ଏସିଆନ ପାରା ଗେମ୍ସ: ଖେଳାଳିଙ୍କୁ ଶୁଭକାମନା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏସିଆନ ପାରା ଗେମ୍ସରେ ଭାଗ ନେଇଥିବା ଓଡ଼ିଶାର ଆଥଲେଟ୍ସଙ୍କ ପାଇଁ ଆର୍ôଥକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୭ ଜଣ ଓଡ଼ିଆ ଆଥଲେଟଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଁଏ ସହାୟତା ଘୋଷଣା କରିଛନ୍ତି । ଆସନ୍ତା ୨୨ରୁ ଚୀନର ହାଙ୍ଗଝୌରେ ଆରମ୍ଭ ହେବ ଏସିଆନ ପାରା ଗେମ୍ସ । ଏଥିରେ ସଫଳତା ପାଇଁ ଆଥଲେଟ୍ସ ମାନଙ୍କୁ ଶୁଭକାମନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏସିଆନ ପାରା ଗେମ୍ସ ପାଇଁ କରିଛନ୍ତି କଠିନ ପରିଶ୍ରମ

ଚଳିତ ଏସିଆନ ପାରା ଗେମ୍ସରେ ଓଡ଼ିଶାରୁ ଯାଇଥିବା ପାରା ଆଥଲେଟ୍ସ ମାନେ ହେଲେ ପ୍ରମୋଦ ଭଗତ, ଜୟନ୍ତୀ ବେହେରା, ସୌନ୍ଦର୍ଯ୍ୟ କୁମାର ପ୍ରଧାନ, ରଖଲ କୁମାର ସେଠୀ, ଭି ରମେଶ ରାଓ, ପ୍ରଫୁଲ୍ଲ କୁମାର ଖଣ୍ଡାୟତରାୟ, ପୁଜାସ୍ୱିନୀ ନାୟକ । ପ୍ରମୋଦ ଗତ ସଂସ୍କରଣରେ ଏକକ ଓ ମିଶ୍ରିତ ଯୁଗଳରେ ସ୍ୱର୍ଣ୍ଣ ଏବଂ ପୁରୁଷ ଯୁଗଳରେ କାଂସ୍ୟ ପଦକ ଜିତିଥିଲେ । ସେମାନେ ଏସିଆନ ପାରା ଗେମ୍ସକୁ ମନୋନିତ ହେବା ପାଇଁ କଠିନ ପରିଶ୍ରମ କରିଛନ୍ତି । ଗେମ୍ସରେ ମଧ୍ୟ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରଖିଛନ୍ତି ।

asian para games newscm announces 10 lakh each for odishas para athletescm announces 10 lakh each for odishas para athletes participating at the asian para gamessports story
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami