ଚୀନର ୧୦ ଦିନିଆ କୁକୁର ମାଂସ ଭୋଜି,କରୋନା ଭଳି ଆଉ ଗୋଟିଏ ମହାମାରୀକୁ ନିମନ୍ତ୍ରଣ ?

ଡଗ୍ ମିଟ୍ ଫେଷ୍ଟିଭାଲ

କରୋନା ଭୂତ ଏବେ ମଧ୍ୟ ଦୁନିଆ ପଛରେ ପଡିଛି । ପୁରା ଦୁନିଆ କରୋନା ଆତଙ୍କରେ ଆତଙ୍କିତ ଥିବା ବେଳେ କରୋନାର ପିତୃଦେଶ ଚୀନରେ ଆରମ୍ଭ ହୋଇଯାଇଛି ୧୦ ଦିନିଆ କୁକୁର ମାଂସ ଭୋଜି । ଏହି ୭ ଦିନ ଭିତରେ ଚୀନର ବଜାରରେ କୁକୁର ମାଂସକୁ ନେଇ କିସମ କିସମର ଖାଦ୍ୟ ଉପଲବ୍ଧ ହେବ । ଆଉ ହଜାର ହଜାର କୁକୁର ବଳି ପଡିବେ । ପଶୁ ଅଧିକାର ସଂଗଠନ ତରଫରୁ ଏନେଇ ଆୱାଜ ଉଠାଯାଉଥିଲେ ମଧ୍ୟ ଚୀନ କାନରେ ଏହି ସ୍ୱର ପଡୁନି । ବାଦୁଡି ମାଂସରୁ କରୋନା ବ୍ୟାପିଥିବା କୁହାଯାଉଥିବା ବେଳେ ଚୀନରେ କିନ୍ତୁ ଆଗକୁ ବେଧଡକ ବିକ୍ରି ହେବ କୁକୁର ମାଂସ । ନିକଟରେ ଚୀନରେ ଗୋଟିଏ ଟ୍ରକରୁ ୭୦ କୁକୁରଙ୍କ ଉଦ୍ଧାର କରାଯାଇଥିଲା । ଏହି କୁକୁର ଭାଗ୍ୟବାନ ଥିଲେ, ହାଣ ମୁହଁରୁ ବଂଚି ଯାଇଥିଲେ । କିନ୍ତୁ ସବୁ କୁକୁର ନୁହନ୍ତି । ହଜାର ହଜାର କୁକୁର ବଜାରରେ ବିକ୍ରି ହେବାକୁ ପହଂଚି ସାରିଛନ୍ତି ।

କୁକୁର ମାଂସକୁ ଆଧ୍ୟତ୍ମିକତା ସହ ଯୋଡନ୍ତି ଚୀନ୍ ବାସୀ

୩୦ ଜୁନ୍ ପର୍ଯ୍ୟନ୍ତ ଚାଲିବାକୁ ଥିବା ଡଗ୍ ମିଟ୍ ଫେଷ୍ଟିଭାଲ ଚୀନର ଆଧିକାରିକ ଉତ୍ସବ ନୁହେଁ । କିନ୍ତୁ ଏହାର ଲୋକପ୍ରିୟତା ବେସ ଅଧିକ । ଚୀନର ୟୁଲିନ୍ ପ୍ରଦେଶରେ ହେଉଥିବା ଏହି ବାର୍ଷିକ ଉତ୍ସବରେ ହଜାର ହଜାର ସଂଖ୍ୟାରେ ଲୋକ ସାମିଲ ହୁଅନ୍ତି । ଅନେକ ପ୍ରକାରର ମାଂସ ଖାଉଥିବା ଚୀନରେ କୁକୁର ମାଂସକୁ ‘ମଟନ୍ ଅଫ୍ ଆର୍ଥ’ ବୋଲି କୁହାଯାଇଥାଏ । ଚୀନବାସୀଙ୍କ ବିଶ୍ୱାସ ଯେ, କୁକୁର ମାଂସରେ ଆଧ୍ୟାତ୍ମିକ ଶକ୍ତି ରହିଛି । କୁକୁର ମାଂସ ଖାଇଲେ ଜଣେ ଇଶ୍ୱରଙ୍କ ନିକଟତର ହୋଇ ପାରିବ ବୋଲି ବିଶ୍ୱାସ ରହିଛି । କୁକୁର ମାଂସ କେବଳ ଆତ୍ମା ନୁହେଁ ଶରିରକୁ ମଧ୍ୟ ସୁସ୍ଥ ରଖେ ବୋଲି ଚୀନର ଧାରଣା ପ୍ରଚଳିତ । ଲୁଣିଆ କୁକୁର ମାଂସ ଠାରୁ ମିଠା କୁକୁର ମାଂସ ଏହିଭଳି କୁକୁର ମାଂସରେ ତିଆରି ଅନେକ ଖାଦ୍ୟ ଏହି ଉତ୍ସବରେ ମିଳିଥାଏ

ଲିଚୁ ଓ ଦେଶୀ ମଦର ଉତ୍ସବ

ୟୁଲିନରେ ହେଉଥିବା ଏହି ଉତ୍ସବକୁ ଲିଚୁ ଓ କୁକୁର ମାଂସ ଉତ୍ସବ ବୋଲି ମଧ୍ୟ କୁହାଯାଏ । ଏହି ଫୁଡ୍ ଫେଷ୍ଟିଭାଲରେ କୁକୁର ମାଂସ ସହିତ ଲିଚୁ ଓ ମଦ ପରିବେଷଣ ହୋଇଥାଏ । ଯଦି କୌଣସି ଗ୍ରାହକ ଚାହିଁବେ ତେବେ ଜୀବନ୍ତ କୁକୁରକୁ ଘରକୁ ନେଇ ମାରି ଖାଇ ପାରିବେ ।

କେତେ କ୍ରୁର ରୋଷେଇ ତରିକା

ଐତିହାସିକଙ୍କ ଅନୁସାରେ ଚୀନରେ ୭ ହଜାରରୁ ଅଧିକ ବର୍ଷ ଧରି କୁକୁର ମାଂସ ଖିଆ ହେଉଛି । କୁକୁର ମାଂସ ରୋଷେଇ କରିବାର ଅନେକ ଉପାୟ ରହିଥିବା ବେଳେ ଗୋଟିଏ ତରିକା ଅତ୍ୟନ୍ତ କ୍ରୁର ଓ ଅମାନବୀୟ । ଏହାକୁ ପ୍ରେସଡ୍ ଡଗ୍ ରେସିପି କୁହନ୍ତି । ଏଥିରେ କୁକୁରର ଚମଡା ଜୀବନ୍ତ ଉତୁରା ଯାଇଥାଏ । କୁକୁରକୁ ପିଟିକରି ରାତି ସାରା ତାକୁ ମ୍ୟାରିନେଟ୍ କରାଯିବା ପରେ ରୋଷେଇ ହୋଇଥାଏ । ଏଥିପାଇଁ ଚୀନ୍ ସହିତ ଅଲଗା ଦେଶରୁ ଚୋରାରେ କୁକୁର ଆମଦାନୀ ହୋଇଥାନ୍ତି

ବର୍ଷକୁ ଲକ୍ଷାଧିକ କୁକୁର ଖାଆନ୍ତି ଚୀନବାସୀ

କୁକୁରକୁ ଗୋଟିଏ ଜାଗାରେ ଜମା କରି ସେମାନଙ୍କୁ ଛୋଟଛୋଟ ପିଂଜରାରେ ବନ୍ଦ କରାଯାଏ । ଫେଷ୍ଟିଭାଲ କାଳରେ ସେମାନଙ୍କୁ ପିଂଜରାରୁ ବାହାର କରି ହତ୍ୟା କରାଯାଇଥାଏ । କେବଳ ଏହି ଫେଷ୍ଟିଭାଲ କାଳରେ ୧୦ ହଜାରରୁ ଅଧିକ କୁକୁରଙ୍କୁ ହତ୍ୟା କରାଯାଇଥାଏ । ଅନ୍ୟପକ୍ଷରେ ବର୍ଷକୁ ଚୀନରେ ଏକ ଲକ୍ଷରୁ ଅଧିକ କୁକୁରଙ୍କୁ ମାଂସ ପାଇଁ ହତ୍ୟା କରାଯାଇଥାଏ ।

କେବେ ଆରମ୍ଭ ହୋଇଥିଲା ଡଗ୍ ମିଟ୍ ଫେଷ୍ଟିଭାଲ୍ ?

୨୦୧୦ରୁ ଏହି ଫେଷ୍ଟିଭାଲ ଆରମ୍ଭ ହୋଇଥିଲା । ଏଥିରେ ଭାଗ ନେବାକୁ ଦୂରଦୂରାନ୍ତରୁ ଲୋକ ଆସିଥାନ୍ତି । ଏପରିକି ୟୁଲିନର ସବୁ ହୋଟେଲ ଏହି ସମୟରେ ବୁକ୍ ଥାଏ । କୁହାଯାଉଛି ଯେ, ଏହି ଉତ୍ସବର କୌଣସି ପ୍ରାଚୀନ ପରମ୍ପରା ନାହିଁ । ଗରମ ଦିନେ ମାଂସ ବିକ୍ରି କମିଯିବାରୁ ଦଶ ବର୍ଷ ତଳେ କିଛି ଚାଲାକ ବ୍ୟବସାୟୀ ଏହି ଉତ୍ସବ ଆରମ୍ଭ କରିଥିଲେ

୧୦ ଦିନିଆ କୁକୁର ମାଂସ ଭୋଜି୧୦ ହଜାରରୁ ଅଧିକ କୁକୁରଙ୍କୁ ହତ୍ୟାannual dog meat festivalChinachina yulin festival 2021Chinese culturedog consumptiondog meat festivaldog meat tradeeating dogslycheemutton of earthpressed dog recipeeslaughtering of dogsyulinyulin cityଆଧ୍ୟାତ୍ମିକ ଶକ୍ତିକରୋନାର ପିତୃଦେଶକୁକୁର ମାଂସ ରୋଷେଇକ୍ରୁର ଓ ଅମାନବୀୟଚୀନଡଗ୍ ମିଟ୍ ଫେଷ୍ଟିଭାଲପ୍ରେସଡ୍ ଡଗ୍ ରେସିପିମଟନ୍ ଅଫ୍ ଆର୍ଥମିଠା କୁକୁର ମାଂସୟୁଲିନ୍ୟୁଲିନ୍ ପ୍ରଦେଶରେଲିଚୁ ଓ କୁକୁର ମାଂସ ଉତ୍ସବଲୁଣିଆ କୁକୁର ମାଂସ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami