ଅକ୍ଷୟ ତୃତୀୟାରେ ଆରମ୍ଭ ହେଲା ରଥ ନିର୍ମାଣ କାର୍ଯ୍ୟ

ପୁରୀ : ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟର ଶୁଭ ଅନୁକୂଳ ନୀତି ଅନୁଷ୍ଠିତ ହୋଇଛି । ଏଥି ସହ ଆଜିଠାରୁ ୨୧ ଦିନ ବ୍ୟାପି ବାହାର ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି । ଶ୍ରୀକ୍ଷେତ୍ର ପୁରୀରେ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଛି । ବଡି ଭୋର ୩ଟା୪୫ରେ ଶ୍ରୀମନ୍ଦିର ଦ୍ୱାର ଖୋଲା ଯାଇଥିବା ବେଳେ ଶ୍ରୀଜିଉମାନଙ୍କ ନୀତି ଆରମ୍ଭ ହୋଇଥିଲା । ଅପରାହ୍ନରେ ମହାପ୍ରଭୁଙ୍କ ନିକଟରୁ ଆଜ୍ଞାମାଳ ରଥଖଳାକୁ ବିଜେ କରାଯିବା ସହ ରଥ ନିର୍ମାଣ ଅନୁକୂଳ ନୀତି ସମ୍ପନ ହୋଇଥିଲା । ସେହିପରି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଭୂଦେବୀ, ଶ୍ରୀଦେବୀ ଏବଂ ଶ୍ରୀକ୍ଷେତ୍ରର ପଞ୍ଚ ମହାଦେବ ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିଥିଲେ । ନନ୍ଦା ଓ ଭଦ୍ରା ନୌକାରେ ବିଜେ କରି ଜଳକ୍ରୀଡ଼ା କରିବା ସହ ସ୍ୱତନ୍ତ୍ର ମାଣ୍ଡୁଅ ଭୋଗ ଲାଗି କରାଯାଇଥିଲା ।

ସୁନା କୁରାଡ଼ିରେ କାଠକୁ ସ୍ପର୍ଶ କରାଯାଇ ରଥ କାର୍ଯ୍ୟ ଶୁଭାରମ୍ଭ

ଅନ୍ୟପକ୍ଷରେ ଅକ୍ଷୟ ତୃତୀୟ ଅବସରରେ ରଥଯାତ୍ରା ପାଇଁ ୩ଟି ଧଉରା କାଠ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ରଖାଯିବା ସହ ରଥ ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ କରାଯାଇଛି । ବନଯାଗ ପଦ୍ଧତିରେ ୧୧ ଜଣ ସ୍ରୋତୀୟ ବ୍ରାହ୍ମଣ ଏବଂ ୨ ଜଣ ଦେଉଳ ପୁରୋହିତଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇଥିଲା । ସୁନା କୁରାଡ଼ିରେ ଧଉରା କାଠକୁ ସ୍ପର୍ଶ କରାଯାଇ ରଥ କାର୍ଯ୍ୟର ଶୁଭାରମ୍ଭ କରାଯାଇଥିଲା ।

akshaya tritiyaconstruction of chariots for rath yatra to begin
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami