ଧନୀଙ୍କଠାରୁ ଜବରଦସ୍ତ ଦାନ ନେଇ ଗରିବଙ୍କୁ ଦେଉଛି ଚୀନ୍

ଚୀନର ସରକାରୀ ମିଡିଆ କିଛି ମାସ ତଳେ ଦେଶରେ ଗରିବଙ୍କ ସଂଖ୍ୟା କମିଛି ବୋଲି ଦାବି କରିଥିଲା । କିନ୍ତୁ ଏବେ ଚୀନରୁ ଯେଉଁ ଖବର ଆସୁଛି ତାହା ଲାଲ ଶାସନର କଳା କାରନାମାକୁ ପଦାରେ ପକାଉଛି । ଚୀନ ସରକାର ଦେଶର ଧନୀ ଶିଳ୍ପପତିଙ୍କ ଉପରେ ଚାପ ପକାଇ ଜୋରଜବରଦସ୍ତ ଚାନ୍ଦା ନେଉଥିବା ଖବର ଆସୁଛି । ଶିଳ୍ପପତିଙ୍କୁ ଧମକ ଦେଇ ଯେଉଁ ଦାନ ଆଦାୟ ହେଉଛି ସେହି ଅର୍ଥକୁ ଗରିବ କଲ୍ୟାଣ ପାଇଁ ଚୀନ ସରକାର କୁଆଡେ ବ୍ୟୟ କରୁଛନ୍ତି । ଦେଶରେ ଆର୍ଥିକ ଅସମାନତାକୁ ହଟାଇବା ପାଇଁ ଚୀନ ସରକାରଙ୍କ ଏହା ନୂଆ ନୀତି ବୋଲି କୁହାଯାଉଛି ।

ଚୀନରେ ଗତ କେଇ ବର୍ଷ ମଧ୍ୟରେ କୋଟିପତିଙ୍କ ସଂଖ୍ୟା ବଢିଛି । କିନ୍ତୁ ସେହି ଅନୁପାତରେ ଗରିବଙ୍କ ସଂଖ୍ୟା କମିନାହିଁ । ଦେଶରେ ଆର୍ଥିକ ଅସମାନତା କାରଣରୁ ଅସନ୍ତୋଷ ଦାନା ବାନ୍ଧୁଛି । ସରକାର ମଧ୍ୟ ଏହାକୁ ନେଇ ଚିନ୍ତିତ ଅଛନ୍ତି । ତେଣୁ ଗତ କେଇ ମାସ ଧରି ଚୀନରେ ଜବରଦସ୍ତିଆ ଦାନ ସଂଗ୍ରହ ଚାଲିଛି । ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁସାରେ ଚୀନର କୋଟିପତିଙ୍କୁ ଧମକ ଦେଇ ଦାନ ନେବାର ଏହି ଧାରା ଗଲା କେଇ ମାସ ଧରି ଆରମ୍ଭ ହୋଇଛି ।

ଖାଦ୍ୟ ବିତରଣ କରୁଥିବା ଚୀନର ନାମି କମ୍ପାନୀ ମିଟୁଆନର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ବାଙ୍ଗ ଜିଙ୍ଗ୍ ନିକଟରେ ନିଜ କମ୍ପାନୀ ଶେୟାରରୁ ପ୍ରାୟ ୨୦୧ କୋଟି ଟଙ୍କା ଦାନ ଦେଇଛନ୍ତି । ଏହି ଅର୍ଥ ଦେଶରେ ବୈଜ୍ଞାନିକ ଅନୁସଂଧାନ ଓ ଶିକ୍ଷାର ପ୍ରସାର ପାଇଁ ବ୍ୟବହୃତ ହେବ ବୋଲି ସେ କହିଥିଲେ । ସେହିଭଳି ଇ-କମର୍ସ କମ୍ପାନୀ ପିଣ୍ଡୁଓଡୁଓର ପ୍ରତିଷ୍ଠାତା କଲିନ୍ ହୁଆଙ୍ଗ କମ୍ପାନୀର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ଏକ ଶିକ୍ଷା କୋଷକୁ ୧୩୮ କୋଟି ଟଙ୍କା ଦାନ ଦେଇଥିଲେ । ସେହିଭଳି ଅନ୍ୟ ଦୁଇ ଜଣ ଶିଳ୍ପପତି ଚଳିତ ବର୍ଷ ଆରମ୍ଭରେ ୧୩୪ କୋଟି ଟଙ୍କା ଦାନ ଦେଇଥିଲେ ।

ଟିକଟକର ପ୍ୟାରେଣ୍ଟ୍ କମ୍ପାନୀ ବାଇଟଡ୍ୟାନ୍ସର ପ୍ରତିଷ୍ଠାତା ଝାଙ୍ଗ୍ ୟିମିଙ୍ଗ ମଧ୍ୟ ଫୁଜିଆନ ପ୍ରଦେଶରେ ନିଜ ଗୃହ ନଗର ଲୋଙ୍ଗୟାନରେ ଶିକ୍ଷାର ବିକାଶ ପାଇଁ ୫ଶହ ୭୪ କୋଟି ଟଙ୍କା ଦାନ ଦେଇଥିଲେ ।

ବିଶ୍ଲେଷକଙ୍କ ଅନୁସାରେ ଚୀନ୍ କମ୍ୟୁନିଷ୍ଟ ପାର୍ଟି ଓ କ୍ଷମତାରେ ଥିବା ବ୍ୟକ୍ତି ଦେଶରେ ଆର୍ଥିକ ଅସୁନ୍ତଳତାକୁ ନିଜ ପାଇଁ ବିପଦର ଘଣ୍ଟି ଭାବେ ଦେଖୁଛନ୍ତି । ଅଷ୍ଟ୍ରେଲିଆର ଜାତୀୟ ବିଶ୍ୱବିଦ୍ୟାଳୟର ବରିଷ୍ଠ ପ୍ରାଧ୍ୟାପକ ଟମ୍ କ୍ଲିଫଙ୍କ ଅନୁସାରେ ଆୟରେ ଅସୁନ୍ତଳତା ଆଭିଜାତ୍ୟ ବର୍ଗ ପାଇଁ ବଡ ଚିନ୍ତାର ବିଷୟ । ରାଜନୈତିକ ନେତୃତ୍ୱ ପାଇଁ ସବୁଠାରୁ ବଡ ଚିନ୍ତା ହେଉଛି ଆୟରେ ଅସମାନତାଧନୀ ଓ ଦରିଦ୍ରଙ୍କ ମଧ୍ୟରେ ବଢୁଥିବା ପାର୍ଥକ୍ୟକୁ ନେଇ ଡରିଯାଇଛି ଚୀନ । ଏହି ସବୁ କାରଣ ପାଇଁ ଚୀନ ସରକାର ଏଭଳି ପଦକ୍ଷେପ ନେଉଛନ୍ତି ।

ବିଶ୍ୱ ଧନୀ ତାଲିକାରେ ଚୀନ ଆଗରେ

ଚଳିତ ବର୍ଷ ଆରମ୍ଭରେ ଜାରି କରାଯାଇଥଇବା ହୁରୁନ ଗ୍ଲୋବାଲ ରିଚ୍ ଲିଷ୍ଟ-୨୦୨୧ର ତଥ୍ୟ ଅନୁସାରେ ଚୀନରେ ଏଭଳି ୧ ହଜାର ୫୮ ଜଣ ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କ ସମ୍ପତ୍ତିର ମୂଲ୍ୟ ଶହେ କୋଟିରୁ ଅଧିକ । ଏହି ହିସାବ ଅନୁସାରେ ବିଶ୍ୱର ସବୁଠାରୁ ଅଧିକ ଧନୀ ଚୀନରେ ଅଛନ୍ତି । ଏହି ମାମଲାରେ ଚୀନ୍ ପୁଞ୍ଜିବାଦୀ ରାଷ୍ଟ୍ର ଆମେରିକାକୁ ମଧ୍ୟ ପଛରେ ଛାଡି ଦେଇଛି ।

ଆମେରିକାର କାର୍ଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ଏସିଆ ପ୍ରଶାନ୍ତ ସେଣ୍ଟରର ନିର୍ଦ୍ଦେଶକ ମିନ୍ ଝୋଉଙ୍କ ଅନୁସାରେ ପାଶ୍ଚାତ୍ୟ ଶୈଳୀର ପରୋପକାର ପ୍ରଥା ଏକ ଦଶକ ତଳେ ଚୀନରେ ଆରମ୍ଭ ହୋଇଥିଲା । ତାଙ୍କ ଅନୁସାରେ ୨୦୧୦ରେ ଆମେରିକାର ଧନୀ ୱାରେନ୍ ବଫେଟ୍ ଓ ବିଲ ଗେଟ୍ସ ଚୀନ ଗସ୍ତରେ ଯାଇଥିଲେ । ସେଠାରେ ସେମାନେ ଚୀନର ଧନାଢ୍ୟଙ୍କୁ ନିଜ ସମ୍ପତ୍ତିର କିଛି ଅଂଶ ଦାନ କରିବାକୁ ଆହ୍ୱାନ କରିଥିଲେ । ତେବେ କଥା ହେଲା ଚୀନରେ କେତେ ଧନୀ ନିଜ ଇଛାରେ ଦାନ କରିବାକୁ ଆଗେଇ ଆସିଛନ୍ତି ତାହା ତ’ ଜଣାନାହିଁ କିନ୍ତୁ ଚୀନ ସରକାର ଧମକ ଦେଇ ଦାନ ଆଦୟ କରୁଛି, ଏଥିରେ ନିଶ୍ଚିତ ଭାବେ କିଛିଟା ସତ୍ୟତା ରହିଛି ।

୨୦୧୦ରେ ଆମେରିକାର ଧନୀ ୱାରେନ୍ ବଫେଟ୍ ଓ ବିଲ ଗେଟ୍ସAsia-Pacific Centeraustralia universitybill gatesbytedancecalifornia universityCEO of Meituan-DianpingChinachinas richest industrialistchinese billionaireschinese communist governmentchinese government mediaColin Huange-commerce company Pinduoduoextort money from industrialistsfinancial differencehindustan times reporthurun global rich list 2021Meituanmin zhoutiktoktom cliffWang Xingwarren buffet‎Zhang Yimingଅଷ୍ଟ୍ରେଲିଆର ଜାତୀୟ ବିଶ୍ୱବିଦ୍ୟାଳୟର ବରିଷ୍ଠ ପ୍ରାଧ୍ୟାପକ ଟମ୍ କ୍ଲିଫଆମେରିକାର କାର୍ଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟଆର୍ଥିକ ଅସମାନତାଇ-କମର୍ସ କମ୍ପାନୀ ପିଣ୍ଡୁଓଡୁଓର ପ୍ରତିଷ୍ଠାତା କଲିନ୍ ହୁଆଙ୍ଗଏସିଆ ପ୍ରଶାନ୍ତ ସେଣ୍ଟରର ନିର୍ଦ୍ଦେଶକ ମିନ୍ ଝୋଉଚୀନର ସରକାରୀ ମିଡିଆଚୀନ୍ କମ୍ୟୁନିଷ୍ଟ ପାର୍ଟିଟିକଟକର ପ୍ୟାରେଣ୍ଟ୍ କମ୍ପାନୀଦେଶର ଧନୀ ଶିଳ୍ପପତିବାଇଟଡ୍ୟାନ୍ସର ପ୍ରତିଷ୍ଠାତା ଝାଙ୍ଗ୍ ୟିମିଙ୍ଗମିଟୁଆନର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ବାଙ୍ଗ ଜିଙ୍ଗ୍ଲାଲ ଶାସନର କଳା କାରନାମାଶିଳ୍ପପତିଙ୍କୁ ଧମକହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁସାରେହୁରୁନ ଗ୍ଲୋବାଲ ରିଚ୍ ଲିଷ୍ଟ-୨୦୨୧
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami