ଚୀନରେ ସାମରିକ ବିଦ୍ରୋହ ଖବର କେତେ ସତ ? ସତରେ କ’ଣ ସି ଜିନପିଙ୍ଗ ଗୃହବନ୍ଦୀ ?

ଚୀନ ଓ ଏହାର ସର୍ବେସର୍ବା ରାଷ୍ଟ୍ରପତି ସି ଜିନପିଙ୍ଗକୁ ନେଇ ବଡ଼ଧରଣର ଗୁଜବ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଶନିବାର ଦିନ ଏହି ଗୁଜବ ଜୋର ଧରିଥିଲା ବିଜେପି ନେତା ତଥା ଚୀନ ବିଶେଷଜ୍ଞ ସୁବ୍ରମଣ୍ୟମ ସ୍ୱାମୀ ମଧ୍ୟ ଟୁଇଟ୍ କରି ଏହି ଗୁଜବକୁ ଅଧିକ ବଳ ଦେଇଥିଲେ । ତେବେ ସେ ଗୁଜବର ସତ୍ୟାସତ୍ଯ ଯାଂଚ୍ ଜରୁରୀ ବୋଲି କହିଥିଲେ । ଗୁଜବ ଅନୁସାରେ ଚୀନରେ ଏକ ସାମରିକ ବିଦ୍ରୋହ ଦ୍ୱାରା ପିପୁଲ’ସ ଲିବରେସନ୍ ଆର୍ମୀ କ୍ଷମତା ଦଖଲ କରିଛି କ୍ଷମତା ଦଖଲ ପରେ ରାଷ୍ଟ୍ରପତି ସି ଜିନ୍ ପିଙ୍ଗଙ୍କୁ ନଜରବନ୍ଦୀ କରାଯାଇଥିବା ମଧ୍ୟ କୁହାଯାଉଛି

ସୁବ୍ରମଣ୍ୟମ ସ୍ୱାମୀ ତାଙ୍କ ଟ୍ୱିଟରେ କହିଥିଲେ ଯେ, ଚୀନକୁ ନେଇ ନୂଆ ଗୁଜବ । କୁହାଯାଉଛି ଯେ, ସି ଜିନପିଙ୍ଗ ସମରକନ୍ଦରେ ଥିବା ବେଳେ କମ୍ୟୁନିଷ୍ଟ ପାର୍ଟି ତାଙ୍କୁ ସେନା ଅଧ୍ୟକ୍ଷ ପଦରୁ ହଟାଇ ଦେଇଥିଲାଏହାପରେ ତାଙ୍କୁ ଗୃହବନ୍ଦୀ କରାଯାଇଛି

https://twitter.com/Swamy39/status/1573544718507868160?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1573544718507868160%7Ctwgr%5E89f64e787f1c4b2af6fb2fab022ce8caef5d1af1%7Ctwcon%5Es1_&ref_url=https%3A%2F%2Fwww.aajtak.in%2Fworld%2Fstory%2Fchinese-president-xi-jinping-under-house-arrest-bjp-leader-subramanian-swamy-tweet-raised-questions-ntc-1543634-2022-09-24

କେବଳ ସ୍ୱାମୀ ନୁହନ୍ତି,ଚୀନ ସୋସିଆଲ ମିଡିଆରେ ସକ୍ରୀୟ ଥିବା ବ୍ୟକ୍ତି ମଧ୍ୟ ଏଭଳି ଦାବି କରୁଛନ୍ତି । ସେହିଭଳି ଗୋଟିଏ ଟ୍ୱିଟରେ ଜଣେ ବ୍ୟକ୍ତି ଦାବି କରିଛନ୍ତି ଯେ,ବେଜିଂକୁ ସଂଯୋଗ କରୁଥିବା ଦୁଇଟି ସହରରୁ ପିପୁଲସ ଲିବରେସନ୍ ଆର୍ମୀର ସୈନିକ ରାଜଧାନୀରେ ପ୍ରବେଶ କରିବା ସହିତ ସହରର ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି । ତାଙ୍କ ଅନୁସାରେ ୮୦ କିଲୋମିଟର ଲମ୍ବା ଧାଡିରେ ସେନା ବେଜିଂରେ ପ୍ରବେଶ କରିଥିଲା ସି ଜିନପିଙ୍ଗକୁ ସେନା ନଜରବନ୍ଦୀ କରିଛି ବୋଲି ସେ ଦାବି କରିଛନ୍ତି । ଏନେଇ ସେ ଗୋଟିଏ ଭିଡିଓ ମଧ୍ୟ ସେୟାର କରିଛନ୍ତି । ତାଙ୍କ ଅନୁସାରେ ଲି କିୟାଓମିଙ୍ଗ ଚୀନର ନୂଆ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ଅନ୍ୟ ଏକ ଦାବି ଅନୁସାରେ ସମରକନ୍ଦରେ ଆୟୋଜିତ SCO ଶିଖର ସମ୍ମିଳନୀରେ ଯୋଗ ଦେଇ ୧୬ ସେପ୍ଟମ୍ବରରେ ସି ଜିନପିଙ୍ଗ ବେଜିଂ ଫେରିଥିଲେ । ତେବେ ବିମାନବନ୍ଦରରୁ ତାଙ୍କୁ ସେନା ନିଜ କବଜାକୁ ନେଇଥିଲା କବଜାକୁ ନେବା ପରେ ସି ଏବେ ନଜରବନ୍ଦୀ ଅଛନ୍ତି । କୁହାଯାଉଛି ଯେ, ସମରକନ୍ଦରେ ଥିବା ବେଳେ ତାଙ୍କୁ ସେନା ଅଧ୍ୟକ୍ଷ ପଦରୁ ହଟା ଯାଇଥିବା ଖବର ପାଇବା ପରେ ସି ତୁରନ୍ତ ବେଜିଂ ଫେରି ଆସିଥିଲେ । ଏହା ପଛରେ ପୂର୍ବତନ ରାଷ୍ଟ୍ରପତି ହୁ ଜିନତାଓ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ୱେନ୍ ଜିଆବାଓ ଥିବା ଅନୁମାନ କରାଯାଉଛି । ଏହି ଦୁଇଜଣ ଷ୍ଟାଣ୍ଡିଂ କମିଟିର ପୂର୍ବତନ ସଦସ୍ୟ ସଙ୍ଗ ପିଙ୍ଗଙ୍କୁ ପ୍ରଭାବିତ କରି ସେଣ୍ଟ୍ରାଲ ଗାର୍ଡ୍ ବ୍ୟୁରୋର ନିୟନ୍ତ୍ରଣ ନିଜ ହାତକୁ ନେଇଥିଲେ । ସୂଚନାଯୋଗ୍ୟ ଯେ, ବ୍ୟୁରୋ ଚୀନ ରାଷ୍ଟ୍ରପତିଙ୍କ ସହିତ ସେଣ୍ଟ୍ରାଲ କମିଟିର ଗୁରୁତ୍ୱପୂର୍ଣ୍ଣ ନେତାଙ୍କୁ ସୁରକ୍ଷା ଦେଇଥାଏ

ପିପୁଲ’ସ ଲିବରେସନ୍ ଆର୍ମିର ଜେନରାଲ ଲି କିୟାଓମିଙ୍ଗ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଉପରେ ଅସନ୍ତୁଷ୍ଟ ଥିଲେଜିନତାଓ ସାଙ୍ଗ ପିଙ୍ଗକୁ ଜିନପିଙ୍ଗଙ୍କ ବିରୋଧରେ ବିଦ୍ରୋହ କରିବାକୁ ପ୍ରବର୍ତ୍ତାଇଥିଲେ । ସାଙ୍ଗ୍ ପିଙ୍ଗ୍ ଏଥିରେ ରାଜି ହୋଇଥିଲେ ସି ବେଜିଂରେ ପହଂଚିବା ପରେ ତାଙ୍କ ସୁରକ୍ଷାକର୍ମୀ ହିଁ ତାଙ୍କୁ ଗିରଫ କରିଥିବା କୁହାଯାଉଛି । ଜିନତାଓ ଜାଣିଥିଲେ ଯେ, ସି’ଙ୍କ ସମର୍ଥକ ଏହାକୁ ବିରୋଧ କରିବେ ତେଣୁ ସେନାର ଜେନରାଲ ଲି କିୟାଓମିଙ୍ଗଙ୍କୁ ନିଜ ପଟକୁ ଆଣିଥିଲେ । ବେଜିଂକୁ ନିୟନ୍ତ୍ରଣରେ ରଖିବା ସହିତ ସମ୍ଭାବ୍ୟ ବିରୋଧକୁ ଦମନ କରିବାକୁ ଜେନରାଲ ଲି କିୟଓମିଙ୍ଗ୍ ସେନାକୁ ବେଜିଂରେ ଭର୍ତ୍ତି କରାଇଥିବା କୁହାଯାଉଛ ।

ଏହି ଗୁଜବକୁ ଗୁରୁତ୍ୱ ଦେବାର ଦୁଇଟି କାରଣ ରହିଛି । ପ୍ରଥମ କାରଣ ହେଲା ଅକ୍ଟୋବର ମାସରେ ସି ଜିନପିଙ୍ଗ ତୃତୀୟ ଥର ପାଇଁ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି । ଏମିତି ହେଲେ ସେ ଆଜିବନ ଚୀନର ରାଷ୍ଟ୍ରପତି ରହିବେ । ଏହା ସହିତ ନିକଟରେ ଚୀନର ଦୁଇ ଜଣ ପୂର୍ବତନ ମନ୍ତ୍ରୀଙ୍କୁ ଦୁର୍ନୀତି ଅଭିଯୋଗରେ ମୃତ୍ୟୁ ଦଣ୍ଡାଦେଶ ହୋଇଛି । ସି ଜିନପିଙ୍ଗ୍ ବିରୋଧିଙ୍କୁ ବିଭିନ୍ନ ଅଭିଯୋଗରେ ମୃତ୍ୟୁ ଦଣ୍ଡ ଦେବା ସହିତ ଗୃହବନ୍ଦୀ କରୁଛନ୍ତି । ତେଣୁ ଦଳରେ ଏହାକୁ ନେଇ ବିରୋଧ ରହିଛି । ତାଙ୍କୁ ବିରୋଧ କରୁଥିବା ପାର୍ଟିର ବରିଷ୍ଠ ନେତା ଆଗକୁ ସି ଜିନପିଙ୍ଗଙ୍କ ଆକ୍ରୋଶର ଶିକାର ହେବା ନିଶ୍ଚିତ । ତେଣୁ ଏହି ନେତା ମାନେ ସାମରିକ ବିଦ୍ରୋହ କରିଥିବା ଅନୁମାନ କରାଯାଏ । ସୂଚନାଯୋଗ୍ୟ ଯେ, ସି ଜିନପିଙ୍ଗଙ୍କ ଅମଳରେ ଅନେକ ନେତା ଓ ଶିଳ୍ପପତି ଗାଏବ ହୋଇଯାଇଛନ୍ତି । ଅନେକ ଗୃହବନ୍ଦୀ ହୋଇଛନ୍ତି ।

ବିଦ୍ରୋହ ଗୁଜବକୁ ଅଧିକ ବିଶ୍ୱାସ କରିବାର ଆଉ ଗୋଟିଏ କାରଣ ହେଉଛି ଚୀନରେ ବିମାନ ଚଳାଚଳ ବନ୍ଦ ରହିଛିପୃଥିବୀରେ ବିମାନ ଚଳାଚଳକୁ ମନିଟରିଂ କରୁଥିବା ଏକ ୱେବସାଇଟ୍ ଅନୁସାରେ ଶନିବାର ଦିନ ଚୀନରେ ପ୍ରାୟ ୪ ହଜାର ୫ଶହ ବିମାନକୁ ଓହ୍ଲାଇ ଦିଆଯାଇଥିଲା । ଅର୍ଥାତ ୪ ହଜାର ୫ଶହ ବିମାନ ଉଡ଼ିନଥିଲେ । ସେହିଭଳି ବୁଲେଟ୍ ଟ୍ରେନର ଟିକେଟ୍ ବୁକିଂ ବନ୍ଦ ରହିଥିଲା । ପୁରା ଦେଶରେ ଏଭଳି ଜବରଦସ୍ତ ସୁରକ୍ଷା ବନ୍ଦୋବସ୍ତ ପଛରେ କିଛି ବଡ଼ ଧରଣର କାରଣ ରହିଛି ବୋଲି କୁହାଯାଉଛି

china president arrest newschina president house arrest newschina president latest newschina president newschina president xi jinping latest newsxi jinping latestxi jinping latest newsxi jinping latest news chinaxi jinping newsxi jinping news today
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami