ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ହେବ ୱାଇଫାଇ

ଭୁବନେଶ୍ୱର : ରାଜ୍ୟ ସରକାର ଡିଜିଟାଲ ମାଧ୍ୟମରେ ଶିକ୍ଷାର ବିକାଶକୁ ଗୁରୁତ୍ୱ ଦେଉଛନ୍ତି । ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକରେ ଇ-ଲାଇବ୍ରେରୀ ସହିତ କମ୍ପ୍ୟୁଟର ଲ୍ୟାବ୍ ଖୋଲିବା ପରେ ଏବେ ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ ପରିସରକୁ ୱାଇଫାଇ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଏବେ ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ହେବ ୱାଇଫାଇ । ଛାତ୍ର ଛାତ୍ରୀଙ୍କୁ ମିଳିବ ମାଗଣା ୱାଇଫାଇର ସୁବିଧା । ଯାହାକି ଛାତ୍ରଛାତ୍ରୀଙ୍କୁ ପାଠପଢିବାରେ ସୁବିଧା ହେବ ।

ଶୈକ୍ଷିକ ବାତାବରଣରେ ଆସିବ ଉନ୍ନତି

ପିଲାଙ୍କ ପାଠପଢାକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ଏହି ନିଷ୍ପତ୍ତି ନେଇଛି । ସେମାନଙ୍କର ଅଧିକାଂଶ ପାଠ୍ୟ ପୁସ୍ତକ ଅନ୍ ଲାଇନରେ ରହିଛି । ମାଗଣା ୱାଇଫାଇ ସୁବିଧା ଦ୍ୱାରା ଛାତ୍ରଛାତ୍ରୀଙ୍କ ଅଧ୍ୟୟନରେ ସହାୟକ ହେବ । ଯାହା ଫଳରେ ଶୈକ୍ଷିକ ବାତାବରଣରେ ଉନ୍ନତି ଆସିପାରିବ । ଏଥିପାଇଁ କ୍ୟାମ୍ପସ ରେ ୱାଇଫାଇ ନେଟୱର୍କ ଇନଷ୍ଟଲ କରିବା ଲାଗି ବ୍ୟୟ ଅଟକଳ ଦେବାକୁ ସବୁ ବିଶ୍ୱବିଦ୍ୟାଳୟର କୁଳସଚିବଙ୍କୁ ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ ।

All university campuses in the state will be wifi enabledAll university campuses wifiuniversity news
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami