ରାଜ୍ୟ ବିଜେପି ବିରୋଧରେ ଆଚରଣବିଧି ଉଲ୍ଲଂଘନ ଅଭିଯୋଗ

ଭୁବନେଶ୍ୱର: ପୁଣି ଆଚରଣବିଧି ଉଲ୍ଲଂଘନ କଲା ରାଜ୍ୟ ବିଜେପି । ବିଜେପି ବିରୋଧରେ ଆଚରଣବିଧି ଉଲ୍ଲଂଘନ ଅଭିଯୋଗ ଆଣିଛି ବିଜେଡ଼ି । ଆଜି ବିଜେଡ଼ିର ଏକ ଟିମ୍ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଛତ୍ରପୁର ବିଜେପି ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ନାୟକଙ୍କ ବିରୋଧରେ ନିର୍ବାଚନ ଆଚରଣବିଧି ଉଲ୍ଲଂଘନ ଅଭିଯୋଗ ଆଣିଛି ।

ବିଜେପି ପ୍ରାର୍ଥୀ ବାତ୍ୟା ଆଶ୍ରୟସ୍ଥଳୀରେ କଲେ ନିର୍ବାଚନୀ ସଭା

ଗତକାଲି ଗଞ୍ଜାମ ଜିଲ୍ଲା ଛତ୍ରପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସାନରାମଚନ୍ଦ୍ରପୁର ପଂଚାୟତର ମଧୁଚୁଆଁ ଗାଁରେ ବିଜେପି ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ନାୟକ ନିର୍ବାଚନୀ ସଭା କରିଥିଲେ । ତାହା ପୁଣି ସରକାରୀ ବାତ୍ୟା ଆଶ୍ରୟସ୍ଥଳୀରେ । ନିର୍ବାଚନ ଆଚରଣବିଧି ରହିଥିବା ବେଳେ କୌଣସି ସରକାରୀ ସମ୍ପତି ବ୍ୟବହାର କରାଯାଇ ପାରିବ ନାହିଁ । ହେଲେ ବିଜେପି ପ୍ରାର୍ଥୀ ଏହାକୁ ଅବମାନନା କରି ବାତ୍ୟା ଆଶ୍ରୟସ୍ଥଳୀରେ ନିର୍ବାଚନୀ ସଭାର ଆୟୋଜନ କରିଥିଲେ । ତେଣୁ ବିଜେପି ଏଥିରୁ କ୍ଷାନ୍ତ ରହୁ ବୋଲି ବିଜେଡି ଫେରାଦ ହୋଇଛି ।

allegations of violationcode of conduct-against state bjp
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami