ ଏହି ଜଳବିଦ୍ୟୁତ୍ ପ୍ରକଳ୍ପ ଦ୍ୱାର ଜଳ ସେଚନ ମଧ୍ୟ ହେଉଥିଲା । ୨୦୧୬ରେ ଏହାର ଉଦଘାଟନ ହୋଇଥିଲା । ଯେଉଁ ସମୟରେ ଏହାର ନିର୍ମାଣ ଚାଲିଥିଲା , ସେତେବେଳେ ମଧ୍ୟ ଏହି ଅଂଚଳରେ ତାଲିବାନର ପ୍ରଭାବ ଥିଲା ।

ଜରାଞ୍ଜ-ଦେଲାରାମ ରାଜପଥ

୨୧୮ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ରାଜପଥ ଭାରତ ଦ୍ୱାରା ନିର୍ମିତ । ଏହାକୁ ବର୍ଡର ରୋଡ୍ ଅର୍ଗାନାଇଜେସନ ତିଆରି କରିଥିଲା । ଏହି ରାଜପଥ ଇରାନ ସୀମା ପାଖ ଦେଇ ଯାଇଛି । ଏହାର ନିର୍ମାଣ ପାଇଁ ଭାରତ ୧୫୦ ମିଲିଅନ ଡଲାର ଖର୍ଚ୍ଚ କରିଥିଲା । ଏହି ରାଜପଥ ଦକ୍ଷୀଣରେ କାନ୍ଦାହାର, ପୂର୍ବରେ ଗଜନୀ ଓ କାବୁଲ ସହିତ ଉତ୍ତରରେ ମଜାର-ଏ- ସରିଫକୁ ଯୋଡିଥାଏ । ପାକିସ୍ତାନ ଆଫଗାନିସ୍ତାନକୁ ଯିବା ପାଇଁ ଭାରତକୁ ରାସ୍ତା ଦେବା ପାଇଁ ମନା କରିଦେବା ପରେ ଏହି ରାସ୍ତା ଭାରତ ପାଇଁ ରଣନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଥିଲା । ଇରାନରେ ଭାରତ ତିଆରି କରୁଥିବା ଚାବହାର ବନ୍ଦରକୁ ଏହି ରାସ୍ତା ଯୋଡିଥାଏ । ଏବେ ତାଲିବାନ କ୍ଷମତାକୁ ଆସିବା ଦ୍ୱାରା ଭାରତ ଏହି ରଣନୈତିକ ଫାଇଦା ହରାଇବ । କାରଣ ଏହା ଭାରତକୁ ସିଧା ୟୁରୋପ ସହିତ ଯୋଡିଥାନ୍ତା ।

କାବୁଲର ସଂସଦ ଭବନ

ଭାରତ ୯୦ ମିଲିୟନ ଡଲାର ବ୍ୟୟରେ ଆଫଗାନିସ୍ତାନର ସଂସଦ ଭବନ ନିର୍ମାଣ କରିଥିଲା୨୦୧୫ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଉଦଘାଟନ କରିଥିଲେ । ଏହି ନୂଆ ଭବନର ଗୋଟିଏ ବ୍ଲକର ନାମ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀଙ୍କ ନାମରେ ନାମିତ ହୋଇଥିଲା । ଏବେ ତାଲିବାନ ସେହି ବ୍ଲକର ନାମ ପରିବର୍ତ୍ତନ କରିବ କି ନାହିଁ ତାହା ଦେଖିବାକୁ ବାକି ରହିଲା ।

ଏହା ସହିତ ଭାରତ ସତୋର ପ୍ୟାଲେସର ପୁର୍ନନିର୍ମାଣ କରିଥିଲା । ଏହି ମହଲରେ ଆଧୁନିକ ଆଫଗାନିସ୍ତାନର ନିଅଁ ରଖାଯାଇଥିଲା । ୧୯୧୯ରେ ରାୱଲପିଣ୍ଡି ଚୁକ୍ତି ଏହି ମହଲରେ ସ୍ୱାକ୍ଷରିତ ହୋଇଥିଲା । ଏହି ଚୁକ୍ତି ଆଧାରରେ ଆଫଗାନିସ୍ତାନ ଏକ ସ୍ୱତନ୍ତ୍ର ରାଷ୍ଟ୍ର ହୋଇଥିଲା । ଭାରତ ମଧ୍ୟ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନିବେଶ କରିଥିଲା । ବିଦ୍ୟୁତ ସେବା ବିକାଶ ଦିଗରେ ମଧ୍ୟ ଭାରତ ବ୍ୟାପକ ନିବେଶ କରିଥିଲା । ୧୯୭୨ ମସିହାରେ ନଷ୍ଟ ହୋଇ ଯାଇଥିବା କାବୁଲ ଶିଶୁ ହସ୍ପିଟାଲର ପୁର୍ନନିମର୍ମାଣ ଭାରତ କରିଥିଲା । ସେହିଭଳି ଆଫଗାନିସ୍ତାନରେ ପରିବହନ ସେବାର ବିକାଶ ପାଇଁ ଭାରତ ବସ ଓ ମିନି ବସ ମଧ୍ୟ ଦାନରେ ଦେଇଥିଲା । ୪୦୦ ବସ ଓ ୨ଶହ ମିନି ବସ ଭାରତ ଆଫଗାନିସ୍ତାନକୁ ଦେଇଥିଲା ।

2020 geneva convention୨୦୨୦ ଜେନେଭା କନଭେନସନ୨୩ ହଜାର କୋଟି ଟଙ୍କା23000 crores investments400 buses and 200 mini buses୪୦୦ ବସ ଓ ୨ଶହ ମିନି ବସafghanistanAtal Bihari VajpayeeAtal Bihari Vajpayee governmentAtal block in Afghan parliamentborder road organisationchabahar portcollegesdamsDevelopment of electricity servicesElectricity substationhealth sector investmentsHow much has India invested in Afghanistan?india afghanistan relationsIndia built schoolsIndia rebuilds AfghanistanIndias External Affairs Minister S. Jayashankarinvestment of 70000 crore in BamyanIran borderKabul Childrens HospitalKabul Parliament Houseprime minister narendra modiRestoration of the Stor Palaceroadssalma dam in herattaliban captures afghanistantaliban pakistanTransportation serviceZaranj - Delaram Roadଅଟଳ ବିହାରୀ ବାଜପାୟୀଅଟଳ ବିହାରୀ ବାଜପାୟୀ ସରକାରଆଫଗାନିସ୍ତାନଆଫଗାନିସ୍ତାନରେ ସ୍କୁଲଇରାନ ସୀମା ପାଖକଲେଜଠାରୁ ବନ୍ଧ ଓ ରାସ୍ତାକାବୁଲ ଶିଶୁ ହସ୍ପିଟାଲକାବୁଲର ସଂସଦ ଭବନକେତେ ନିବେଶ କରିଛି ଭାରତଚାବହାର ବନ୍ଦରଜରାଞ୍ଜ-ଦେଲାରାମ ରାଜପଥତାଲିବାନ ମାନେ ପାକିସ୍ତାନପରିବହନ ସେବାପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିବର୍ଡର ରୋଡ୍ ଅର୍ଗାନାଇଜେସନବାମିୟାନ ସହରରେ ୭୦ହଜାର କୋଟି ଟଙ୍କା ନିବେଶବିଦ୍ୟୁତ ସେବା ବିକାଶବିଦ୍ୟୁତ୍ ସବଷ୍ଟେଶନଭାରତଭାରତ ଆଫଗାନିସ୍ତାନର ପୁର୍ନନିର୍ମାଣଭାରତ ଆଫଗାନିସ୍ତାନରେ କେତେ ଟଙ୍କା ନିବେଶ କରିଥିଲାଭାରତ ସତୋର ପ୍ୟାଲେସର ପୁର୍ନନିର୍ମାଣଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନିବେଶହେରାତ ପ୍ରଦେଶରେ ଭାରତ ସଲମା ଡ୍ୟାମ୍
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami