ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି, ବିଜେପି ମିଛ ପ୍ରଚାର କରୁଛି କହିଲେ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ ଅଛନ୍ତି । ଏହାକୁ ନେଇ ଅପପ୍ରଚାର କରୁଛି ବିଜେପି । ଏହି ଘଟଣାକୁ ନେଇ କଡ଼ା ଜବାବ ଦେଇଛନ୍ତି ନୀବନ । ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ବିଜେପି ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଅପପ୍ରଚାର କରୁଥିବା କହିଛନ୍ତି ନବୀନ ।

ମିଛ ପ୍ରଚାରକୁ ନିନ୍ଦା କଲେ ନବୀନ

ଆଜି ବାରିପଦାରେ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ବାରିପଦାରେ ଆୟୋଜିତ ନିର୍ବାଚନୀ ସମାବେଶରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ବିଜେପିର ମିଛ ପ୍ରଚାରକୁ ନିନ୍ଦା କରିଛନ୍ତି । ବିଜେପି ନେତାମାନେ ମିଛ କହିବାର ସବୁ ସୀମା ପାର କରୁଛନ୍ତି । ମୁଁ ସମ୍ପୁର୍ଣ୍ଣ ଅସୁସ୍ଥ ଥିବା ନେଇ ରାଜ୍ୟସାରା ବୁଲି ପ୍ରଚାର କରୁଛି ବିଜେପି । ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍‌୍ୟକୁ ନେଇ ଅପପ୍ରଚାର କରୁଥିବା ବିଜେପି ନେତାଙ୍କୁ ଶକ୍ତ ଜବାବ ଦେଇଛନ୍ତି ନବୀନ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମୁଁ ଅସୁସ୍ଥ ଥିବା ଖବର ସମ୍ପୂର୍ଣ୍ଣ ମିଛ । ମୁଁ ସୁସ୍ଥ ଅଛି ବୋଲି ସାରା ରାଜ୍ୟ ବୁଲି ପ୍ରଚାର କରିପାରୁଛି । ଦୁଇ ପ୍ରାର୍ଥୀଙ୍କୁ ଭୋଟ ଦେଇ ବିଜୟୀ କରିବାକୁ କହୁଛନ୍ତି ନବୀନ ।

cm naveen patnaikcm naveen patnaiks campaigncriticism of bjps health propaganda
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami