ଭାରତ-ପାକିସ୍ତାନ ମଧ୍ୟରେ ‘ଟିକିଲି’ ଯୁଦ୍ଧ, ସୋସିଆଲ ମିଡିଆରେ ଜମେଇକି ଟ୍ରୋଲ୍ ହେଉଛି ପାକିସ୍ତାନ

କେତେବେଳେ ସୀମାପାର ଆତଙ୍କବାଦକୁ ନେଇ ତ’ କେତେବେଳେ କ୍ରିକେଟ୍ ମ୍ୟାଚକୁ ନେଇ ଭାରତୀୟ ଓ ପାକିସ୍ତାନୀ ସୋସିଆଲ ମିଡିଆରେ ମୁହାଁମୁହିଁ ହୁଅନ୍ତି । ପରସ୍ପରକୁ ଜୋରଦାର ଟ୍ରୋଲ କରନ୍ତି । ଏବେ ମଧ୍ୟ ଟ୍ୱିଟରରେ ସେହିଭଳି ଗୋଟିଏ ଯୁଦ୍ଧ ଚାଲିଛି । ଗୋଟିଏ ପଟେ ଅଛନ୍ତି ଭାରତୀୟ ୟୁଜର୍ସ ଓ ଅନ୍ୟପଟେ ଅଛନ୍ତି ପାକିସ୍ତାନୀ । ତେବେ ଏଥରକ ଯୁଦ୍ଧ କ୍ରିକେଟକୁ ନେଇକି ନୁହେଁ କି ଆତଙ୍କବାଦକୁ ନେଇ । ଏଥର ଦୁଇ ଦେଶ ମଧ୍ୟରେ ବିନ୍ଦି ବା ଟିକିଲିକୁ ନେଇ ଚାଲିଛି ସୋସିଆଲ ୱାର ।

ପାକିସ୍ତାନ ରାଜଧାନୀ ଇସଲାମାବାଦରେ ଟିକିଲି ମିଳୁନି ବୋଲି ଭାରତୀୟ ମାନବାଧିକାର କର୍ମୀ ସୋନମ ମହାଜନ ଟ୍ୱିଟ୍ କରିଥିଲେ । ଏହାକୁ କିଛି ପାକିସ୍ତାନୀ ନାପସନ୍ଦ କରିଥିଲେ । ଇସଲାମାବାଦରେ ଟିକିଲି ମିଳୁନି କହି ସୋନମ ଜାଣିଶୁଣି ପାକିସ୍ତାନକୁ ବଦନାମ କରୁଛନ୍ତି ବୋଲି ସେମାନେ ଅଭିଯୋଗ କରି ସୋନମଙ୍କୁ ଠିକରେ ଟିକିଲି ଖୋଜିଲେ ମିଳିବ ବୋଲି କହୁଛନ୍ତି । ସୋନମଙ୍କ କଥାକୁ ଅପମାନ ଭାବେ ପାକିସ୍ତାନୀ ଗ୍ରହଣ କରିବାର କାରଣ ହେଉଛି ଯେ, ଟିକିଲି ହିନ୍ଦୁ ମହିଳାଙ୍କ ପରିଧାନ । ପାକିସ୍ତାନରେ ଟିକିଲି ମିଳୁନି କହି ସୋନମ ଏକ ପ୍ରକାର ପାକିସ୍ତାନକୁ ଏହା କହିବାକୁ ଚାହୁଁଛନ୍ତି ଯେ, ଏହା ହିନ୍ଦୁ ମହିଳାଙ୍କ ପରିଧାନ ହୋଇଥିବାରୁ ମୁସଲିମ ରାଷ୍ଟ୍ର ପାକିସ୍ତାନରେ ମିଳୁନାହିଁ ।

ପାକିସ୍ତାନୀ ଦେଲେ ଉତ୍ତର

ଇସଲାମାବାଦରେ ଟିକିଲି ନମିଳିବାକୁ ପାକିସ୍ତାନୀ ନିଜ ଦେଶର ଧର୍ମାନ୍ଧ ଚରିତ୍ର ସହିତ ଯୋଡି ଦେଖୁଛନ୍ତି । ସେମାନେ ଭାବୁଛନ୍ତି ଯେ, ଏମିତି କହି ସୋନମ ପାକିସ୍ତାନକୁ ନିଚା ଦେଖାଇବାକୁ ଚାହିଁଛନ୍ତି । ତେଣୁ ପାକିସ୍ତାନୀ ଉତ୍ତର ଦେଇ କହୁଛନ୍ତି ଯେ, ଇସଲାମାବାଦରେ କମ ହିନ୍ଦୁ ରହୁଛନ୍ତି । ତେଣୁ ସେଠାରେ ଟିକିଲି ମିଳୁନାହିଁ । କିନ୍ତୁ ସିନ୍ଧ ପ୍ରଦେଶର କରାଚିରେ ଟିକିଲି ମିଳିବ କାରଣ ସେଠାରେ ହିନ୍ଦୁ ଅଧିକ ସଂଖ୍ୟାରେ ରହୁଛନ୍ତି ।

ଟିକିଲିର ଇତିହାସ

ଟିକିଲିର ଇତିହାସକୁ ନେଇ ସେମିତି କିଛି ତଥ୍ୟ ନାହିଁ । ତେବେ କୁହାଯାଏ ଯେ, ତିଳକରୁ ହିଁ ଟିକିଲି ଆସିଛି । ହିନ୍ଦୁ ମହିଳା ମଥାରେ ସିନ୍ଦୁର, ତିଳକ ଲଗାଉଥିଲେ । ଅତିତରେ ପୁରୁଷ ମଧ୍ୟ ତିଳକ ଲଗାଉଥିଲେ । ତେବେ ପୁରୁଷଙ୍କ ତିଳକ ଲମ୍ବା ଥିବା ବେଳେ ମହିଳାଙ୍କ ତିଳକ ଗୋଲ ଓ ଛୋଟ ଥିଲା । ଏହି ତିଳକରୁ ହିଁ ଟିକିଲି ଆସିଛି ବୋଲି ବିଶ୍ୱାସ କରାଯାଏ । ତେବେ ଏହା କେବଳ ହିନ୍ଦୁ ଧର୍ମର ମହିଳା ଲଗାଇଥାନ୍ତି । ଇସଲାମକୁ ମାନୁଥିବା ମହିଳା ଟିକିଲି ଲଗାଇ ନଥାନ୍ତି ।

ବଲିଉଡ ଟିକିଲିର ଆକାର ବଦଳାଇ ଦେଇଥିଲା

ବଲିଉଡ ଟିକିଲିକୁ ଗ୍ଲାମରସ୍ କରିଥିଲା । ଟିକିଲିର ଆକାର ପ୍ରକାର ବଦଳିଥିଲା । ୧୯୭୦ ଦଶକ ପରେ ଟିକିଲି ଅନେକ ପ୍ରକାରର ଆସିଥିଲା । କେତେବେଳେ ଗୋଲ ତ’ କେତେବେଳେ ତୀର ଭଳି ଟିକିଲି । ତେବେ ଶିଳ୍ପା ବ୍ରାଣ୍ଡ୍ ଟିକିଲି ଭାରତରେ ଗୋଟିଏ ସମୟରେ ମହିଳାଙ୍କ ମଧ୍ୟରେ ଚହଳ ସୃଷ୍ଟି କରିଥିଲା । ୧୯୮୬ ମସିହାରେ ଏହି ବ୍ରାଣ୍ଡ ତା’ର ପ୍ରଥମ ଟିକିଲି ବଜାରକୁ ଛାଡିଥିଲା । ଏହି ଟିକିଲି ଅଠା ସହିତ ଆସୁଥିଲା । ଆଉ ଏହାକୁ ଲଗାଇଲେ ମଧ୍ୟ ମଥାରେ ଦାଗ ପଡୁନଥିଲା । ଆଗରୁ ଆସୁଥିବା ଟିକିଲିରେ ଅଠା ଲଗାଇବାକୁ ପଡୁଥିଲା

ଗାୟତ୍ରୀ ଦେବି ଦେଇଥିଲେ ଟିକିଲିକୁ ଅନ୍ତର୍ଜାତୀୟ ଷ୍ଟାଇଲ ମାନ୍ୟତା

ଜୟପୁରର ମହାରାଣୀ ଗାୟତ୍ରୀ ଦେବୀ ଟିକିଲିକୁ ଅନ୍ତର୍ଜାତୀୟ ସ୍ତରରେ ପରିଚିୟ ଦେଇଥିଲେ । 1930 ଦଶକରେ ମହାରାଣୀ ଗାୟତ୍ରୀ ଦେବୀ ନିଜ ଫେସନ ଓ ସୌନ୍ଦର୍ଯ୍ୟ ପାଇଁ ବିଦେଶରେ ବେସ ପରିଚିତ ଥିଲେ । ଏହି ସମୟରେ ସେ ଯେତେବେଳେ ବି କୌଣସି ବିଦେଶୀ ଅତିଥିଙ୍କୁ ସାକ୍ଷାତ କରୁଥିଲେ ସେତେବେଳେ ସେ ମଥାରେ ବିଭିନ୍ନ ଷ୍ଟାଇଲର ଟିକିଲି ଲଗାଉଥିଲେ । ଏହିଭଳି ଭାବେ ସେ ଟିକିଲିକୁ ବିଦେଶରେ ପରିଚିତ କରାଇଥିଲେ ।

bindi hindu culturebindi in Islam religionbindi war on social mediabindi war on twitterbindis in IslamabadIndia vs pakistanMaharani Gayatri Devishilpa bindishilpa brand bindisocial activist sonam mahajansonam mahajansonam mahajan twittertikili war on twittertilak in Indiaଇସଲାମାବାଦରେ ଟିକିଲି ମିଳୁନିଜୟପୁରର ମହାରାଣୀ ଗାୟତ୍ରୀ ଦେବୀଟିକିଲି ଯୁଦ୍ଧଟିକିଲି ହିନ୍ଦୁ ମହିଳାଙ୍କ ପରିଧାନଟ୍ୱିଟରରେ ଟିକିଲି ଯୁଦ୍ଧତିଳକରୁ ହିଁ ଟିକିଲିପାକିସ୍ତାନବିନ୍ଦି ବା ଟିକିଲିଭାରତଭାରତୀୟ ଓ ପାକିସ୍ତାନୀଶିଳ୍ପା ବ୍ରାଣ୍ଡ୍ ଟିକିଲିସୋସିଆଲ ମିଡିଆ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami