2024ରେ ମୋଦିଙ୍କୁ ଟକ୍କର ଦେବେ ପ୍ରିୟଙ୍କା ?

କର୍ଣ୍ଣାଟକରେ କଂଗ୍ରେସର ବିରାଟ ବିଜୟ ପରେ କଂଗ୍ରେସ ନେତା ସପ୍ତମ ଆକାଶରେ ବିଚରଣ କରୁଛନ୍ତି। କଂଗ୍ରେସ ଭିତରେ ଏବେ ଗୋଟିଏ ଧାରଣା ସୃଷ୍ଟି ହେଲାଣି ଯେ, ମୋଦି ଅପରାଜେୟ ନୁହନ୍ତିମୋଦି ମିଥ୍ କୁ ମଧ୍ୟ ଧରାଶାୟୀ କରାଯାଇ ପାରେ। ତେବେ ଏଥିପାଇଁ ରାହୁଲଙ୍କ ସ୍ଥାନରେ ସେମାନେ ଆଉ ଜଣେ ନେତାଙ୍କୁ ଚାହୁଁଛନ୍ତି। ଏହି ନେତା ହେଉଛନ୍ତି ପ୍ରିୟଙ୍କା ଗାନ୍ଧୀ2024ରେ ଯଦି ପ୍ରିୟଙ୍କାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ପ୍ରୋଜେକ୍ଟ କରାଯାଏ ତେବେ ମୋଦି ଓ ବିଜେପି ପରାଜିତ ହେବାର ସମ୍ଭାବନା ରହିବ ବୋଲି କଂଗ୍ରେସରେ ଏକ ଗୋଷ୍ଠୀ ମନେ କରୁଛନ୍ତି

ରାଜନୈତିକ ବିଶେଷଜ୍ଞଙ୍କ କହିବା ହେଉଛି ଯେ, କର୍ଣ୍ଣଟାକରେ ପ୍ରିୟଙ୍କା ଯେଉଁଭଳି ଭାବେ କର୍ଣ୍ଣାଟକ ନିର୍ବାଚନୀ ପ୍ରଚାର କାଳରେ ମୋଦିଙ୍କୁ ନିଶାନାକୁ ନେଇଥିଲେ ତାହା ଦଳ ପାଇଁ ଲାଭପ୍ରଦ ହୋଇଥିଲା। ତେଣୁ କଂଗ୍ରେସର ବରିଷ୍ଠ ନେତା ପ୍ରିୟଙ୍କାଙ୍କ ନେତୃତ୍ୱରେ 2024 ନିର୍ବାଚନ ଲଢିବାକୁ ଇଛା ପ୍ରକଟ କରୁଛନ୍ତି କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣନ ପ୍ରଥମେ ଏହି ଦାବି କରି ଚର୍ଚ୍ଚାକୁ ବଳ ଦେଇଛନ୍ତି। ସେ ସଫାସଫା କହୁଛନ୍ତି ଯେ, କଂଗ୍ରେସ ପାଇଁ ପ୍ରିୟଙ୍କା ବଡ଼ ଚେହେରା,ସେ ହିଁ କେବଳ ମୋଦିଙ୍କୁ 2024ରେ ଚ୍ୟାଲେଂଜ୍ କରିପାରିବେ।

ପ୍ରିୟଙ୍କା ହିଁ ଦେଇପାରିବେ ମୋଦିଙ୍କୁ ଟକ୍କର

କଂଗ୍ରେସର ବରିଷ୍ଠ ନେତା ପ୍ରମୋଦ କୃଷ୍ଣମଙ୍କ ଅନୁସାରେ 2024 ଲୋକସଭା ନିର୍ବାଚନରେ ଯଦି ପିଏମ୍ ମୋଦିଙ୍କୁ ମାତ୍ ଦେବାର ଅଛି ତେବେ ଜଣେ ବଡ଼ ଚେହେରାକୁ ସାମ୍ନାକୁ ଆଣିବାକୁ ପଡ଼ିବ। ଏଭଳି ଚେହେରା ଯାହା ଦେଶରେ ପ୍ରସିଦ୍ଧ ହୋଇଥିବ ଓ ମୋଦିଙ୍କୁ ଚ୍ୟାଲେଂଜ୍ କରିପାରିବ। କୃଷ୍ଣମ କହିଛନ୍ତି ଯେ, 2024ରେ ମୋଦିଙ୍କୁ ହରାଇବାର ଅଛି ତ ଏଭଳି ଚେହେରାକୁ ସାମ୍ନାକୁ ଆଣିବାକୁ ପଡି଼ବ ଯିଏ ସବୁଠାରୁ ଅଧିକ ଜନପ୍ରିୟ ହୋଇଥିବେ। ବର୍ତ୍ତମାନ ଆଂଚଳିକ ଦଳର ନେତା ନିଜନିଜ ରାଜ୍ୟର ନେତା ଅଟନ୍ତି ଜାତୀୟ ସ୍ତରରେ ଏହି ନେତାମାନଙ୍କର କୌଣସି ଲୋକପ୍ରିୟତା ନାହିଁ।

ତାଙ୍କ ଅନୁସାରେ ପିଏମ୍ ମୋଦି ଦେଶର ବଡ଼ ରାଜନୈତିକ ଚେହେରା2024ର ନିର୍ବାଚନ ପ୍ରସଙ୍ଗ ଉପରେ କମ ଚେହେରାକୁ ନେଇ ଅଧିକ ହେବ। ସେ କହିଛନ୍ତି ଯେ, ମୋର ମୋ କଥା ରଖିବାର ଅଧିକାର ରହିଛି ଓ ନିଷ୍ପତି ବିରୋଧୀ ଦଳଙ୍କୁ ନେବାକୁ ହେବ। ମୁଁ ବିରୋଧୀ ଦଳଙ୍କୁ ଏହା କହିବାକୁ ଚାହୁଁଛି ଯେ, ନରେନ୍ଦ୍ର ମୋଦିଙ୍କ ସମ୍ମୁଖରେ ପ୍ରିୟଙ୍କା ବଡ଼ ଚେହେରା ଅଟନ୍ତି। ପ୍ରିୟଙ୍କା ହିଁ ମୋଦିଙ୍କୁ ହରାଇ ପାରିବେ।

କଣ ପାଇଁ ରାହୁଲ ପଛରେ ?

ଭାରତ ଯୋଡ଼ୋ ଯାତ୍ରା ପରଠାରୁ ରାହୁଲଙ୍କ ଲୋକପ୍ରିୟତା ବଢି଼ଛିରାହୁଲ ଯେମିତି ଲୋକଙ୍କ ଗହଣକୁ ଯାଇଛନ୍ତି ତାହା ତାଙ୍କୁ ନୂଆ ରାଜନୈତିକ ଜୀବନଦାନ କରିଛି। ତେବେ ରାହୁଲଙ୍କ ଲୋକସଭା ସଦସ୍ୟତା ରଦ୍ଦ ହେବା ଯୋଗୁ ପ୍ରିୟଙ୍କାଙ୍କ ନାମ ସମ୍ମୁଖକୁ ଆସୁଛି। କାରଣ ଜନପ୍ରତିନିଧି ଆଇନ ଅନୁସାରେ କୌଣସି ଜନପ୍ରତିନିଧି ଯଦି ଦୁଇ ବର୍ଷରୁ ଅଧିକ କାରାଦଣ୍ଡରେ ଦଣ୍ଡିତ ହୁଅନ୍ତି ତେବେ ତାଙ୍କ ସଦସ୍ୟତା ରଦ୍ଦ ହେବା ସହିତ ସଜା ପୁରା ହେବା ପରେ 6 ବର୍ଷ ପର୍ଯ୍ୟନ୍ତ ସେ ନିର୍ବାଚନ ଲଢି ପାରିବେ ନାହିଁ। ଏହି କାରଣରୁ ରାହୁଲଙ୍କ ବଦଳରେ ପ୍ରିୟଙ୍କାଙ୍କ ନାମ ଆଗକୁ ଆସିଥିବା କୁହାଯାଉଛି

2024 election prediction2024 election prediction congresspriyanka gandhi 2024priyanka gandhi congress partypriyanka gandhi congress statuspriyanka gandhi karnataka speechpriyanka gandhi pm candidatepriyanka gandhi status karnatakapriyanka gandhi vs modipriyanka gandhi vs narendra modipriyanka gandhi vs pm modi
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami