କୁମ୍ଭୀର ପ୍ରଜନନ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ

ଭୁବନେଶ୍ୱର: ଆଜିଠାରୁ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀର ପ୍ରଜନନ ପାଇଁ ମେ’ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୩ ମାସ ଧରି ବନ୍ଦ ରହିବ ଏହି ଜାତୀୟ ଉଦ୍ୟାନ । ଏହି ସମୟରେ ବଉଳା କୁମ୍ଭୀର ମାନେ ହିଂସ୍ର ହୋଇପଡ଼ନ୍ତି । ତେଣୁ ଏଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଆକ୍ରମଣ କରିବାର ଯଥେଷ୍ଟ ସମ୍ଭାବନା ରହିଥାଏ । ତେବେ ବନବିଭାଗ ଭିତରକନିକାକୁ ଯିବା ପାଇଁ ପର୍ଯ୍ୟଟକ ମାନଙ୍କୁ ବାରଣ କରିଥାଏ ।

ନଦୀକୂଳିଆ ଗ୍ରାମବାସୀଙ୍କୁ ବାରଣ କଲା ବନବିଭାଗ

ସାଧାରଣତଃ କୁମ୍ଭୀର ମାନଙ୍କ ମିଳନ ପ୍ରକିୟା ପରେ ମା’ କୁମ୍ଭୀର ନଦୀ ଜୁଆର ମାଡୁ ନଥିବା ଉଚ୍ଚ ସ୍ଥାନ ଦେଖି ହେନ୍ତାଳ ଓ ଖରଖରି ପତ୍ରରେ ବସା ବାନ୍ଧି ଅଣ୍ଡାଦାନ କରିଥାଏ । ଅଣ୍ଡାରୁ ଛୁଆ ଫୁଟିବା ପରେ ମା’ କୁମ୍ଭୀର ଛୁଆକୁ ନେଇ ନଦୀରେ ଛାଡିଥାଏ । ଏହି ସମୟରେ କୁମ୍ଭୀର ଆକ୍ରମଣର ସମ୍ଭାବନା ଅଧିକ ଥାଏ । ତେଣୁ ନଦୀକୂଳିଆ ଗ୍ରାମବାସୀମାନ ଓ ପର୍ଯ୍ୟଟକଙ୍କୁ ନଦୀକୁ ଯିବାକୁ ବାରଣ କରିଛି ରାଜନଗର ବନବିଭାଗ । ଏହାକୁ ଦୃଷ୍ଟିରେ ରଖି ୩ ମାସ ଧରି ଭିତରକନିକା ବନ୍ଦ ରଖାଯାଇଛି ।

bhitarkanika closed for visitorsbhitarkanika national parkcrocodile census
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami