ଅପରାଧୀଙ୍କୁ ସବୁବେଳେ ସମର୍ଥନ କରୁଛି ବିଜେପି

ଭୁବନେଶ୍ୱର: ଅପରାଧୀମାନଙ୍କୁ ସବୁବେଳେ ସମର୍ଥନ କରି ଆସୁଛି ରାଜ୍ୟ ବିଜେପି । ବାରମ୍ବାର ଗୁଣ୍ଡାଗର୍ଦ୍ଦି କରୁଥିବା ଖୋର୍ଦ୍ଧାର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବଙ୍କୁ ବିଜେପି ସମର୍ଥନ କରି ଆସୁଛନ୍ତି । ବିଶେଷ କରି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଖୋଲାଖୋଲି ପ୍ରଶାନ୍ତଙ୍କ ସପକ୍ଷରେ ବାହାରିଛନ୍ତି । ତେଣୁ ସାଂସଦ ଅପରାଜିତାଙ୍କୁ କଡ଼ା ସମାଲୋଚନା କରିଛି ବିଜେଡି ।

ଅପରାଜିତାଙ୍କୁ କଡ଼ା ସମାଲୋଚନା

ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ଇଏ ସେଇ ପ୍ରଶାନ୍ତ ଜଗଦେବ ଯିଏ କି ବାଣପୁରରେ ବିଜେପି କର୍ମୀଙ୍କ ଉପରେ ଗାଡି ଚଢ଼ାଇ ଦେଇଥିଲେ । ବିଜେପିର ଜଣେ ନେତାଙ୍କୁ ମାଡ଼ ମାରିଥିଲେ । ସେ ସମୟରେ ବିଜେପି ନେତାମାନେ କେତେ କଥା କହିଥିଲେ । ଏପରିକି ନିଜେ ଅପରାଜିତା ଷଡ଼ଙ୍ଗୀ କହିଥିଲେ, ପ୍ରଶାନ୍ତଙ୍କ ସ୍ଥାନ ଜେଲରେ । ଏବେ ତାଙ୍କୁ ପୁଣି କେଉଁ ମୁହଁରେ ଅପରାଜିତା ସମର୍ଥନ କରୁଛନ୍ତି ବୋଲି ସିଧା ପ୍ରଶ୍ନ କରିଛନ୍ତି ସସ୍ମିତ ପାତ୍ର ।ସେ ଆହୁରି ମଧ୍ୟ କହିଛନ୍ତି, ପ୍ରଶାନ୍ତଙ୍କ ପାଇଁ ସାରା ଦେଶରେ ଓଡ଼ିଶା ନିନ୍ଦିତ ହେଉଛି । ତେବେ କାହିଁକି ବିଜେପି ପ୍ରଶାନ୍ତଙ୍କୁ କୋଳେଇ ନେଇ ପ୍ରାର୍ଥୀ କରିଛି ବୋଲି ପଚାରିଛନ୍ତି ସସ୍ମିତ । ସସ୍ମିତ ଏହା ବି ମନେ ପକାଇ ଦେଇଛନ୍ତି ଯେ, ପ୍ରଶାନ୍ତଙ୍କୁ ଏନଏସଏରେ ଗିରଫ କରିବାକୁ ସେତେବେଳେ ଦାବି କରିଥିଲେ ପୃଥ୍ୱୀରାଜ ହରିଚନ୍ଦନ । ମୋହନ ମାଝୀ ବି ପ୍ରଶାନ୍ତଙ୍କୁ ଗିରଫ କରିବାକୁ ଦାବି କରିଥିଲେ । ବିଜେଡି ତ ବହିଷ୍କାର କରିଥିଲା । ତେବେ ବିଜେପି କାହିଁକି ପ୍ରଶାନ୍ତଙ୍କୁ କୋଳେଇ ନେଇ ଟିକଟ ଦେଇଥିଲା ବୋଲି ପ୍ରଶ୍ନ କରିଛନ୍ତି ସସ୍ମିତ । ସେହିପରି ଜମି ଦଖଲ କରିଥିବା, ବାହାମାସ୍ ସ୍କାଣ୍ଡାଲରେ ସଂପୃକ୍ତ ଥିବା ବୈଜୟନ୍ତ ପଣ୍ଡା ଓ ଟାଟାରେ ଚାକିରି କରାଇ ଦେବାକୁ କହି ଗଂଜାମର ଯୁବକଙ୍କୁ ଠକିଥିବା ପ୍ରଦୀପ ପାଣିଗ୍ରାହୀଙ୍କୁ ମଧ୍ୟ ପୋଷ୍ଟର ବୟ କରିଥିବାରୁ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି ସସ୍ମିତ ପାତ୍ର । କ୍ରିମିନାଲମାନଙ୍କୁ ବିଜେପି ସବୁବେଳେ ସମର୍ଥନ କରି ଆସୁଛି । ଏଥିପାଇଁ ବିଜେପିକୁ ଲଜ୍ଜା ଲାଗିବା କଥା ଏବଂ ଏଥିପାଇଁ ବିଜେପି ଓଡ଼ିଶାରେ ବାରମ୍ବାର ହାରୁଛି ବୋଲି କହିଛନ୍ତି ସସ୍ମିତ ପାତ୍ର ।

BJD pressmeetbjp commends prashant
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami