କ୍ଷମତାକୁ ଆସିଲେ ରାହୁଲ ପୂରଣ କରିବେ ୫ ଗ୍ୟାରେଣ୍ଟି

ସାଲେପୁର: ସାଲେପୁର କୁଳିଆ ପଡିଆରେ ଆୟୋଜିତ ସମାବେଶରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବଡ଼ ପ୍ରତିଶ୍ରୁତି । କ୍ଷମତାକୁ ଆସିଲେ ପୂରଣ କରିବେ ୫ ଗ୍ୟାରେଣ୍ଟି । କଂଗ୍ରେସ କ୍ଷମତାକୁ ଆସିଲେ ମାସକୁ ମହିଳାଙ୍କୁ ମିଳିବ ୨ ହଜାର ଟଙ୍କା । ବେକାରୀଙ୍କ ଆକାଉଣ୍ଟକୁ ଯିବ ୩ ହଜାର । ସେହିପରି କୃଷକଙ୍କ ଆକାଉଣ୍ଟକୁ ଯିବ ମାସିକ ୩ ହଜାର ଟଙ୍କା । ଦୁଇ କଂଗ୍ରେସ ଶାସିତ ରାଜ୍ୟ କର୍ଣ୍ଣାଟକ ଓ ତେଲଙ୍ଗାନା ଏବେ ମଡେଲ ପାଲଟିଛି ବୋଲି କହିଛନ୍ତି ରାହୁଲ ।

୫ଶହ ଟଙ୍କାରେ ମିଳିବ ଗ୍ୟାସ ସିଲିଣ୍ଡର

୨୦୦ ୟୁନିଟ ମାଗଣା ବିଜୁଳି ସହ ଗ୍ୟାସ ସିଲିଣ୍ଡର ୫ଶହ ଟଙ୍କାରେ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ରାହୁଲ ଗାନ୍ଧି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୩ ହଜାର ଟଙ୍କା କରାଯିବ ବୋଲି କହିଛନ୍ତି । ଦେଶର ସବୁ ଗରିବ ପରିବାରର ଜଣେ ଜଣେ ମହିଳାଙ୍କୁ ବଛାଯିବ । ଉକ୍ତ ମହିଳାଙ୍କ ବ୍ୟାଙ୍କ ଖାତାକୁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ପ୍ରତି ମାସରେ ୮ ହଜାର ୫ ଶହ ଟଙ୍କା ମହିଳାଙ୍କ ଖାତାକୁ ଯିବ । ତେଲଙ୍ଗାନାରେ ବିଜେପି-ବିଆରଏସ ଶାସନ ଚାଲିଥିବାବେଳେ ବ୍ୟାପକ ହରିଲୁଟ ହେଉଥିଲା । ମୃଷ୍ଟିମେୟ ଲୋକ ଉପକାର ପାଉଥିଲେ । ମାତ୍ର କଂଗ୍ରେସ ଶାସନ ଆସିବା ପରେ ତାହା ଦୂର ହୋଇଛି । କଂଗ୍ରେସ ଯେଉଁ ୫ ଗ୍ୟାରେଣ୍ଟି ଦେଉଛି ତାହାକୁ ପୂରଣ କରାଯାଉଛି । ଦେଶରେ କିପରି ମୁଷ୍ଟିମେୟ ଲୋକଙ୍କ ନିକଟରେ ସମ୍ପତ୍ତି ଠୁଳ ହେଲା ସେ ନେଇ ପ୍ରଶ୍ନ କରିଥିଲେ ରାହୁଲ ।

congress leader rahul gandhicongress mp rahul gandhirahul gave 5 guarantee
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami