ରାଉରକେଲାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର

ଭୁବନେଶ୍ୱର: ରାଉରକେଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜୋରଦାର ପ୍ରଚାର । ନିର୍ବାଚନୀ ସଭାରେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ନବୀନ । ବିରୋଧୀ ଦଳ ମିଛ କଥା କହୁଛନ୍ତି । କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ତେଣୁ ସେମାନଙ୍କୁ ଭରସା ନକରି ବିଜେଡି ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ଅପିଲ କରିଛନ୍ତି ନବୀନ ।

ବିରୋଧୀଙ୍କୁ କଲେ ଟାର୍ଗେଟ

ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ସ୍ୱତନ୍ତ୍ର ବିମାନରେ ଆସି ପୂର୍ବାହ୍ନ ସାଢ଼େ ୧୧ଟାରେ ରାଉରକେଲାରେ ବିମାନବନ୍ଦରରେ ପହଞ୍ଚିଥିଲେ । ସେଠାରୁ ସିଧାସଳଖ ସେକ୍ଟର-୧୩ ମେଳଣ ପଡ଼ିଆରେ ନିର୍ବାଚନୀ ସଭାସ୍ଥଳକୁ ଯାଇଥିଲେ । ଢୁ ଢୁ ଖରାରେ ଏତେ ଲୋକ ଆସିଥିବାରୁ ପ୍ରଥମେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଜୁଲାଇରୁ ଆଉ ବିଜୁଳି ବିଲ ଆସିବ ନାହିଁ । ବିଜେଡି ସରକାର ବିଜୁଳି ମାଗଣା ଦେବେ, ଆପଣ ମାନେ ଖୁସି ତ ବୋଲି ପଚାରିଥିଲେ । ଶାସନ ଓଡ଼ିଶାର ଏକ ନୂଆ ପରିଚୟ ସୃଷ୍ଟି କରିପାରିଛି । ସ୍ୱାସ୍ଥ୍ୟ, ଶିକ୍ଷା, ମହିଳା ଓ ଶିଶୁ ବିକାଶ, ଗମନାଗମନ, ଯୁବକ, ଶ୍ରମିକ, ବରିଷ୍ଠ ନାଗରିକ ପାଇଁ ଏକାଧିକ ଯୋଜନା କରାଯାଇଛି । କେନ୍ଦ୍ର କେବଳ କଥା କହେ । ଆମ ସରକାର କାମରେ ବିଶ୍ୱାସ କରେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ରାଉରକେଲା ବିକାଶ ରଥକୁ ଆଗକୁ ନେବାକୁ ମାଗିଲେ ସହଯୋଗ

ସେହିପରି ବିଜେଡ଼ିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ଯେ, ପୁନର୍ବାର ଷଷ୍ଠ ଥର ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ସମଗ୍ର ଓଡିଶାବାସୀ, ବିଶେଷକରି ରାଉରକେଲାବାସୀ ମନ ସ୍ଥିର କରିସାରିଛନ୍ତି । ଏହି ନିର୍ବାଚନୀ ସମାବେଶରେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ ଦେବାସହ ରାଉରକେଲା ବିକାଶ ରଥକୁ ଆଗକୁ ନେବାରେ ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି । ସଭାରେ ଜିଲ୍ଲାର ସାତଟି ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଓ ସୁନ୍ଦରଗଡ଼ ସାଂସଦ ପ୍ରାର୍ଥୀ ଦିଲୀପ ତୀର୍କୀ ମଞ୍ଚାସୀନ ଥିଲେ । ରାଉରକେଲା ବିଧାୟକ ପ୍ରାର୍ଥୀ ସାରଦା ପ୍ରସାଦ ନାୟକ, ରଘୁନାଥପାଲି ବିଧାୟକ ପ୍ରାର୍ଥୀନୀ ଅର୍ଚନାରେଖା ବେହେରା, ବୀରମିତ୍ରପୁର ବିଧାୟକ ପ୍ରାର୍ଥୀ ରୋହିତ ଜୋସେଫ ତୀର୍କୀ, ସୁନ୍ଦରଗଡ଼ ପ୍ରାର୍ଥୀ ଯୋଗେଶ ସିଂ, ତଳସରା ପ୍ରାର୍ଥୀ ବିନୟ ଟପ୍ପୋ ଓ ବଣାଇ ପ୍ରାର୍ଥୀ ଭୀମସେନ ଚୌଧୁରୀ ଉପସ୍ଥିତ ଥିଲେ ।

cm naveen patnaik targeted the oppositioncm naveen patnaiks campaignnaveen patnaiks campaign in rourkela
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami