ଏବେ ବି ବିଜେଡ଼ି ହାତରୁ ଯାଇନି କ୍ଷମତା !

ଭୁବନେଶ୍ୱର: ରାଜ୍ୟରେ ହୋଇଛି କ୍ଷମତା ପରିବର୍ତ୍ତନ୨୪ ବର୍ଷର ବିଜେଡି ସରକାର ହାତରୁ ଖସି ଯାଇଛି ଶାସନ ଭାର । ଏହା ସହ ପ୍ରଥମ ଥର ପାଇଁ ଓଡ଼ିଶାରେ ଏକାକୀ ବୃହତ ଦଳ ଭାବେ ଉଭା ହେବା ସହ ସରକାର ଗଢିଛି ବିଜେପି । ଅନ୍ୟପଟେ ଲୋକସଭା ନିର୍ବାଚନରେ ମଧ୍ୟ ଏନଡିଏ ତୃତୀୟ ଥର ପାଇଁ ଲଗାତାର ସରକାର ହାତେଇବାରେ ସଫଳ ହୋଇଛି । କିନ୍ତୁ ଗତ ୨୦୧୪ ଏବଂ ୨୦୧୯ ଭଳି ଏନଡିଏକୁ ସେତେଟା ସଫଳତା ମିଳିପାରିନାହିଁ । ଏହା ସହ ଦକ୍ଷିଣ ରାଜ୍ୟ ଆନ୍ଧ୍ରପ୍ରଦେଶରେ ମଧ୍ୟ ୱାଇଏସ୍‌ଆର କଂଗ୍ରେସକୁ ହରାଇ ବିଜେପି, ଟିଡିପି ଏବଂ ଜନସେନା ମେଣ୍ଟ ସରକାର କରିଛି । ବିଜେଡ଼ି ଓ ୱାଇଏସ୍‌ଆର କଂଗ୍ରେସର ପ୍ରଦର୍ଶନ ନିରାଶାଜନକ ରହିଛି ।ଏହି ଦୁଇ ଦଳ ହାତରୁ ରାଜ୍ୟରେ କ୍ଷମତା ଚାଲିଯାଇଛି ସତ, କିନ୍ତୁ ଏବେବି ସରକାରଙ୍କ ନିକଟରେ ଦୁଇ ଦଳ ବେଶ୍ ଗୁରୁତ୍ୱ ବହନ କରୁଛନ୍ତି । ବିଜେପିକୁ ବିରୋଧ କରିବା ଏବଂ କୌଣସି ବିଲ୍‌ ପାସ୍‌ କରାଇନଦେବା ଭଳି କ୍ଷମତା ରଖିଛନ୍ତି ଏହି ଦୁଇ ଆଞ୍ଚଳିକ ଦଳ । ରାଜ୍ୟରେ ଏହି ଦୁଇ ଦଳ ବିରୋଧରେ ଶାସକ ଦଳ ଆକ୍ରମଣାତ୍ମକ ହେବା ପୂର୍ବରୁ ଦିଲ୍ଲୀରେ ରାଜ୍ୟସଭାର ସମୀକରଣ ଦେଖିଲେ ବିଜେପି ପାଇଁ ଏହି ଦୁଇ ଦଳ ଜରୁରୀ ।

 

କାହିଁକି ଜରୁରୀ ବିଜେଡି ଏବଂ ୱାଇଏସ୍ଆର୍ କଂଗ୍ରେସ

ରାଜ୍ୟସଭାରେ ବର୍ତ୍ତମାନ ୱାଇଏସ୍‌ଆର କଂଗ୍ରେସର ୧୧ ଜଣ ସାଂସଦ ଥିବାବେଳେ ବିଜୁ ଜନତା ଦଳର ୯ ଜଣ ସାଂସଦ ରହିଛନ୍ତି । ଅନ୍ୟପକ୍ଷରେ, ଦଶ ବର୍ଷ ଶାସନ କରିବା ପରେ ମଧ୍ୟ ଭାରତୀୟ ଜନତା ପାର୍ଟିର ସଂସଦର ଉପର ଗୃହରେ ସଂଖ୍ୟାଗରିଷ୍ଠତା ନାହିଁ । ଯଦି ଏହାର ସହଯୋଗୀ ଏମପିଙ୍କ ସଂଖ୍ୟା ଯୋଡ଼ି ଦିଆଯାଏ ତେବେ ବି ଏହା ବିଲ୍‌ ପାସ୍‌ କରିବାକୁ ସମର୍ଥ ନୁହେଁ ।

ଏବେ ୨୪୫ ସଦସ୍ୟ ବିଶିଷ୍ଟ ରାଜ୍ୟସଭାରେ ଏନଡିଏର ୧୧୭, ଭାରତୀୟ ଜନତା ପାର୍ଟିର ୮୦ ଏବଂ ଅନ୍ୟ ୩୩ ଜଣ ସାଂସଦ ଅଛନ୍ତିନିର୍ବାଚିତ ସଦସ୍ୟଙ୍କ ପାଇଁ ୧୦ଟି ଓ ମନୋନୀତ ସଦସ୍ୟଙ୍କ ପାଇଁ ୫ଟି ପଦବୀ ଖାଲି ପଡ଼ିଛି ।
ନିକଟରେ ନିର୍ବାଚିତ ହୋଇଥିବା ୧୦ ଟି ଆସନ ମଧ୍ୟରୁ ବିଜେପି ୭ଟି, କଂଗ୍ରେସ ୨ଟି ଏବଂ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଗୋଟିଏ ଆସନରେ ବିଜୟୀ ହୋଇଛି । ବର୍ତ୍ତମାନ ବିଜେପି ପାଖରେ ଅତି କମରେ ୬ଟି ଆସନ ଜିତିବାର ସାମର୍ଥ୍ୟ ରହିଛି । ଏଭଳି ସ୍ଥିତିରେ ଏନଡିଏକୁ ଆଇନ ପାରିତ କରିବା ପାଇଁ ଅନ୍ୟର ସମର୍ଥନର ଆବଶ୍ୟକତା ପଡିବ ନାହିଁ କିନ୍ତୁ ୱାଇଏସଆରସିପି ଏବଂ ବିଜେଡିର ସମର୍ଥନ ଏହାକୁ ଆରାମଦାୟକ ସ୍ଥିତିରେ ରଖିବ ।

ଯଦିଓ ବିଜେଡି ଏପର୍ଯ୍ୟନ୍ତ ରାଜ୍ୟସଭା ରଣନୀତି ବିଷୟରେ କିଛି ସ୍ପଷ୍ଟ କରିନାହିଁ , କିନ୍ତୁ ଗତ କିଛି ବର୍ଷ ଧରି ଦଳ ଉପର ଗୃହରେ ବିଜେପିକୁ ସମର୍ଥନ ଦେଇ ଆସିଛି । ଏପରିକି ନିକଟରେ ବିଜେପିର ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡ଼ି ସମର୍ଥନ ଦେଇ ରାଜ୍ୟସଭାକୁ ମଧ୍ୟ ପଠାଇଥିଲା । ସେହିପରି ୱାଇଏସଆରସିପି କହିଛି ଯେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରକୁ “ପ୍ରସଙ୍ଗ ଭିତ୍ତିକ” ସମର୍ଥନ ପ୍ରଦାନ କରିବ।

2024 lok sabha electionbiju janta dalbjdbjd supremo naveen patnaikbjp govermentelection 2024election resultelection result liveelection resultselection results 2024election results 2024 liveelection results indiaelection results livelive election resultlok sabha electionlok sabha election 2024lok sabha election 2024 livelok sabha election resultlok sabha election result 2024lok sabha election result 2024 livelok sabha election resultslok sabha election results livelok sabha elections 2024
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami