କେବଳ ଭାରତ ନୁହେଁ ବାଂଲାଦେଶର ମୋଷ୍ଟ୍ ୱାଣ୍ଟେଡଙ୍କୁ ବି ଶରଣ ଦେଇଛି କାନାଡ଼ା

ଶିଖ ଆତଙ୍କବାଦୀଙ୍କୁ କାନାଡା ଆଶ୍ରୟ ଦେଉଛି ବୋଲି ଭାରତ ଅଭିଯୋଗ କରୁଛିକାନାଡା ଶିଖ ବିଛିନ୍ନତାବାଦୀଙ୍କ ଗଡ଼ ପାଲଟିଥିବା କାହାର ସନ୍ଦେହ ନାହିଁଜଣେ ଶିଖ ଆତଙ୍କବାଦୀର ହତ୍ୟାକୁ ନେଇ ଭାରତ ଓ କାନାଡା ମଧ୍ଯରେ ଉତ୍ତେଜନା ଚରମରେ ଅଛିଭାରତ ଯେସାକୁ ତେସା ନୀତି ଆପଣାଇଥିବା ବେଳେ କାନାଡା ଏହି ମାମଲାରେ ଆମେରିକା,ଇଂଲଣ୍ଡ ଓ ଅଷ୍ଟ୍ରେଲିଆର ସମର୍ଥନ ଭିକ୍ଷା କରିଛି । ତେବେ ଏଯାଏ ଏହି ତିନି ଦେଶ ପ୍ରକାଶ୍ଯ ଭାବେ କାନାଡା ସମର୍ଥନରେ ଓ ଭାରତ ବିରୋଧରେ କିଛି ମଧ୍ଯ କହି ନାହାନ୍ତି । ଏହା ଭିତରେ ଗୋଟିଏ ତଥ୍ଯ ସାମ୍ନାକୁ ଆସିଛି । ଏହି ତଥ୍ଯ କାନାଡାର ଦୋମୁହାଁ ନୀତି କଥା କହୁଛି । ତଥ୍ଯ ହେଉଛି ଯେ, କାନାଡା ସ୍ୱାଧିନ ଅଭିବ୍ଯକ୍ତି ଓ ଗଣତନ୍ତ୍ର କଥା କହୁଥିଲେ ବି ଏହା ଏଭଳି ଅପରାଧୀଙ୍କ ଶରଣସ୍ଥଳ ଯେଉଁମାନେ ଗଣତାନ୍ତ୍ରିକ ମୂଲ୍ଯବୋଧରେ ବିଶ୍ୱାସ କରନ୍ତି ନାହିଁ । କେବଳ ଶିଖ ଆତଙ୍କବାଦୀ ନୁହନ୍ତି କାନାଡା ଆଗରୁ ବାଂଲାଦେଶର ପ୍ରତିଷ୍ଠାତା ଶେଖ ମୁଜବିର ରହମାନଙ୍କ ହତ୍ଯାକାରୀଙ୍କୁ ମଧ୍ଯ ଶରଣ ଦେଇଥିଲା । ତେଣୁ ଦେଖିବାକୁ ଗଲେ,କାନାଡା କେବଳ ଭାରତ ନୁହେଁ ବାଂଲାଦେଶ ବିରୋଧରେ ମଧ୍ଯ କାମ କରିଛି

କାନାଡାରେ ମୁଜବିର ରହମାନଙ୍କ ହତ୍ୟାକାରୀ

୧୯୭୫ ମସିହାରେ ବାଂଲାଦେଶ ପ୍ରତିଷ୍ଠାତା ଓ ରାଷ୍ଟ୍ରପତି ମୁଜିବୁର ରହମାନଙ୍କର ତାଙ୍କରି ବାସଭବନରେ ହତ୍ଯା ହୋଇଥିଲାମୁଜିବୁର ରହମାନଙ୍କ ସହିତ ତାଙ୍କ ପରିବାରର ବାକି ସଦସ୍ଯଙ୍କୁ ମଧ୍ଯ ହତ୍ଯା କରାଯାଇଥିଲା । କେବଳ ତାଙ୍କର ଜଣେ ମାତ୍ର ଝିଅ ଶେଖ ହାସିନା ବଂଚି ଯାଇଥିଲେ । ଯିଏ ବର୍ତ୍ତମାନ ବାଂଲାଦେଶର ରାଷ୍ଟ୍ରପତିମୁଜିବୁରଙ୍କ ହତ୍ଯାରେ ବାଂଲାଦେଶ ସେନାର କିଛି ଅଧିକାରୀ ସାମିଲ ଥିଲେ । ସେମାନଙ୍କ ମଧ୍ଯରେ ଜଣେ ଅଧିକାରି ନୁର ଚୌଧୁରୀ ଥିଲେ । ଏହି ନୁର ଚୌଧୁରୀଙ୍କୁ ପରବର୍ତ୍ତି ସମୟରେ ସାମରିକ ସରକାର ବିଭିନ୍ନ ରାଷ୍ଟ୍ରରେ ରାଷ୍ଟ୍ରଦୂତ ଭାବେ ନିଯୁକ୍ତ କରିଥିଲେ । ପରେ ନୁର ଚୌଧୁରୀ କାନାଡାରେ ଶରଣ ନେଇଥିଲେ ।

କାନାଡା ମନା କରିଦେଇଥିଲା

ତିନି ଦଶକ ଧରି ବାଂଲାଦେଶ ସରକାର ନୁର ଚୌଧୁରୀର ପ୍ରତ୍ଯାର୍ପଣ ପାଇଁ କାନାଡା ନିକଟରେ ଦାବି କରିଥିଲେ ମଧ୍ଯ କାନାଡା ନୁର ଚୌଧୁରୀକୁ ପ୍ରତ୍ୟାର୍ପିତ କରିବାକୁ ମନା କରିଦେଇଥିଲା । ସେହିଭଳି ଆମେରିକାରେ ମଧ୍ଯ ଜଣେ ହତ୍ଯାକାରୀ ଶରଣ ନେଇଥିଲେ ବି ଆମେରିକା ତାଙ୍କୁ ବାଂଲଦେଶକୁ ପ୍ରତ୍ୟାର୍ପିତ କରିନଥିଲା । ଦୁଇ ଦେଶଙ୍କ କହିବା ଥିଲା ଯେ, ଆଇନଗତ ପ୍ରକ୍ରିୟା କାରଣରୁ ସେମାନେ ଅଭିଯୁକ୍ତଙ୍କୁ ପ୍ରତ୍ୟାର୍ପିତ କରି ପାରିବେ ନାହିଁକାନାଡାର ବର୍ତ୍ତମାନ ଆଇନ ପ୍ରତ୍ୟାର୍ପଣ ପାଇଁ ଅନୁମତି ଦେଉନଥିବାରୁ ନୁରକୁ ବାଂଲାଦେଶ ଅଣାଯାଇ ପାରୁନାହିଁ । ତେଣୁ ଗତବର୍ଷ ବାଂଲାଦେଶ ଓଟାଭାରେ ଏହାର ଅନ୍ୟ ବିକଳ୍ପ ବାହାର କରିବାକୁ କାନାଡାକୁ କହିଥିଲା । ତେବେ କାନାଡାର କହିବା ହେଉଛି ଯେଉଁଦେଶରେ ମୃତ୍ଯୁଦଣ୍ଡ ଆଇନ ଅଛି ସେଠାକୁ ଆମେ କାହାରିକୁ ପ୍ରତ୍ଯାର୍ପଣ କରିବୁ ନାହିଁ ।

ମୁଜିବଙ୍କ ଆଉ ଜଣେ ହତ୍ଯାକାରୀ

ନୁର ଚୌଧୁରୀଙ୍କ ଭଳି ଅନ୍ୟ ହତ୍ଯାକାରୀଙ୍କୁ ବାଂଲାଦେଶର ଅଦାଲତ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲା । ସେହିମାନଙ୍କ ମଧ୍ଯରୁ ଜଣେ ରାଶେଦ ଚୌଧୁରୀ ଓ ତା’ର ପରିବାର ୧୯୯୬ରୁ ଆମେରିକାରେ ରହି ଆସୁଛନ୍ତି । ତେବେ ଆମେରିକା ସେମାନଙ୍କୁ ପ୍ରତ୍ୟାର୍ପିତ କରୁନାହିଁ । ସୂଚନାଯୋଗ୍ଯ ଯେ,୨୦୧୦ରେ ମୁଜିବୁରଙ୍କ ହତ୍ୟାରେ ସାମିଲ ଥିବା ୧୨ ଜଣଙ୍କ ମଧ୍ଯରୁ ୫ ଜଣଙ୍କୁ ଫାସୀ ଦିଆଯାଇଥିଲା

canada government new updatecanada india issuecanada india issue newsindia canada issueindia canada issue explainedindia canada issue latestindia canada issue updateindia canada tensionindia canada tension latest newsindia canada tension updateindian terrorist newskannada india newskhalistani terrorist newskhalistani terrorist pannu news
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami