ମଝି ଆକାଶରେ ଛିଡି ବାହାରିଗଲା ବିମାନ ଡ଼ୋର

ନ୍ୟୁୟର୍କ: ମଝି ଆକାଶରେ ଛିଡିଗଲା ବିମାନର ଡ଼ୋର୍ । ଫଳରେ ବିମାନଟିକୁ ଆମେରିକାର ଓରେଗନ୍ ସିଟିରେ ଜରୁରୀ ଅବତରଣ କରିବାକୁ ପଡିଛି । ‘ଅଲାସ୍କା ଏୟାରଲାଇନ୍ସ’ର ବୋଇଂ ବିମାନରେ ଘଟିଛି ଏଭଳି କିଛି ଘଟଣା । ଏହାର ଏକ ଭିଡ଼ିଓ ଓ ଫଟୋ ଏବେ ସୋସିଆଲ ମିଡ଼ିଆରେ ଘୂରି ବୁଲୁୁଛି ।

ଜରୁରୀ ଅବତରଣ କରିଥିଲା ବିମାନ

ଗତକାଲି ବିମାନଟି ପୋର୍ଟଲ୍ୟାଣ୍ଡରୁ କାଲିଫର୍ଣ୍ଣିଆର ଓଣ୍ଟାରିଓ ଅଭିମୁଖେ ଉଡାଣ ଭରିଥିଲା । କିନ୍ତୁ ବିମାନଟି ଟେକ୍ ଅଫ୍ କରିବାର କିଛି ସମୟ ପରେ ଏହାର ଡ଼ୋର ଓ ଝରକା ଛିଡି ବାହାରି ଯାଇଛି । ତେବେ ଏହି ଅଘଟଣରେ କେହି ଆହତ ନାହାନ୍ତିି । ବିମାନର ମିଡ୍ କ୍ୟାବିନର କବାଟ ଟି ସମ୍ପୂର୍ଣ୍ଣ ଛିଡି ବାହାରି ଯାଇଛି । ଫଳରେ ବିମାନଟି ଫେରି ଆସିଥିଲା । ଏଥିରେ ୧୭୧ ଜଣ ଯାତ୍ରୀ ଓ ୬ ଜଣ କ୍ରୁ ସଦସ୍ୟ ଥିଲେ । ପୋର୍ଟଲ୍ୟାଣ୍ଡ ବିମାନ ବନ୍ଦରରେ ଏହାକୁ ସୁରକ୍ଷିତ ଭାବେ ଅବତରଣ କରାଯାଇଥିଲା । ତେବେ ଏହି ଦୁର୍ଘଟଣା କିଭଳି ଘଟିଲା ସେ ନେଇ ତଦନ୍ତ ଚାଲିଥିବା ଅଲାସ୍କା ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି । ଆମେରିକାର ଜାତୀୟ ପରିବହନ ସୁରକ୍ଷା ବୋର୍ଡ ଟ୍ୱିଟରରେ ଏକ ପୋଷ୍ଟରେ କହିଛି ଯେ ଅଲାସ୍କା ଏୟାରଲାଇନ୍ସର ବିମାନ ନମ୍ବର-୧୨୮୨ ସହିତ ଜଡିତ ଏକ ଘଟଣାର ଯାଞ୍ଚ ଜାରି ରହିଛି ।

door blows out of boeing planeflight emergency landing
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami