ଏହି ଫଣ୍ଡ୍ ରିଲିଜ୍ ଅର୍ଡରଠାରୁ ରୁହନ୍ତୁ ସାବଧାନ, ନହେଲେ ଆକାଉଣ୍ଟ ହୋଇଯିବ ଖାଲି

ସୋସିଆଲ ମିଡିଆରେ ଏକ ଜାଲି ପତ୍ର ଏବେ ଭାଇରାଲ ହେଉଛି । ଏହି ପତ୍ରକୁ ଫଣ୍ଡ୍ ରିଲିଜ୍ ଅର୍ଡର ବୋଲି କୁହାଯାଉଛି । କୁହାଯାଉଛି ଯେ, ଏହାକୁ ରିଜର୍ଭ ବ୍ୟାଙ୍କ୍ ଜାରି କରିଛି । ଏଥିରେ କୁହାଯାଇଛି ଯେ, ରିଜର୍ଭ ବ୍ୟାଙ୍କ ଏହି ଫଣ୍ଡ୍ ରିଲିଜ୍ ଅର୍ଡର ବଦଳରେ ଲାଭାର୍ଥୀଙ୍କଠାରୁ ୩୪ ହଜାର ୫ଶହ ଟଙ୍କା ଚାହୁଁଛନ୍ତି । ଏହା ଗୋଟିଏ ପ୍ରକାର ଲଟେରି ଫଣ୍ଡ୍ ଯେଉଁଥିପାଇଁ ହିତାଧିକାରୀଙ୍କଠାରୁ ଟଙ୍କା ମଗା ଯାଉଛି ।

ତେବେ ସରକାର ଏହି ପତ୍ରକୁ ଜାଲି ବୋଲି କହିଛନ୍ତି । ଏହା ସହିତ ସରକାର ନାଗରିକଙ୍କୁ ଏଭଳି ପତ୍ରଠାରୁ ଦୁରେଇ ରହିବାକୁ କହିଛନ୍ତି । ପ୍ରେସ୍ ଇନଫର୍ମେସନ୍ ବ୍ୟୁରୋ ବା ପିଆଇବି ଏନେଇ ଏକ ଫ୍ୟାକ୍ଟ ଚେକ୍ ରିପୋର୍ଟ ମଧ୍ୟ ଜାରି କରିଛି । ପିଆଇବି ଟ୍ୱିଟ୍ କରି କହିଛି ଯେ, ରିଜର୍ଭ ବ୍ୟାଙ୍କ କେବେ ମଧ୍ୟ ଏଭଳି ସୂଚନା ଜାରି କରିନାହିଁ କି ଲୋକଙ୍କୁ ଏଭଳି କୌଣସି ସ୍କିମରେ ଟଙ୍କା ଖର୍ଚ୍ଚ କରିବାକୁ କହୁନାହିଁ । ଏଭଳି କୌଣସି ଲଟେରି ଫଣ୍ଡ୍ ଦେବା ପାଇଁ ଆରବିଆଇ ପତ୍ର ଜାରି କରିନାହିଁ ବୋଲି ପିଆଇବି କହିଛି ।

ଫର୍ମରେ ମଗାଯାଇଥିବା ସୂଚନା

ଏହି ଜାଲି ଫଣ୍ଡ୍ ରିଲିଜ୍ ଅର୍ଡରରେ କୁହାଯାଇଛି ଯେ, ଫର୍ମରେ ଯେଉଁ ସବୁ ସୂଚନା ମଗାଯାଇଛି ତାହା ପ୍ରଦାନ କରିବା ଅନିବାର୍ଯ୍ୟ । ଦୁଇ ଘଣ୍ଟା ମଧ୍ୟରେ ଫଣ୍ଡ୍ ରିଲିଜ୍ ଅର୍ଡର ଜାରି କରିବା ପାଇଁ ଏହି ସବୁ ସୂଚନା ଦେବା ଜରୁରୀ ବୋଲି ଏଥିରେ କୁହାଯାଇଛି । ଏଥିରେ ନାମ, ଠିକଣା, ସହର ନାମ ଆଦି ଦେବାକୁ କୁହାଯାଇଛି । ଏହା ସହିତ ହିତାଧିକାରୀଙ୍କୁ ମଧ୍ୟ ନିଜ ବ୍ୟାଙ୍କ ସମ୍ପର୍କିତ ସୂଚନା ଦେବାକୁ କୁହାଯାଇଛି । ଶେଷରେ ହିତାଧିକାରୀଙ୍କୁ ଫଣ୍ଡ୍ ରିଲିଜ୍ ଅର୍ଡର ଶୁଳ୍କ ଭାବେ ୩୪ ହଜାର ୫ଶହ ଟଙ୍କା ଦେବାକୁ କୁହାଯାଇଛି । ଏହି ଟଙ୍କା ଫେରସ୍ତଯୋଗ୍ୟ ନୁହେଁ ବୋଲି ସ୍ପଷ୍ଟ ଭାବେ କୁହାଯାଇଛି ।

ଫ୍ରି ଲାପଟପ୍ ଅଫର

ଏହିଭଳି ଆଉ ଗୋଟିଏ ମସେଜ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ଫ୍ରି ଲାପଟପ୍ ଦିଆଯିବା କଥା କୁହାଯାଉଛି । ଯେଉଁଥିରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ମାଗଣା ଲାପଟପ୍ ବାଣ୍ଟିବା କଥା କୁହାଯାଇଛି । କେଉଁମାନେ ଏହି ଯୋଜନା ପାଇଁ ଯୋଗ୍ୟ ତାହା ଜାଣିବା ପାଇଁ ଏକ ଲିଙ୍କ୍ ପ୍ରଦାନ କରାଯାଇଛି ପିଆଇବି ଏହି ଲିଙ୍କକୁ ମଧ୍ୟ ଜାଲି ବୋଲି କହିଛି । ଶିକ୍ଷା ମନ୍ତ୍ରଣାଳୟର ମାଗଣା ଲାପଟପ୍ ପ୍ରଦାନ ପାଇଁ କୌଣସି ଯୋଜନା ନାହିଁ ବୋଲି ପିଆଇବି କହିଛି । ଏଭଳି ମେସେଜକୁ କେହି ଫରୱାର୍ଡ ନକରିବାକୁ ପିଆଇବି କହିଛି । ଏଭଳି ୱେବସାଇଟରେ କେହି ମଧ୍ୟ ନିଜ ସୂଚନା ଦିଅନ୍ତୁ ନାହିଁ ବୋଲି ପିଆଇବି ଅପିଲ କରିଛି ।

ଆଧାର ନମ୍ବର ଉପରେ ଲୋନ୍

ସୋସିଆଲ ମିଡିଆରେ ଆଉ ଏକ ଜାଲି ମେସେଜ୍ ମେସେଜ୍ ଭାଇରାଲ ହେଉଛି । ଏଥିରେ ଆଧାର ନମ୍ବର ଉପରେ ଲୋନ୍ ମିଳୁଥିବା ଦାବି କରାଯାଉଛି । ଏହି ଯୋଜନାକୁ ପ୍ରଧାନମନ୍ତ୍ରୀ ଯୋଜନା ବୋଲି ପ୍ରଚାର କରାଯାଉଛି । ଏହି ଯୋଜନା ଅନ୍ତର୍ଗତରେ ଆଧାର ନମ୍ବର ଉପରେ ଏକ ପ୍ରତିଶତ ସୁଧରେ ଲୋନ କଥା କୁହାଯାଇଛି । ଏଥିରେ ଲୋନ୍ ଉପରେ ୫୦ ପ୍ରତିଶଥ ସବସିଡି ଦିଆଯାଉଥିବା ବି ଦାବି କରାଯାଇଛି । 8126974825 ନମ୍ବରର ଫୋନ୍ କରି ନିଜ ନାମ ପଂଜିକରଣ କରିବାକୁ ହ୍ୱାଟସଆପ୍ ମେସେଜରେ କୁହାଯାଇଛି । ତେବେ ପିଆଇବି ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ସରକାର ଏଭଳି କୌଣସି ସ୍କିମ ଆରମ୍ଭ କରିନାହାନ୍ତି । ତେଣୁ ଏଭଳି ନମ୍ବରଠାରୁ ସତର୍କ ରହିବାକୁ ପିଆବି କହିଛି ।

8126974825 ନମ୍ବରର ଫୋନ୍aadhar loan schemeaadhar number loancentral education ministryfact check reportfree laptop distributionfree laptop offergovt of indialottery fundPIBpress information bureauprime minister schemerbi fund release orderreserve banksocial media viralଆଧାର ନମ୍ବର ଉପରେ ଲୋନ୍କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟପିଆଇବିପ୍ରଧାନମନ୍ତ୍ରୀ ଯୋଜନାପ୍ରେସ୍ ଇନଫର୍ମେସନ୍ ବ୍ୟୁରୋଫଣ୍ଡ୍ ରିଲିଜ୍ ଅର୍ଡରଫ୍ୟାକ୍ଟ ଚେକ୍ ରିପୋର୍ଟଫ୍ରି ଲାପଟପ୍ ଅଫରମାଗଣା ଲାପଟପ୍ ବାଣ୍ଟିବାରିଜର୍ଭ ବ୍ୟାଙ୍କ୍ଲଟେରି ଫଣ୍ଡ୍ସୋସିଆଲ ମିଡିଆରେ ଭାଇରାଲ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami