ଡିଜନି-ହଟଷ୍ଟାର ଆଣୁଛି ମହାଭାରତ ଉପରେ ଇଣ୍ଟରନ୍ୟାସନାଲ ୱେବସିରିଜ୍

ପାଖାପାଖି ତିନି ଦଶକ ପରେ ମହାଭାରତ ପୁଣି ଥରେ ଫେରୁଛି । ସେତେବେଳେ ଭାରତୀୟ ଦର୍ଶକ ମହାଭାରତର ମାୟାରେ ପଡିଯାଇଥିଲେ । ଏଥର ପୁରା ବିଶ୍ୱ ମହାଭାରତକୁ ଦେଖିବ । କାରଣ ବର୍ଷକ ପରେ ମହାଭାରତ ୱେବ୍ ସିରିଜ୍ ଭାବେ ମୁକ୍ତିଲାଭ କରିବ । ଆଉ ତା’ ପୁଣି ଦୁନିଆର ସବୁଠାରୁ ବଡ଼ ଓଟିଟି ପ୍ଲାଟଫର୍ମ ଡିଜନୀ ହଟଷ୍ଟାରରେ । ଏହାର ନିର୍ମାତା ମହାଭାରତକୁ ଅନ୍ତର୍ଜାତୀୟ ମାନକରେ ଭବ୍ୟ ରୂପ ଦେବାକୁ ଅଣ୍ଟା ଭିଡିଛନ୍ତି । ଏନେଇ ଆମେରିକାରେ ଡିଜନୀପ୍ଲସ ହଟଷ୍ଟାର ପକ୍ଷରୁ ଘୋଷଣା କରାଯାଇଛି

ଆମେରିକାରେ ଆୟୋଜିତ ଡି୨୩ ଏକ୍ସପୋରେ ଶୁକ୍ରବାର ଦିନ ମହାଭାରତ ୱେବସିରିଜର ଘୋଷଣା ହୋଇଛି । ଏହାର ଗୋଟିଏ ଦିନ ପରେ ଅର୍ଥାତ ଶନିବାର ଦିନ ଡିଜନି ପକ୍ଷରୁ ନିଜ ଆଧିକାରିକ ଟ୍ୱିଟର ହ୍ୟାଣ୍ଡେଲର ୬ ଗ୍ରାଫିକ୍ସ ସେୟାର କରାଯାଇଛି । ଏହି ଗ୍ରାଫିକ୍ସ ଚିତ୍ରକୁ ଦେଖି ୱେବସିରିଜର ଭବ୍ୟତା ବାରି ହେଉଛି । ଜାଣି ହେଉଛି ଯେ, ମହାଭାରତ ୱେବସିରିଜ ବିଶାଳ ଓ ଭବ୍ୟ ହେବ

କିଏ ତିଆରି କରୁଛନ୍ତି ମହାଭାରତ ?

ମହାଭାରତ ୱେବସିରିଜକୁ ପ୍ରଯୋଜକ ମଧୁ ମଣ୍ଟେନା,ମାଇଥୋଭର୍ସ ଷ୍ଟୁଡିଓ ଓ ଅଲୁ ଏଣ୍ଟରଟେନମେଣ୍ଟ ନିର୍ମାଣ କରିବେ । ତେବେ ଏହା ସର୍ବମୋଟ କେତେ ସିରିଜର ହେବ ତାକୁ ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ । ଏହି ୱେବ ସିରିଜ୍ ବାବଦରେ ଡିଜନି ପ୍ଲସ ହଟଷ୍ଟାରର କଣ୍ଟେଣ୍ଟ୍ ହେଡ୍ ଗୌରବ ବାନାର୍ଜୀ କହିଛନ୍ତି ଯେ, ଏକଶହ କୋଟିରୁ ଅଧିକ ଲୋକ ଏହି କାହାଣୀ ବାବଦରେ ଜାଣିଛନ୍ତି । ମୋ ଦେଶରେ ଅଧିକାଂଶ ବ୍ୟକ୍ତି ଏହି କାହାଣୀକୁ ନିଜ ଜେଜେବାପା-ଜେଜିମା’ଙ୍କଠାରୁ ଶୁଣିଛନ୍ତି । କିନ୍ତୁ ଏବେ ମଧ୍ୟ ଶହ ଶହ କୋଟି ଲୋକ ଏମିତି ଅଛନ୍ତି ଯେଉଁମାନେ ଏହି କାହାଣୀ ବାବଦରେ ଜାଣି ନାହାନ୍ତି ସେମାନେ କ’ଣ ହରାଇଛନ୍ତି ତାହା ଜାଣି ନାହାନ୍ତି । ଆସନ୍ତା ବର୍ଷ ଏହି ଅବିଶ୍ୱସନୀୟ କାହାଣୀକୁ ସମଗ୍ର ଦୁନିଆ ସମ୍ମୁଖକୁ ଆଣିବା ବାସ୍ତବରେ ସୌଭାଗ୍ୟର କଥା ହେବ

ଖୁବଶୀଘ୍ର ଆରମ୍ଭ ହେବ ପାତ୍ର ଚୟନ

ମହାଭାରତ ଆସନ୍ତା ବର୍ଷ ୱେବ ସିରିଜ୍ ଭାବେ ମୁକ୍ତିଲାଭ କରିବ । ଏହା ଭିତରେ ମହାଭାରତର ବିଭିନ୍ନ ଚରିତ୍ରଙ୍କ ପାଇଁ ପାତ୍ର ଖୋଜା ଆରମ୍ଭ ହୋଇଛିସିରିଜ ଭରପୁର ଆକ୍ସନ ଯୁକ୍ତ ହେବାକୁ ଯାଉଛି । ଏହି ସିରିଜ୍ ହିନ୍ଦି ସମେତ କିଛି ଭାରତୀୟ ଭାଷା ଓ ବିଦେଶୀ ଭାଷାରେ ଡବ୍ ହେବ

ବିଆର ଚୋପ୍ରାଙ୍କ ମହାଭାରତ

ମହାଭାରତ କହିଲେ ଭାରତରେ ବିଆର ଚୋପ୍ରାଙ୍କ ମହାଭାରତକୁ ବୁଝାଇ ଥାଏ୧୯୯୦ ଦଶକରେ ପାଖାପାଖି ୯୦ରୁ ଅଧିକ ସପ୍ତାହ ଧରି ଦୁରଦର୍ଶନରେ ପ୍ରସାରିତ ହୋଇଥିବା ଏହି ଧାରାବାହିକ ସବୁ ରେକର୍ଡ୍ ଭାଙ୍ଗିଥିଲାବିଆର ଚୋପ୍ରାଙ୍କ ମହାଭାରତ ପରେ ଷ୍ଟାର ପ୍ଲସରେ ମହାଭାରତ ନାମରେ ନୂଆ ସିରିଜ୍ ଆରମ୍ଭ ହୋଇଥିଲା । ଏହା ମଧ୍ୟ ସଫଳ ହୋଇଥିଲା କିନ୍ତୁ ବିଆର ଚୋପ୍ରାଙ୍କ ମହାଭାରତ ସଫଳତା ଆଗରେ ତିଷ୍ଟିନଥିଲା

destiny plus hotstardisney plus mahabharatdisney+ mahabharat announcementmahabharat disney+ hotstarmahabharat disney+ hotstar first lookmahabharat disney+ hotstar release datemahabharat disney+ hotstar trailermahabharat disney+ hotstar web seriesmahabharat latest statusmahabharat web series
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami