୧୬ ବର୍ଷ ପ୍ରତୀକ୍ଷାର ଅନ୍ତ , ଶସ୍ତା ହେବ ହାତଘଣ୍ଟା, ଚକୋଲେଟ୍‌

ନୂଆଦିଲ୍ଲୀ: ୧୬ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଛି । ଶସ୍ତା ହେବ ବିଶ୍ୱପ୍ରସିଦ୍ଧ ସ୍ୱିସ୍ ହାତଘଣ୍ଟା ଓ ଚକୋଲେଟ୍ । ଏହାକୁ ଭାରତୀୟମାନେ କମ୍ ଦାମ୍‌ରେ କିଣିପାରିବେ । କାରଣ ସ୍ୱିଜରଲ୍ୟାଣ୍ଡ୍ ସମେତ ୟୁରୋପର ଚାରିଟି ଦେଶ ସହିତ ଭାରତ ସରକାର ମୁକ୍ତ ବାଣିଜ୍ୟ ରାଜିନାମା ସ୍ୱାକ୍ଷର କରିଛନ୍ତି । ୨୦୦୮ରୁ ଉଭୟ ପକ୍ଷ ମଧ୍ୟରେ ମୁଲଚାଲ ଆରମ୍ଭ ହୋଇଥିଲା । ୧୬ ବର୍ଷ ପରେ ତାହା ଫଳପ୍ରଦ ହୋଇଛି । ସେହି ଚାରି ଦେଶ ହେଉଛି ଆଇସଲ୍ୟାଣ୍ଡ୍‌, ନରୱେ, ଲିକ୍‌ଣ୍ଟେଷ୍ଟାଇନ୍ ଓ ସ୍ୱିଜରଲ୍ୟାଣ୍ଡ୍ । ଭାରତ ଏହି ଦେଶଗୁଡ଼ିକରୁ ହାତଘଣ୍ଟା, ଔଷଧ, ଜାହାଜ, ଡଙ୍ଗା, ସୁନା ଆଦି ଆମଦାନି କରୁଛି । ଏକ ବଡ଼ ଧରଣର ସଫଳତା ଭାବେ ଭାରତ ସରକାର ୟୁରୋପର ଚାରିଟି ରାଷ୍ଟ୍ରର ସଂଘ ‘ୟୁରୋପିଆନ୍ ଫ୍ରି ଟ୍ରେଡ୍ ଆସୋସିଏସନ୍ (ଇଏଫ୍‌ଟିଏ) ସହ ୧୦,୦୦୦ କୋଟି ଡଲାରର ମୁକ୍ତ ବାଣିଜ୍ୟ ରାଜିନାମା ସ୍ୱାକ୍ଷର କରିଛନ୍ତି । ରାଜିନାମାର ଅଂଶସ୍ୱରୂପ ସ୍ୱିସ୍ ହାତଘଣ୍ଟା, ଚକୋଲେଟ୍ ଆଦି ଉପରେ ଭାରତ ସରକାର ମୌଳିକ ସୀମା ଶୁଳ୍କ ହ୍ରାସ କରିବେ । ବର୍ତ୍ତମାନ ହାତଘଣ୍ଟା ଉପରେ ୨୦ ପ୍ରତିଶତ ଓ ଚକୋଲେଟ୍ ଉପରେ ୩୦ ପ୍ରତିଶତ ଟିକସ ଲଗାଯାଇଛି । ତାହା କମ୍ ହେଲେ ସାମଗ୍ରୀଗୁଡ଼ିକ ଶସ୍ତା ହେବ ।

ଡିଜିଟାଲ୍ କାରବାର, ବ୍ୟାଙ୍କିଙ୍ଗ ଓ ଆର୍ôଥକ ସେବାରେ ଆଗରେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଡିଜିଟାଲ୍ କାରବାର, ବ୍ୟାଙ୍କିଙ୍ଗ ଓ ଆର୍ôଥକ ସେବା ଏବଂ ଫାର୍ମା କ୍ଷେତ୍ରରେ ଇଏଫ୍‌ଟିଏ ରାଷ୍ଟ୍ରଗୁଡ଼ିକ ନବସୃଜନ ଓ ଗବେଷଣା କ୍ଷେତ୍ରରେ ଆଗରେ ରହିଛନ୍ତି । ଏହି ରାଜିନାମା ନୂଆ ସହଯୋଗିତା ଲାଗି ବାଟ ଖୋଲିବ । ଗତ ୧୦ ବର୍ଷ ଭିତରେ ଭାରତ ବିଶ୍ୱର ମହାଶକ୍ତି ଭାବେ ଏକାଦଶ ସ୍ଥାନରୁ ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇଛି ବୋଲି ସେ କହିଛନ୍ତି । ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି ଯେ ଏହି ରାଜିନାମା ସମସ୍ତଙ୍କ ପାଇଁ ଲାଭଦାୟକ ହେବ । ଏହି ଚୁକ୍ତି ଏକ ମୁକ୍ତ, ସମାନତାର ବ୍ୟବସାୟ ଏବଂ ଅଭିବୃଦ୍ଧି ଓ ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ଆମ ମିଳିତ ଉଦ୍ୟମକୁ ପ୍ରତିଫଳିତ କରୁଛି । ବ୍ୟବସାୟ ଲାଗି ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟ ହାସଲ କରିବା ଲାଗି ଭାରତ ସବୁ ପ୍ରକାର ସହାୟତା ଯୋଗାଇ ଦେବ ବୋଲି ସେ କହିଛନ୍ତି ।

ଭାରତରେ ୧୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ

ଇଏଫ୍‌ଟିଏ ସହ ସ୍ୱାକ୍ଷର ହୋଇଥିବା ବୁଝାମଣା ଅନୁସାରେ ରାଜିନାମାର ପ୍ରଥମ ୧୦ ବର୍ଷରେ ୫୦୦୦ କୋଟି ଡଲାର ନିବେଶ କରାଯିବ ଏବଂ ପରବର୍ତ୍ତୀ ପାଞ୍ଚ ବର୍ଷରେ ଆଉ ୫୦୦୦ କୋଟି ଡଲାର ନିବେଶ ଜରିଆରେ ଭାରତରେ ୧୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ । ଏହି ରାଜିନାମା ନେଇ ୨୦୦୮ରୁ ଭାରତ ଓ ଇଏଫ୍‌ଟିଏ ଦେଶଗୁଡ଼ିକ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା । ଏହି ରାଜନିମା ଏଭଳି ଏକ ସମୟର ହୋଇଛି ଯେତେବେଳେ ବ୍ରିଟେନ୍ ସହ ରାଜିନାମାକୁ ନେଇ ମୁଲଚାଲ କେବେ ଶେଷ ହେବ ତାହାର କୌଣସି ନିର୍ଦ୍ଦିଷ୍ଟ ସମୟ ସୀମା ଧାର୍ଯ୍ୟ ହୋଇପାରୁନାହିଁ ।

16 year wait is overCheap swiss watches chocolatesswiss watches and chocolates
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami