ନିଦ ଆସୁନି କି ? ୧୦-୩-୨-୧ର ଟ୍ରିକ୍ କରିବ ତୁରନ୍ତ କାମ..

ଦୁନିଆରେ ଏମିତି କମ ଲୋକ ଅଛନ୍ତି ଯେଉଁମାନଙ୍କୁ ବିଛଣାରେ ପଡୁ ପଡୁ ନିଦ ଆସିଯାଏ । ଅନେକ ଲୋକ ବହୁତ ସମୟ ବିଛଣାର କଡ ଲେଉଟାଇବା ପରେ ସେମାନଙ୍କୁ ନିଦ ଆସିଥାଏ । ଅନେକ ଶୀଘ୍ର ଶୋଇବାକୁ ଚାହାନ୍ତି କିନ୍ତୁ ନିଦ ନଆସିବା କାରଣରୁ ବିଛଣାକୁ ଯିବାକୁ ଡରନ୍ତି । ଏଭଳି ଲୋକଙ୍କ ପାଇଁ ଖୁସି ଖବର ଆଣିଛନ୍ତି ଇଂଲଣ୍ଡରେ ରହୁଥିବା ଜଣେ ଭାରତୀୟ ବଂଶୋଦ୍ଭବ ଡାକ୍ତର । ଏହି ଡାକ୍ତରଙ୍କ ନାମ ହେଉଛି ରାଜ କରଣ

ଡକ୍ଟର କରଣ ନିଦ ଆସିବାର ଏହି ଟ୍ରିକକୁ ଟିକଟକରେ ସେୟାର କରିଛନ୍ତି । କିନ୍ତୁ ଆପଣ ସେହି ଟ୍ରିକକୁ ଭାରତରେ ଦେଖି ପାରିବେ ନାହିଁ । କାରଣ ଭାରତରେ ଟିକଟକ୍ ବ୍ୟାନ୍ । କିନ୍ତୁ ଚିନ୍ତା କରନ୍ତୁ ନାହିଁ । ଆମେ ଆପଣଙ୍କୁ କହିବୁ କେମିତି ବିଛଣାରେ ପଡୁ ପଡୁ ଆସିଯିବ ନିଦ । ଯାହାକୁ କରଣ ଦେଇଛନ୍ତି ୧୦-୩-୨-୧ ମେଥଡର ନାମ ।

୧୦-୩-୨-୧ ଟ୍ରିକର ପ୍ରଥମ ରୁଲ ହେଉଛି ୧୦କରଣ କୁହନ୍ତି ଯେ, ଶୋଇବାର ୧୦ ଘଣ୍ଟା ପୂର୍ବରୁ କଫି ପିଇବା ବନ୍ଦ କରନ୍ତୁ । କାରଣ କଫିରେ ଥିବା କୈଫିନ ଶରିରକୁ ଉତ୍ତେଜିତ କରିଥାଏ । ତେଣୁ ନିଦ ସହଜରେ ଆସେ ନାହିଁଶରିରରେ କଫିର ପ୍ରଭାବ କମ ହେବାକୁ ୧୦ ଘଣ୍ଟା ସମୟ ଲାଗିଥାଏ । ତେଣୁ ୧୦ ଘଣ୍ଟା ପୂର୍ବରୁ କଫି ପିଇବା ବନ୍ଦ କରନ୍ତୁ ।

ଚା’,କଫି ଓ ଏନର୍ଜି ଡ୍ରିଙ୍କ୍ ତଥା ସଫ୍ଟ ଡ୍ରିଙ୍କରେ କୈଫିନ ଥାଏ । ତେଣୁ ଡାକ୍ତର ରାଜଙ୍କ ଅନୁସାରେ ଯଦି ଆପଣ ରାତି ୧୦ଟାରେ ଶୋଇବାକୁ ଚାହାନ୍ତି ତେବେ ଏହାର ୧୦ ଘଣ୍ଟା ଅର୍ଥାତ ଦିନ ୧୨ଟା ପରେ କଫି କିମ୍ବା ଚା’ କିମ୍ବା ସେହି ଜାତୀୟ ଅନ୍ୟକୌଣସି ଡ୍ରିଙ୍କ୍ ନିଅନ୍ତୁ ନାହିଁ ।

ଏହି ଫର୍ମୁଲାରେ ଦ୍ୱିତୀୟ ନିୟମ ହେଉଛି ୩ । ଡକ୍ଚର ରାଜଙ୍କ ଅନୁସାରେ ଶୋଇବାର ତିନି ଘଣ୍ଟା ପୂର୍ବରୁ କମ ଖାଦ୍ୟ ଖାଆନ୍ତୁ । କମ ଖାଇବା ଦ୍ୱାରା ଏହ ଛାତିରେ ଜ୍ୱଳନ ସମସ୍ୟାକୁ ଦୁର କରିଥାଏ । ଯାହା ନିଦ ଆସିବାରେ କୌଣସି ସମସ୍ୟା ସୃଷ୍ଟି କରିନଥାଏ । ଏହା ସହିତ ଶୋଇବାର ତିନଘଣ୍ଟା ପୂର୍ବରୁ ମଦ୍ୟପାନ କରନ୍ତୁ ନାହିଁ ମଦ୍ୟପାନ ନକଲେ ମନ ଶାନ୍ତ ରହିଥାଏ ଓ ସହଜରେ ନିଦ ଆସିଥାଏ ।

ଏହି ଫର୍ମୁଲାର ତୃତୀୟ ନିୟମ ହେଉଛି -୨ ଡକ୍ଟର କରଣଙ୍କ ଅନୁସାରେ ଶୋଇବାକୁ ଯିବାର ଦୁଇ ଘଣ୍ଟା ପୂର୍ବରୁ କାମ କରିବା ବନ୍ଦ କରିଦିଅନ୍ତୁ । ଏହା ଦ୍ୱାରା ମସ୍ତିଷ୍କକୁ ଶାନ୍ତ ରହିବାକୁ ସମୟ ମିଳିଥାଏ । ମନ ରିଲାକ୍ସ ହୋଇଥାଏ । ଶୋଇବାର ଦୁଇ ଘଣ୍ଟା ପୂର୍ବରୁ ଯଦି ଆପଣ ମେଲ୍ ଚେକ୍ କରିବେ, ମେସେଜର ରିପ୍ଲାଏ ଦେବେ ତେବେ ଆପଣଙ୍କ ମସ୍ତିଷ୍କକୁ ରିଲାକ୍ସ କରିବାକୁ ସମୟ ମିଳିବ ନାହିଁ । ଫଳରେ ସହଜରେ ନିଦ ହେବ ନାହିଁ ।

ଡକ୍ଟର କରଣଙ୍କ ଫର୍ମୁଲାର ଶେଶ ଟ୍ରିକ୍-୧ ଅନୁସାରେ ଶୋଇବାର ଘଣ୍ଟାଏ ପୂର୍ବରୁ ମୋବାଇଲ କିମ୍ବା ଟିଭି ଦେଖନ୍ତୁ ନାହିଁ । ମୋବାଇଲ ଓ ଟିଭି ସ୍କ୍ରିନରୁ ବାହାରୁ ଥିବା ବ୍ଲୁ ଲାଇଟ୍ ମେଲାଟୋନିନ୍ ହାର୍ମୋନ ତିଆରି ହେବାରେ ବାଧା ସୃଷ୍ଟି କରିଥାଏ । ଫଳରେ ଶୀଘ୍ର ନିଦ ଆସିନଥାଏ । ଆଜିକା ସମୟରେ ଶୋଇବା ପୂର୍ବରୁ ମୋବାଇଲରେ ସିରିଜ ଦେଖିବା କିମ୍ବା ଫିଲ୍ମ ଦେଖିବା ଅନେକଙ୍କ ଅଭ୍ୟାସ ହୋଇ ଯାଇଛି । ଏମିତିରେ ସହଜରେ ଯଦି ନିଦ ଚାହୁଁଛନ୍ତି ତେବେ ମୋବାଇଲକୁ ଦୁରରେ ରଖନ୍ତୁ ।

10 3 2 1 trick୧୦ ଘଣ୍ଟା ପୂର୍ବରୁ କଫି ପିଇବା ବନ୍ଦ କରନ୍ତୁ10-3-2-1 method୧୦-୩-୨-୧ ମେଥଡ୧୦-୩-୨-୧ର ଟ୍ରିକ୍blue light melatoninchecking mailsDoctor of Indian descentdont take alcoholdont watch tv or mobile one hour before sleepingdont work before 2 hoursdr raj karaneat lesss foodenergy drinksEnglandformula number 3fornula number 1hormone creationmind relaxrule number 10rule number 2shared on tiktoksleeping troublestop drinking coffee before 10 hoursteatiktik ban Indiatiktok videoଇଂଲଣ୍ଡକଫି ଓ ଏନର୍ଜି ଡ୍ରିଙ୍କ୍ଚା’ଟିକଟକରେ ସେୟାରଡକ୍ଟର କରଣତୃତୀୟ ନିୟମ ହେଉଛି -୨ଦୁଇ ଘଣ୍ଟା ପୂର୍ବରୁ କାମ କରିବା ବନ୍ଦ କରିଦିଅନ୍ତୁଦ୍ୱିତୀୟ ନିୟମ ହେଉଛି ୩ଫର୍ମୁଲାର ଶେଶ ଟ୍ରିକ୍-୧ବ୍ଲୁ ଲାଇଟ୍ ମେଲାଟୋନିନ୍ ହାର୍ମୋନଭାରତୀୟ ବଂଶୋଦ୍ଭବ ଡାକ୍ତରମଦ୍ୟପାନ କରନ୍ତୁ ନାହିଁମନ ରିଲାକ୍ସମେଲ୍ ଚେକ୍ମୋବାଇଲ କିମ୍ବା ଟିଭି ଦେଖନ୍ତୁ ନାହିଁରାଜ କରଣଶୋଇବାର ତିନି ଘଣ୍ଟା ପୂର୍ବରୁ କମ ଖାଦ୍ୟ ଖାଆନ୍ତୁ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami