ଚୀନରେ ମେଡିକାଲ ପଢାଇବାକୁ ଚାହୁଁଥିବ ଅଭିଭାବକଙ୍କ ପାଇଁ ଜରୁରୀ ଖବର,ଚୀନ ସାର୍ଟିଫିକେଟରେ ପ୍ରାକ୍ଟିସ କରିବା ସହଜ ନୁହଁ

ୟୁକ୍ରେନ୍ ଓ ଋଷ ଯୁଦ୍ଧ ପରେ ହଜାର ହଜାର ସଂଖ୍ୟାରେ ଭାରତୀୟ ଛାତ୍ର ନିଜ ଦେଶକୁ ଫେରିଥିଲେ ମେଡିକାଲ ପଢିବାକୁ ଯାଇଥିବା ଏହି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗୋଟିଏ ଯୁଦ୍ଧ ବରବାଦ କରି ଦେଇଥିଲାପ୍ରତିବର୍ଷ ଭାରତରୁ ହଜାର ହଜାର ସଂଖ୍ୟାରେ ଛାତ୍ରଛାତ୍ରୀ ମେଡିକାଲ ପଢିବା ପାଇଁ ବିଦେଶକୁ ଯାଇଥାନ୍ତି ଭାରତୀୟ ବିଦ୍ୟାର୍ଥୀଙ୍କ ମଧ୍ୟରୁ ଅନେକ ମଧ୍ୟ ଏଥିପାଇଁ ଚୀନକୁ ବାଛିଥାନ୍ତି । ତେବେ ଏବେ ଭାରତ ସରକାରଙ୍କ ପକ୍ଷରୁ ଏକ ବିସ୍ତୃତ ଗାଇଡଲାଇନ୍ ଜାରି କରାଯାଇଛି । ଯେଉଁଥିରେ ଚୀନରେ ମେଡିକାଲ ଶିକ୍ଷା ପରେ ଯେଉଁ ସବୁ ସମସ୍ୟା ଆସିଥାଏ ସେବାବଦରେ ସତର୍କ କରାଯାଇଛି । ପରାମର୍ଶରେ କମ ମାର୍କ ରଖି ପାସ ହେବା,ଆଧିକାରିକ ଭାଷା ଭବେ ମାଣ୍ଡାରିନ୍ ଶିଖିବାର ବାଧ୍ୟତା ଓ ଭାରତରେ ପ୍ରାକ୍ଟିସ କରିବା ପାଇଁ ଥିବା କଠୋର ନିୟମ ବାବଦରେ ସୂଚନା ଦିଆଯାଇଛି ।

ଏହି ପରାମର୍ଶ ସେହି ସମୟରେ ଜାରି କରାଯାଇଛି ଯେତେବେଳେ ଚୀନର ମେଡିକାଲ କଲେଜରେ ପଢୁଥିବା ଭାରତୀୟ ଛାତ୍ର କୋଭିଡ୍ କାରଣରୁ ଗତ ଦୁଇ ବର୍ଷ ହେବ ଘରେ ବସିଛନ୍ତି । କାରଣ ଚୀନ ଏବେ ଭିସା ଦେବାରେ କଠୋରତା ଅବଲମ୍ବନ କରୁଛି । ଏକ ଅନୁମାନ ଅନୁସାରେ ଚୀନର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ବର୍ତ୍ତମାନ ୨୩ ହଜାରରୁ ଅଧିକ ଭାରତୀୟ ବିଦ୍ୟାର୍ଥୀ ପଢୁଛନ୍ତି । ଯେଉଁମାନଙ୍କ ମଧ୍ୟରୁ ଅଧିକ ସଂଖ୍ୟକ ହେଉଛନ୍ତି ମେଡିକାଲ ଛାତ୍ର । କୋଭିଡର ଦୁଇ ବର୍ଷ ପରେ ଚୀନ୍ ମାତ୍ର କିଛି ବଛାବଛା ଛାତ୍ରଙ୍କୁ ତା’ ଦେଶକୁ ଯିବା ପାଇଁ ଭିସା ପ୍ରଦାନ କରିଛି ।

ପୁରୁଣା ଛାତ୍ରା ଯାଇ ପାରୁନାହାନ୍ତି ଚୀନ

ଦୁଇ ବର୍ଷ ଧରି ଚୀନ୍ ଯାଇ ପାରୁନଥିବା ଅନେକ ଛାତ୍ର ଏବେ ସେଠାକୁ ଫେରିବାକୁ ସଂଘର୍ଷ କରୁଛନ୍ତି । କାରଣ ଚୀନକୁ ସିଧାସଳଖ ବିମାନ ଚଳାଚଳ ବନ୍ଦ ରହିଛି କ୍ୱାରେଣ୍ଟାଇନ୍ କଟକଣାକୁ ଦେଖି ଦୁଇ ଦେଶ ମଧ୍ୟରେ ସୀମିତ ସଂଖ୍ୟକ ଉଡ଼ାଣ ପାଇଁ ଏବେ ଆଲୋଚନା ଚାଲିଛି । ଏହା ମଧ୍ୟରେ ଚୀନ କିନ୍ତୁ ନୂଆ ଛାତ୍ରାଙ୍କ ଆଡମିଶନ ଆରମ୍ଭ କଲାଣି ଭାରତ ସମେତ ବିଦେଶରୁ ନୂଆ ଛାତ୍ର ସେଠାରେ ଆଡମିଶନ ନେଲେଣି ଚୀନ୍ ପୁରୁଣା ଛାତ୍ରଙ୍କୁ ନିଜ ଦେଶକୁ ଆସିବା ପାଇଁ ଅନୁମତି ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ବେଳେ ନୂଆ ଆଡମିଶନକୁ କେମିତି ଅନୁମତି ଦେଉଛି ତାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି । ଏହି କାରଣରୁ ବେଜିଂ ସ୍ଥିତ ଭାରତୀୟ ଦୂତାବାସ ଗୁରୁବାର ଦିନ ସେହି ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ପରାମର୍ଶ ଜାରି କରିଛି ଯେଉଁମାନେ ଚୀନରେ ମେଡିକାଲ ଶିକ୍ଷା ନେବାକୁ ଚାହୁଁଛନ୍ତି । ପରାମର୍ଶରେ ଚୀନରେ ମେଡିକାଲ ପଢିବାରେ ଯେଉଁ ସବୁ ସମସ୍ୟା ଆସିପାରେ ତା’ ବାବଦରେ କୁହାଯାଇଛି

ଭାରତରେ ପ୍ରାକ୍ଟିସ କରିବାରେ ସମସ୍ୟା

ପଢା ସରିବା ପରେ ଭାରତରେ ପ୍ରାକ୍ଟିସ ପାଇଁ ଯେଉଁ ସବୁ ଯୋଗ୍ୟତା ହାସଲ କରିବାକୁ ପଡେ ସେଥିପାଇଁ ଥିବା କଠୋର ନିୟମ ବାବଦରେ ମଧ୍ୟ ସୂଚନା ଏହି ପରାମର୍ଶରେ ଦିଆଯାଇଛି । ପରାମର୍ଶରେ କୁହାଯାଇଛି ଯେ, ଚୀନରେ ପଢା ସାରିଥିବା ମେଡିକାଲ ଛାତ୍ରଙ୍କ ମଧ୍ୟରୁ ୨୦୧୫ରୁ ୨୦୨୧ ମଧ୍ୟରେ ମାତ୍ର ୧୬ ପ୍ରତିଶତ ହିଁ ଯୋଗ୍ୟତା ଅର୍ଜନ କରିପାରିଥିଲେ । ବାକି ୮୪ ପ୍ରତିଶତଙ୍କୁ ପ୍ରାକ୍ଟିସ ପାଇଁ ଅନୁମତି ମିଳିନଥିଲା । ଏହି ସମୟସୀମା ମଧ୍ୟରେ ମେଡିକାଲ କାଉନସିଲ ଅଫ୍ ଇଣ୍ଡିଆ ଦ୍ୱାରା ଆୟୋଜିତ ବିଦେଶୀ ଚିକିତ୍ସା ସ୍ମାତକ ପରିକ୍ଷାରେ ଚୀନରୁ ପଢା ସାରିଥିବା ୪୦ ହଜାର ୪୧୭ ଜଣଙ୍କ ମଧ୍ୟରୁ ମାତ୍ର ୬ ହଜାର ୩୮୭ ଜଣ ସଫଳ ହୋଇଥିଲେ । ବାକିଙ୍କୁ ଭାରତରେ ପ୍ରାକ୍ଟିସ କରିବାକୁ ଅନୁମତି ମିଳିନଥିଲା । ପରାମର୍ଶରେ ଭାରତୀୟ ଅଭିଭାବକଙ୍କୁ ଏହି ତଥ୍ୟକୁ ଗୁରୁତ୍ୱ ଦେଇ ନିଷ୍ପତି ନେବାକୁ କୁହାଯାଇଛି ।

china medical college for indian studentschina medical university indian studentsindian mbbs student in chinaindian medical students in chinaindian students studying mbbs in chinamedical student in chinamedical student newsmedical student news indiamedical student news todaymedical university in chinatop medical university in china
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami