ଅପରାଜିତାଙ୍କର ନିର୍ବାଚନ ପରେ ଦେଖା ମିଳେନି

ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ତଥା ବିଜେପି ଲୋକସଭା ପ୍ରାର୍ôଥନୀ ଅପରାଜିତା ଷଡଙ୍ଗୀ ଜଣେ ଟୁରିଷ୍ଟ ନେତ୍ରୀ । ନିର୍ବାଚନ ସରିଗଲେ ଆଉ ମିଳେନି ତାଙ୍କର ଦେଖା । ୨୦୧୯ରେ ନିର୍ବାଚିତ ହେବା ପରେ ତାଙ୍କୁ କେବେ ବି ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳି ନ ଥିଲା । ଜଟଣୀ ଖୁଦୁପୁରରେ ଆୟୋଜିତ ସଭାରେ ଅପରାଜିତାଙ୍କୁ ଟାର୍ଗେଟ କରି ଏପରି କହିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ।

ଜଟଣୀବାସୀଙ୍କ ସବୁ ସମସ୍ୟାର ସମାଧାନ କରିବେ ମୁଖ୍ୟମନ୍ତ୍ରୀ

ପାଣ୍ଡିଆନ କହିଛନ୍ତି, ଏମିତିରେ ଲୋକଙ୍କ ସମସ୍ୟାର ସମାଧାନ ହେବନି । ଜଟଣୀବାସୀଙ୍କ ସବୁ ସମସ୍ୟାର ସମାଧାନ କେବଳ ନବୀନ ପଟ୍ଟନାୟକ ହିଁ କରିବେ । ବିଜେଡି ପ୍ରାର୍ଥୀଙ୍କୁ ଯୋଡି ଶଙ୍ଖରେ ଭୋଟ ଦେଇ ଅନ୍ୟୁନ ୫୦ ହଜାର ଭୋଟ ମାର୍ଜିନରେ ଜିତାଇବାକୁ ସେ ଅପିଲ କରିଛନ୍ତି । ଜଟଣୀର ଜମି ସମସ୍ୟାକୁ ନେଇ ଜଟଣୀବାସୀ ଦୀର୍ଘଦିନ ହେଲା ଦାବି କରିଆସୁଛନ୍ତି । ଏହି ସମସ୍ୟା କେବଳ ନବୀନ ପଟ୍ଟନାୟକ ହିଁ ସମାଧାନ କରିବେ । ପୂର୍ବରୁ ଜଟଣୀର ବହୁ ସମସ୍ୟାର ସମାଧାନ ହୋଇଛି । ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରନ୍ତୁ । ବିଜେଡି ସାଂସଦ ଏବଂ ବିଧାୟକ ପ୍ରାର୍ଥୀଙ୍କୁ ଯୋଡ଼ି ଶଙ୍ଖରେ ଭୋଟ ଦେଇ ବିଜୟୀ କରାନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି ।

5T Secretary VK Pandianvk pandian target aparajitavk Pandian's campaign
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami