ଚୀନ୍ ତିଆରି କରୁଛି ସୁପର ସୋଲଜର,ଅଖିଆ ଅପିଆ ଲଢି ପାରିବେ ଲମ୍ବା ଯୁଦ୍ଧ

ଚୀନ୍ ସୁପର ସୋଲଜର ବା ମହାମାନବ ସୈନିକ ତିଆରି କରୁଛି । ଏମିତି ସୈନିକ ଯେଉଁମାନେ ଅଖିଆ ଅପିଆ ଯୁଦ୍ଧ ଲଢି ପାରିବେଡିଏନଏ ଏଡିଟିଂ କରି ଚୀନ୍ ଏଭଳି ସୈନିକ ସୃଷ୍ଟି କରୁଛି ବୋଲି ଆମେରିକା କହିଛି ଫ୍ରାନ୍ସର ଦୁଇ ଜଣ ବୈଜ୍ଞାନିକଙ୍କ ଦ୍ୱାରା ଆବିଷ୍କୃତ କ୍ରିସପର ଟେକ୍ନୋଲୋଜିକୁ ବ୍ୟବହାର କରି ଚୀନ୍ ଏପରି କରୁଥିବା କୁହାଯାଉଛି ।

କ୍ରିସପର ଟେକ୍ନୋଲୋଜି

୨୦୧୨ ମସିହାରେ ଫ୍ରାନସର ଦୁଇଜଣ ମହିଳା ବୈଜ୍ଞାନିକ ଇମେନୁଏଲ ସାର୍ପେଚିଏ ଜେନିଫର ଡାନଡନା ମିଳିତ ଭାବେ କ୍ରିସପର ନାମକ ଟେକ୍ନୋଲୋଜି ଉଦ୍ଭାବନ କରିଥିଲେ । ଏହି କ୍ରିସପର ଟେକ୍ନୋଲୋଜି ଦ୍ୱାରା ଡିଏନଏ ଏଡିଟିଂ ବା ଗୁଣସୂତ୍ରରେ ପରିବର୍ତ୍ତନ କରି ମନମୁତାବକ ଶିଶୁ ଜନ୍ମ କରାଯାଇ ପାରିବ । ଏଭଳି ଶିଶୁ କେବେ ମଧ୍ୟ ବେମାର ପଡନ୍ତି ନାହିଁ । ସେମାନେ ଜନ୍ମରୁ ହିଁ ଏଚଆଇଭି ଭଳି ମାରାତ୍ମକ ସଂକ୍ରମଣରୁ ମୁକ୍ତ ରହିଥାନ୍ତି । ଆମେରିକାର ଦାବି ଯେ, ଚୀନ୍ ଏହି କ୍ରିସପର ଟେକ୍ନୋଲୋଜି ବ୍ୟବହାର କରି ଏଭଳି ସୁପର ସୋଲଜର ତିଆରି କରୁଛି ଯେଉଁମାନେ ଅଖିଆ ଅପିଆ ଓ ଅନିଦ୍ରା ରହି ମଧ୍ୟ ଯୁଦ୍ଧ ଲଢି ପାରିବେ

ଚୀନର ସୁପର ସୋଲଜର

ଆମେରିକୀୟ ଗୁଇନ୍ଦା ଏଜେନ୍ସି ସିଆଇଏ ଅନୁସାରେ ୨୦୨୦ରୁ ଚୀନ୍ କ୍ରିସପର ଟେକ୍ନୋଲୋଜି ବ୍ୟବହାର କରି ସୁପର ସୋଲଜର ତିଆରି କରୁଛି । ଏଥିପାଇଁ ଚୀନ୍ ନିଜ ସୈନିକଙ୍କ ଡିଏନଏ ନମୂନା ସଂଗ୍ରହ କରିଛି ସୈନିକଙ୍କ ଡିଏନଏରେ ପରିବର୍ତ୍ତନ କରି ଭୟଙ୍କର ସୁପରସୋଲଜର ତିଆରି କରିବା ଚୀନର ଲକ୍ଷ୍ଯ ଆମେରିକାର ଏହି ଦାବୀକୁ ଇଂଲଣ୍ଡ ମଧ୍ୟ ସମର୍ଥନ କରିଛି ଚୀନ୍ ବିଶ୍ୱଶକ୍ତି ବନିବାକୁ ପ୍ରକୃତିର ନିୟମକୁ ମଧ୍ୟ ବଦଳାଇବାକୁ ପ୍ରସ୍ତୁତ ବୋଲି ପାଶ୍ଚାତ୍ୟ ରାଷ୍ଟ୍ର କହୁଛନ୍ତି ବିଶେଷଜ୍ଞଙ୍କ କହିବା ହେଉଛି ଚୀନ୍ ସୁପରହିରୋ ଫିଲ୍ମର କ୍ୟାପ୍ଟେନ୍ ଆମେରିକା,ବ୍ଲଡ୍ ସଟ୍ ଓ ୟୁନିଭର୍ସାଲ ସୋଲଜର ଭଳି ସୈନିକ ତିଆରିର ଲକ୍ଷ୍ୟ ରଖିଛି । ଏଭଳି ସୈନିକ ରାତି ରାତି ଅନିଦ୍ରା ରହି ପାରିବେ । ସେମାନେ ଅନେକ ଦିନ ପର୍ଯ୍ୟନ୍ତ ଉପବାସ ରହି ମଧ୍ୟ ଯୁଦ୍ଧ ଲଢି଼ ପାରିବେ । କାରଣ ସୋନଙ୍କ ଡିଏନଏରେ ପରିବର୍ତ୍ତନ କରି ନିଦ ଓ ଭୋକ ଉପରେ ବିଜୟ ପ୍ରାପ୍ତି ହୋଇ ପାରିବ

ଡିଜାଇନର ବେବିରୁ ସୁପର ସୋଲଜର

ନଭେମ୍ବର ୨୦୧୮ରେ ଚୀନର ବୈଜ୍ଞାନିକ ହେ ଜିୟାଂକୁଇ କହିଥିଲେ ଯେ, ସେ ଦୁନିଆର ପ୍ରଥମ ଡିଜାଇନର ବେବି ତିଆରି କରିଛନ୍ତି । ଏଥିପାଇଁ ସେ ମୁଶା,ବିଲେଇ ଓ ମଣିଷ ଭ୍ରୁଣ ଉପରେ ଗବେଷଣା କରିଥିଲେ । ଏକ ମାନବ ଭ୍ରୁଣର ଡିଏନଏରେ ପରିବର୍ତ୍ତନ କରି ସେ ଏଭଳି ଦାବି କରିଥିଲେ । ଏହି ଗବେଷଣାରୁ ଜାଅଁଳା ଶିଶୁ ଲୁଲୁ ଓ ନାନା ଜନ୍ମ ହୋଇଥିଲେ । ଦୁଇ ଶିଶୁଙ୍କ ଡିଏନଏକୁ ଏଭଳି ପରିବର୍ତ୍ତନ କରାଯାଇଥିଲା ଯେ, ସେମାନେ ଜନ୍ମରୁ ହିଁ ଏଚଆଇଭି ସମେତ ଆହୁରି ଅନେକ ରୋଗରୁ ମୁକ୍ତ ଥିଲେ ଆମେରିକୀୟ ଗୁଇନ୍ଦା ଏଜେନସିର ଦାବି ଯେ, ଡିଜାଇନର ବେବି ତିଆରି କରିବାର ମାତ୍ର ଦୁଇ ବର୍ଷ ପରେ ଚୀନ୍ ସୁପର ସୋଲଜର ତିଆରି କରିବାକୁ ସକ୍ଷମ ହୋଇଛି ।

china human experimentchina human testing super soldierchina making robot soldierschina making super soldierschina super soldierchina superman soldierschinese super soldierschinese super soldiers youtubeproject nightfall china super soldierssuper soldier china
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami