ସମ୍ବଲପୁରରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପରାଜୟ ସୁନିଶ୍ଚିତ

ଭୁବନେଶ୍ୱର : ଆସନ୍ତା ୨୫ ତାରିଖରେ ଓଡ଼ିଶାରେ ହେବ ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଏହି ପର୍ଯ୍ୟାୟରେ ସବୁଠୁ ଚର୍ଚ୍ଚିତ ଆସନରେ ଭୋଟିଂ ହେବ । ୬ଟି ଲୋକସଭା କ୍ଷେତ୍ର ସମ୍ବଲପୁର, କେନ୍ଦୁଝର, ଢ଼େଙ୍କାନାଳ, କଟକ, ପୁରୀ, ଭୁବନେଶ୍ୱରରେ ଭୋଟ୍ ଗ୍ରହଣ ହେବ । ଆଜି ଶେଷଦିନ ପ୍ରଚାରରେ ଘମାଘୋଟ ପ୍ରଚାର ଚଳାଇଛନ୍ତି ସବୁଦଳ । ଏହି ପର୍ଯ୍ୟାୟରେ ହେଉଥିବା ସମ୍ବଲପୁର, ଭୁବନେଶ୍ୱର, ପୁରୀ ଓ କଟକ ଲୋକସଭା ଉପରେ ସମସ୍ତଙ୍କର ନଜର ରହିଛି । ସମ୍ବଲପୁରରେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଲଢୁଥିବାବେଳେ ତାଙ୍କୁ ଟକ୍କର ଦେଉଛନ୍ତି ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ । ହେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରାଜୟ ସୁନିଶ୍ଚିତ । ଯେବେ ବିଜେପି ନିର୍ବାଚନ ହାରିବାକୁ ଯାଏ । ଶାସକ ଦଳ ଉପରେ ମିଛ ଅଭିଯୋଗ କରିଥାଏ । ଏହା ସେମାନଙ୍କର ଚିରାଚରିତ ଢଙ୍ଗ । ସରକାରୀ କଳ ବ୍ୟବହାର, ଟଙ୍କା ବଣ୍ଟନ କଥା କହିଥାଏ ବିଜେପି । ଏପରି କହିଛନ୍ତି ବିଜେଡ଼ି ନେତା ଭୃଗୁ ବକ୍ସିପାତ୍ର ଓ ବିଜେଡ଼ି ମୁଖପାତ୍ର ସ୍ୱୟଂ ପ୍ରକାଶ ମହାପାତ୍ର ।

କେନ୍ଦ୍ରମନ୍ତ୍ରୀଙ୍କ ଉପରେ ରହିଛି ଲୋକଙ୍କ ଅସନ୍ତୋଷ

କେନ୍ଦ୍ରମନ୍ତ୍ରୀଙ୍କ ଉପରେ ଲୋକଙ୍କ ଅସନ୍ତୋଷ ବା ଆକ୍ରୋଶ ଅଛି । ସମ୍ବଲପୁର ଲୋକସଭାରେ ଯେଉଁ ପରି କେନ୍ଦ୍ର ବିକାଶ କରିବା କଥା, ତାହା ହୋଇନି । ପ୍ରଚାର ସମୟରେ ବିଜେପି ଅନୁଭବ କରିଥିବ ଯେ ଅସନ୍ତୋଷର କାରଣ ହେଉଛି ପ୍ରାର୍ଥୀ ଓ ନିଜେ ବିଜେପି । ଜାତୀୟ ରାଜପଥ ୫୫ କଥା ଅଞ୍ଚଳରେ ବାରମ୍ବାର ଲୋକଙ୍କ ପାଖରେ ଉଠୁଛି । କେନ୍ଦ୍ର ସରକାରଙ୍କ ତତ୍ୱାବଧାନରେ କଟକରୁ ସମ୍ବଲପୁର ଯାଏଁ ଏହି କାମ ହେବା କଥା । କେତେ ଜୀବନ ଦୁର୍ଘଟଣାରେ ଯାଉଛି । ଅସମ୍ପୂର୍ଣ୍ଣ କାର୍ଯ୍ୟ ପାଇଁ ଲୋକଙ୍କ ଆକ୍ରୋଶ ଅଛି । ଧର୍ମେନ୍ଦ୍ର ଶିକ୍ଷା ମନ୍ତ୍ରୀ ହେଲେ ସମ୍ବଲପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିଲା ନାହିଁ । ସେ ଦକ୍ଷତା ବିକାଶ ମନ୍ତ୍ରୀ ହେବା ସତ୍ୱେ, ସମ୍ବଲପୁରରେ ଦକ୍ଷତା ବିକାଶ କେନ୍ଦ୍ର ହେଲାନି । ସମଲେଶ୍ୱରୀ ଓ ଶ୍ରୀମନ୍ଦିର କାମକୁ ଧର୍ମେନ୍ଦ୍ର ଓ ବିଜେପି ବିରୋଧ କଲେ । ଆଜି ମନ୍ଦିରର ଯେଉଁ ନବୀକରଣ ହୋଇଛି, ତାହା ଦେଖିଲା ଭଳି ହୋଇଛି । ମହାନଦୀ କୋଲ ଫିଲଡ଼ସ, ଓଡ଼ିଶାରୁ କୋଇଲା ଉତ୍ପାଦନ ହେଉଛି । ହେଲେ ସିଏସଆର ଫଣ୍ଡର ଖର୍ଚ୍ଚ ଲୋକଲୋଚନକୁ ଆସିଲା ନାହିଁ । ରୋଜଗାର ନେଇ ଏମସିଏଲ ସ୍ଥାନୀୟ ଲୋକଙ୍କୁ ସୁଯୋଗ ଦେଲା ନାହିଁ । ମଧ୍ୟପ୍ରଦେଶ ଓ ବିହାର ଯୁବକ ପାଇଲେ ନିଯୁକ୍ତି । କାରଣ ମଧ୍ୟପ୍ରଦେଶ ଓ ବିହାରରୁ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟସଭା ଯାଇଥିଲେ । ସେ ଅନୁଭବ କରୁଥିବେ, ୧୦ ବର୍ଷ ଏନଡ଼ିଏ ସରକାର ଯଦି ଏହି କାମ କରିଥାନ୍ତା, ତେବେ ଅସନ୍ତୋଷ ହୋଇ ନଥାନ୍ତା । ପରାଜୟ ଭୟରେ ନିଜକୁ ନିବୃତ ରଖି ମିଛ ଅଭିଯୋଗ ଆଣୁଛନ୍ତି ବିଜେପି ।

BJD pressmeetdharmendra pradhan
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami