ପୁଟିନଙ୍କୁ ନେଇ ୟେ କ’ଣ କହିଦେଲେ ବାଇଡେନ୍, ଡ୍ୟାମେଜ୍ କଣ୍ଟ୍ରୋଲ ମୋଡ୍ ରେ ଆମେରିକା

‘ଏହି ବ୍ୟକ୍ତି କ୍ଷମତାରେ ରହିପାରିବେ ନାହିଁ’ଭ୍ଲାଦିମିର ପୁଟିନଙ୍କୁ ନେଇ ଜୋ’ ବାଇଡେନଙ୍କ ମୁହଁରୁ ବାହାରିଥିବା ଏହି ବକ୍ତବ୍ୟ ଏବେ ଆମେରିକୀୟ କୂଟନିତିଜ୍ଞଙ୍କ ପାଇଁ ମୁଣ୍ଡବିନ୍ଧା ପାଲଟିଛି । ଆମେରିକୀୟ ବିଶେଷଜ୍ଞଙ୍କ କହିବା ହେଉଛି ଯେ, ଏହା ଦ୍ୱାରା ଉଭୟ ଦେଶ ମଧ୍ୟରେ ଉତ୍ତେଜନା ଅଧିକ ବଢିବ । ଜୋ ବାଇଡେନ୍ ଶନିବାର ଦିନ ପୋଲାଣ୍ଡର ୱାରସାରେ ପୁଟିନଙ୍କୁ ଇଙ୍ଗିତ କରି କହିଥିଲେ ଯେ, ଏହି ବ୍ୟକ୍ତି କ୍ଷମତାରେ ରହି ପାରିବ ନାହିଁ । ଏହି ବୟାନ ତତ୍କାଳିକ ଥିଲା । ବାଇଡେନଙ୍କ ବୟାନ ପରେ ଆମେରିକୀୟ ପ୍ରଶାସନ ଡ୍ୟାମେଜ୍ କଣ୍ଟ୍ରୋଲରେ ବାହାରିଥିଲା । ବାଇଡେନ୍ ପ୍ରଶାସନର ଜଣେ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ, ବାଇଡେନ ଯାହା କହିଛନ୍ତି ତା’ର ଅର୍ଥ ହେଉଛି ନିଜ ପଡ଼ୋଷୀଙ୍କ ଉପରେ ବଳ ପ୍ରୟୋଗ କରିବାକୁ ପୁଟିନଙ୍କୁ ସୁଯୋଗ ଦିଆଯାଇ ପାରିବ ନାହିଁ । ଆମେରିକୀୟ ମିଡିଆ ଅନୁସାରେ ବାଇଡେନଙ୍କ ଏହି ବୟାନ ଋଷ ଓ ଆମେରିକା ମଧ୍ୟରେ ସମ୍ପର୍କକୁ ଅଧିକ ଖରାପ କରିବ ।

କାଉନସିଲ ଅନ ଫରେନ ରିଲେସେନ୍ସର ଅଧ୍ୟକ୍ଷ ରିଚାର୍ଡ୍ ହାସ କହିଛନ୍ତି ଯେ, ଆନ୍ଥୋନି ବ୍ଲିଙ୍କନ ତୁରନ୍ତ ଫୋନ କରି ନିଜ ଋଷୀୟ ସମକକ୍ଷଙ୍କୁ ଏହା କହିବାର ଆବଶ୍ୟକତା ରହିଛି ଯେ, ବାଇଡେନଙ୍କ ବୟାନ ଆମେରିକାର ବୈଦେଶିକ ନୀତି ନୁହେଁ । ବାଇଡେନ୍ ଆଗରୁ ପୁଟିନଙ୍କୁ ‘କଂସେଇ’ ବୋଲି କହିଥିଲେ । ତେବେ ହ୍ୱାଇଟ୍ ହାଉସ ସେହି ବକ୍ତବ୍ୟଠାରୁ ନିଜକୁ ଦୁରେଇ ରଖିଥିଲା ।

ବାଇଡେନଙ୍କ ଦ୍ୱାରା ହେଲା ମସ୍ତବଡ଼ ଭୁଲ

ହାସ କହିଛନ୍ତି ଯେ, ଏହା ଅଫ୍ ଦ ସ୍କ୍ରିପ୍ଟ କମେଣ୍ଟ୍ ଥିଲା । ତେବେ ଏହା ସ୍ଥିତିକୁ ଅଧିକ ଖରାପ କରିବ କାରଣ ଏହାକୁ ବାଇଡେନଙ୍କ ନିଜସ୍ୱ ବିଚାର ବୋଲି ଋଷ ବିବେଚନା କରିପାରେ । କିଛି ଏହା ମଧ୍ୟ ଭାବୁଛନ୍ତି ଯେ, ବାଇଡେନଙ୍କ ଏହି ବକ୍ତବ୍ୟ ପୁଟିନଙ୍କୁ ଅଧିକ ଉସକାଇ ପାରେ । କ୍ଷୁବ୍ଧ ପୁଟିନ ୟୁକ୍ରେନ୍ ଉପରେ ଆକ୍ରମଣକୁ ଜୋରଦାର କରିପାରନ୍ତି । ହାସ୍ କହିଛନ୍ତି ଯେ, ପୁଟିନ ଯଦି ଭାବୁଥିବେ ତାଙ୍କ ପାଖରେ ହରାଇବାକୁ ବହୁତ କିଛି ଅଛି ତେବେ ଏବେ ଭାବିବେ ଯେ,ତାଙ୍କ ପାଖରେ ହରାଇବା ପାଇଁ କିଛି ମଧ୍ୟ ନାହିଁ । ବାଇଡେନଙ୍କ ଏହି ଟିପ୍ପଣୀ ଦୁଇ ଦେଶ ମଧ୍ୟରେ ସମ୍ପର୍କ କେତେ ଖରାପ କରିପାରେ ତାହା ଏଇଥିରୁ ଜଣା ପଡୁଛି ଯେ, ବାଇଡେନ୍ ଏୟାରଫୋର୍ସ ୱାନରେ ବସିବା ପୂର୍ବରୁ ହିଁ ଆମେରିକୀୟ ଅଧିକାରୀ ଏହା କହିବା ଆରମ୍ଭ କରିଥିଲେ ଯେ, ମସ୍କୋରେ ସରକାର ବଦଳାଇବାର କୌଣସି ଅଭିପ୍ରାୟ ଆମେରିକାର ନାହିଁ ।

ଋଷର ଆମେରିକାକୁ ଯବାବ

ଆମେରିକା ରାଷ୍ଟ୍ରପତିଙ୍କ ବୟାନ ପରେ ପରେ ତୁରନ୍ତ ମସ୍କୋ ପକ୍ଷରୁ ଉତ୍ତର ଦିଆଯାଇଥିଲାକ୍ରେମେଲିନ୍ ମୁଖପାତ୍ର ଦିମିତ୍ରି ପେସକୋଭ୍ ବାଇଡେନଙ୍କ ବକ୍ତବ୍ୟକୁ ଖାରଜ କରିଦେଇଛନ୍ତି । ପେସକୋଭ୍ କହିଛନ୍ତି ଯେ, ଋଷରେ କିଏ କ୍ଷମତାର ରହିବ ତାହା ଆମେରିକା ରାଷ୍ଟ୍ରପତି କିମ୍ବା ଆମେରିକୀୟ ନାଗରିକଙ୍କ ହାତରେ ନାହିଁ । ଗତ ଦୁଇ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ବାଇଡେନ ଏଭଳି ବକ୍ତବ୍ୟ ଦେଇଛନ୍ତି ଯାହା ଆମେରିକାକୁ ଅସୁବିଧାରେ ପକାଇଛି । ପ୍ରଥମେ ବାଇଡେନ୍ କହିଥିଲେ ଯେ, ଆମେରିକା ୟୁକ୍ରେନରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବା କରି ସାରିଲାଣି । ତେବେ ପରେ ପରେ ଆମେରିକୀୟ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ଯେ, ଆମେିରକା ନିଜ ପୂର୍ବ ଘୋଷଣା ଉପରେ କାଏମ ରହିବଏହା ୟୁକ୍ରେନ ଯୁଦ୍ଧରେ ସାମିଲ ହେବ ନାହିଁ

ୱାରାସାରେ ବାଇଡେନ୍ ନାଟୋ ସହଯୋଗୀଙ୍କୁ ‘ସ୍ୱାଧିନତାର ନୂଆ ଲଢେଇ ପାଇଁ ପ୍ରସ୍ତୁତ ରହିବାକୁ କହିଥିଲେ । ପୁଟିନଙ୍କୁ ଚେତାବନୀ ଦେଇ ସେ କହିଥିଲେ ଯେ, ନାଟୋ ସୀମା ଭିତରେ ଗୋଟିଏ ଇଂଚ ମଧ୍ୟ ଦଖଲ କରିବା ବାବଦରେ ଋଷ ଚିନ୍ତା ନକରୁ । ପୋଲାଣ୍ଡ ରାଷ୍ଟ୍ରପତି ଆନ୍ଦ୍ରଜେଜ ଡୁଡାଙ୍କ ସହିତ ବୈଠକ କାଳରେ ବାଇଡେନ୍ କହିଥିଲେ ଯେ,ଭ୍ଲାଦିମିର ପୁଟିନ୍ ନାଟୋକୁ ବିଭାଜିତ କରିବାକୁ ଉଦ୍ୟମ କରୁଥିଲେ ବୋଲି ମୋର ପୁରା ବିଶ୍ୱାସ । କିନ୍ତୁ ଆମେ ଏକାଠି ଥିବାରୁ ସେ ଏପରି କରିପାରିନଥିଲେ

biden vs putin status
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami