ସମ୍ବିତ ପାତ୍ରଙ୍କ ବିରୋଧରେ ସିଇଓଙ୍କ ନିକଟରେ ଅଭିଯୋଗ

ଭୁବନେଶ୍ୱର: ପୁଣି ଆଚରଣବିଧି ଉଲ୍ଲଂଘନ କଲା ବିଜେପି । ବାରମ୍ବାର ନିୟମ ଉଲ୍ଲଂଘନ କରିଚାଲିଛି ବିଜେପି । ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ବିରୋଧରେ ସିଇଓଙ୍କ ନିକଟରେ ଅଭିଯୋଗ କରିଛି ବିଜେଡ଼ି । ଇଂରାଜୀ ଓ ଓଡ଼ିଆ ଅଗ୍ରଣୀ ଖବରକାଗଜର ପ୍ରଥମ ପୃଷ୍ଠାରେ ସମ୍ବିତ ପାତ୍ର ଦେଇଥିବା ବିଜ୍ଞାପନ ପ୍ରସଙ୍ଗରେ ସିଇଓଙ୍କୁ ଭେଟିଛି ବିଜେଡି । ଏହି ବିଜ୍ଞାପନରେ ସମ୍ବିତଙ୍କ ଫଟୋ ସହ ଜଗନ୍ନାଥ ମନ୍ଦିର ଫଟୋ ଓ ବିଜେପିର ଚିହ୍ନ ରହିଛି । ଯାହାକି ନିର୍ବାଚନ ଆଚରଣ ବିଧିକୁ ଖୋଲାଖୋଲି ଉଲଂଘନ । ଅଗ୍ରଣୀ ଖବରକାଗଜରେ ବିଜ୍ଞାପନ ବାବଦରେ ଖର୍ଚ୍ଚ ହୋଇଛି ଅଢେଇକୋଟି ଟଙ୍କା । ଏହି ଖର୍ଚ୍ଚକୁ ସମ୍ବିତ ପାତ୍ରଙ୍କ ନିର୍ବାଚନୀ ଖର୍ଚ୍ଚରେ ସାମିଲ କରିବାକୁ ଦାବି କରିଛି ବିଜେଡି । କେବଳ ସେତିକି ନୁହେଁ ପୁରୀରେ ପ୍ରଧାନମନ୍ତ୍ରୀଙ୍କ ରାଲି ବେଳେ ତାରକା ପ୍ରଚାରକ ତାଲିକାରେ ନଥିବା ନେତାମାନେ ରାଲିରେ ସାମିଲ ହୋଇଥିଲେ । ତାହା ବି ନିର୍ବାଚନୀ ଖର୍ଚ୍ଚରେ ସାମିଲ କରିବା ଲାଗି ଦାବି କରାଯାଇଛି ।

bjd meet ceobjd meet ceo against sambit patra
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami