ତୃତୀୟ ପର୍ଯ୍ୟାୟରେ ସଂଖ୍ୟାଗରିଷ୍ଠତା ହାସଲ କରିବ ବିଜେଡି

ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶାରେ ହେବ ୩ୟ ପର୍ଯ୍ୟାୟ ନିର୍ବାଚନ । ଏହି ପର୍ଯ୍ୟାୟରେ ସବୁଠୁ ଚର୍ଚ୍ଚିତ ଆସନରେ ଭୋଟିଂ ହେବ । ୬ଟି ଲୋକସଭା କ୍ଷେତ୍ର ସମ୍ବଲପୁର, କେନ୍ଦୁଝର, ଢ଼େଙ୍କାନାଳ, କଟକ, ପୁରୀ, ଭୁବନେଶ୍ୱରରେ ଭୋଟ୍ ଗ୍ରହଣ ହେବା ସହ ୪୨ ବିଧାନସଭା ଆସନରେ ବି ଭୋଟ ଗ୍ରହଣ ହେବ । ଏଥର ଓଡ଼ିଶାରେ ବଡ଼ ବ୍ୟବଧାନରେ ସରକାର କରିବ ବିଜେଡି । ତୃତୀୟ ପର୍ଯ୍ୟାୟରେ ବିଜେଡି ସଂଖ୍ୟାଗରିଷ୍ଠତା ହାସଲ କରିବ । ଓଡ଼ିଶାରେ ବିଜେପି ୩୦ରୁ କମ୍ ଆସନ ପାଇବେ । ବିଧାନସଭା ଫଳାଫଳ ନେଇ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ପ୍ରତିକ୍ରିୟା ରଖି ଏପରି ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ରାଜ୍ୟରେ ହେବନି ସରକାର ପରିବର୍ତ୍ତନ

ପାଣ୍ଡିଆନ ଆହୁରି କହିଛନ୍ତି ଯେ, ଉଭୟ ହିଞ୍ଜିଳି ଓ କଣ୍ଟାବାଞ୍ଜିରେ ଭଲ ଭୋଟରେ ଜିତିବେ ନବୀନ । ମହାପ୍ରଭୁ ଓ ଲୋକଙ୍କ ଆଶୀର୍ବାଦରୁ ବିଜେଡିକୁ ବଡ଼ ସଫଳତା ମିଳିବ । ଓଡ଼ିଶା ରୂପାନ୍ତରଣ ଆଣିଛି ବଡ଼ ପରିବର୍ତ୍ତନ । ସ୍କୁଲ, କଲେଜଠାରୁ ଆରମ୍ଭ କରି ସବୁ କ୍ଷେତ୍ରରେ ରୂପାନ୍ତରଣ ହୋଇଛି । ସବୁକ୍ଷେତ୍ରରେ ଓଡିଶାର ପରିବର୍ତ୍ତନ ହୋଇଛି । କିନ୍ତୁ ସରକାରରେ କୌଣସି ପରିବର୍ତ୍ତନ ହୋଇ ନାହିଁ । ବିରୋଧୀ ଯେତେ ପରିବର୍ତ୍ତନର ନାରା ଦେଲେ ବି ରାଜ୍ୟରେ ସରକାର ପରିବର୍ତ୍ତନର କୌଣସି ସୁଯୋଗ ନାହିଁ । ବିଜେଡି ବୃହତ ବ୍ୟବଧାନରେ ସରକାର ଗଢ଼ିବ ବିଜେଡ଼ି । ସ୍ୱାସ୍ଥ୍ୟ କ୍ଷେତ୍ରରେ ବଡ ପ୍ରଭାବ ପକେଇଛି ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା । ବିଭିନ୍ନ ବର୍ଗର ଦାବି ବିଜୁସ୍ୱାସ୍ଥ୍ୟ କାର୍ଡ ପାଇଁ ଥିଲା, ତାହା ଲାଗୁ ହେଇଯିବ । ୨୦୧୪/୧୯ ରେ ବି ପରିବର୍ତ୍ତନର କଥା କହୁଥିଲେ ବିରୋଧୀ । ହେଲେ ସେମିତି କିଛି ହେଲାନି । ଆଉ ଏବେ ବି ସମାନ କଥା ଦୋହରାଉଛି ବିଜେପି ।

5T Secretary VK Pandianbjd huge margin in odishabjd leader vk pandian
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami